Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

୩ ଦିନରେ ୩୦ ପ୍ରଶ୍ନ : ବିରଞ୍ଚିକୁ ମାରାଥନ ଜେରା, ହେଲେ ଫିଟୁନି ଗୁମର…

6/08/2021 at 12:15 AM

ଭୁବନେଶ୍ୱର ୦୬।୦୮ : ଷ୍ଟାଫ୍ ସିଲେକସନ କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚିକୁ ମାରାଥନ ଜେରା । ହେଲେ ମୁହଁ ଖୋଲୁନାହାନ୍ତି ବିରଞ୍ଚି । ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରି ପଚାରି ଥକି ପଡ଼ିଲେଣି ଭିଜିଲାନ୍ସର ଅଧିକାରୀମାନେ । ତଥାପି କାହା ନାଁ ପ୍ରକାଶ କରୁନାହାନ୍ତି।

ଖବର ଅନୁଯାୟୀ,  ତିନି ଦିନରେ ତିରିଶି ପ୍ରଶ୍ନ । କିନ୍ତୁ ନିଯୁକ୍ତି ଦୁର୍ନୀତିର କଞ୍ଚି ଦେଉନାହାନ୍ତି ବିରଞ୍ଚି।  ବଦଳି ଯାଇଛି ଜେରାର ଠିକଣା । ସୁର୍ଯ୍ୟ ନଗର ଭିଜିଲାନ୍ସ କାର୍ଯ୍ୟାଳୟ ବଦଳରେ ବିଜେବି ନଗର ଭିଜିଲାନ୍ସ ସେଲ ଅଫିସରେ ବିରଞ୍ଚିଙ୍କୁ ଭିଜିଲାନ୍ସ ଜେରା କରିଥିଲା । କିନ୍ତୁ ଫଳ ଶୁନ୍‌ । ତେବେ ଆସନ୍ତୁ ଜାଣିବା ବିରଞ୍ଚିଙ୍କୁ ଜେରା ସମୟରେ କଣ କଣ ପଚରାଯାଇଛି-:
ଫ୍ରଶ୍ନ ୧- ଘରେ ଥିବା ଏତେ ଟଙ୍କା ଆସିଲା କେଉଁଠୁ?
ପ୍ରଶ୍ନ ୨- ଏତେ ଜମିବାଡି କରିବାକୁ ଟଙ୍କା ଆସିଲା କେଉଁଠୁ?
ଫ୍ରଶ୍ନ ୩- ଆଜି ପର୍ଯ୍ୟନ୍ତ କେତେ ଲୋକଙ୍କୁ ଚାକିରୀ ଦେଇଛ? ଜଣକା କେତେ ଟଙ୍କା ପାଉଥିଲେ ।
ପ୍ରଶ୍ନ ୪ – ତୁମ ସହିତ ଆଉ କିଏ କିଏ ଏହି କେଳାଙ୍କାରୀରେ ସାମିଲ ଅଛନ୍ତି ?
ପ୍ରଶ୍ନ ୫- ଅର୍ଥ କେଳାଙ୍କାରୀରେ ପରିବାରର କିଏ କିଏ ସାମିଲ ?
ପ୍ରଶ୍ନ ୬- ଡ୍ରାଇଭର ଖୁଣ୍ଟିଆ କିଏ ?
ପ୍ରଶ୍ନ ୭ ଏହି ଆର୍ଥିକ କାରବାରରେ ଖୁଣ୍ଟିଆର ସମ୍ପର୍କ କଣ ରହିଛି ?
ଏହିଭଳି ୩୦ଟି ପ୍ରଶ୍ନ ପଚରା ଯାଇଥିଲା ବିରଞ୍ଚିକୁ । ହେଲେ ଗୋଟିଏ ପ୍ରଶ୍ନର ବି ସନ୍ତୋଷଜନକ ଉତ୍ତର ରଖିନଥିଲେ ବିରଞ୍ଚି । ତେବେ ଏନେଇ ଭିଜିଲାନ୍ସ ଏସପି କ୍ୟାମେରା ଆଗରେ କିଛି କହିବାକୁ ନାରାଜ । ଶୁକ୍ରବାର  ଶେଷ ହେଉଛି ବିରଞ୍ଚିଙ୍କ ଚାରିଦିନିଆ ରିମାଣ୍ଡ ଅବଧି । ତେବେ ଆବଶ୍ୟକ ପଡିଲେ ପୁଣିଥରେ ବିରଞ୍ଚିକୁ ରିମାଣ୍ଡରେ ଆଣିପାରେ ଭିଜିଲାନ୍ସ । ଗୁରୁବାର ଭିଜିଲାନ୍ସ ସେଲ କାର୍ଯ୍ୟାଳୟକୁ ଅନେକ ଲୋକଙ୍କୁ ଡାକି ବିରଞ୍ଚି ସମ୍ପର୍କରେ ପଚରା ଉଚୁରା କରିଛି ଭିଜିଲାନ୍ସ । ତେବେ ଆଗାମୀ ଦିନରେ ଘଟଣାର ସୁଅ କେଉଁଆଡ଼େ ଯାଉଛି । ତାହା ଦେଖିବାକୁ ବାକି ରହିଲା ।



   Related Posts