Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଅଜାଣତରେ ସୀମା ଟପିଥିଲେ, ଲାହୋର ଜେଲ୍‌ରେ ରହିଲେ ୨୦ ବର୍ଷ ; ଏବେ ମୁକ୍ତି ପରେ ବି ନାହିଁ ସେଦିନର ଆନନ୍ଦ

2/11/2020 at 4:42 PM

ସୁନ୍ଦରଗଡ଼ ୦୨।୧୧: ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ନିଜ ଜନ୍ମସ୍ଥଳୀକୁ ଫେରିଛି ପୁଅ ।  ୨୦ ବର୍ଷ ତଳେ ପୁଅ ଯାଇଥିଲେ ଯେ ଆଉ ଫେରିଲାନି । ଭୁଲରେ ସୀମା ପାରି ହୋଇଯାଇଥିଲେ ଏବେ ତାଙ୍କୁ ପାକିସ୍ତାନ ସେନା ଧରି ଜେଲ୍‌ରେ ବନ୍ଦୀ କରିଦେଲା । ପାକିସ୍ତାନରେ ଜେଲ୍‌ରେ ଦୀର୍ଘ ୨୦ବର୍ଷ ରହିବା ପରେ ଏବେ ମୁକୁଳିଛନ୍ତି । ଅନ୍ୟପଟେ ଜେଲ୍‌ରେ ଥିବା ପୁଅକୁ ଝୁରିଝୁରି ବାପା ଓ ମା ଆରପାରିକି ଚାଲି ଯାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗର ଜଙ୍ଗାଟୋଲି ଗାଁର ଏହି ଦୁଃଖଦ ଘଟଣା ।  

ଖବର ଅନୁଯାୟୀ, ସୁନ୍ଦରଗଡ଼ ଜଙ୍ଗାଟୋଲି  ଗାଁର ରହୁଥିଲେ କାମଲିସ୍‌ କୁଲୁ । ପରିବାର କହିଲେ ତାଙ୍କର ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ । ପୁଅ ବିରଜୁ ପିଲାଟି ଦିନରୁ ସାମାନ୍ୟ ମାନସିକ ଅନଗ୍ରସର ପ୍ରକୃତିର ଥିଲେ । ତେବେ ତାଙ୍କୁ ଯେତେ ବେଳେ ୨୪/୨୫ ବର୍ଷ ହୋଇଥିଲା ସେ ଘରୁ କୁଆଡେ ପଳାଇ ଯାଇଥିଲେ । ପରିବାର ଲୋକେ ସମ୍ପର୍କୀୟଙ୍କ ଘର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ମାତ୍ର ବିରଜୁଙ୍କ କୌଣସି ପତ୍ତା ମିଳିନଥିଲା । ହେଲେ ଗତବର୍ଷ ବିରଜୁଙ୍କ ପରିଚୟ ଓ ତାଙ୍କ ଠିକଣା ଯାଞ୍ଚ ପାଇଁ କୁତ୍ରା ପୁଲିସ୍‌ ତାଙ୍କ ଘରକୁ ଯାଇଥିବା ବେଳେ ସେ ପାକିସ୍ତାନ ଜେଲ୍‌ରେ ଥିବା ଜଣାପଡ଼ିଥିଲା । ବିରଜୁ ମାନସିକ ଅନଗ୍ରସର ଥିବାରୁ ଭୁଲ ବଶତଃ ପାକିସ୍ତାନ ସୀମା ଭିତରକୁ ଚାଲି ଯାଇଥିଲେ । ଯାହାଫଳରେ ତାଙ୍କୁ ଗୁପ୍ତଚର ଭାବି ପାକିସ୍ତାନ ସୈନ୍ୟମାନେ ଧରି ନେଇ ଜେଲରେ ଭର୍ତ୍ତି କରିଦେଇଥିଲେ ।

ଲାହୋର ଜେଲରେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଗତ ୨୬ ତାରିଖ ଦିନ ସେଠାରୁ ମୁକୁଳି ଥିଲେ । ପାକିସ୍ତାନ ସୈନ୍ୟ ତାଙ୍କୁ ଭାରତକୁ ହସ୍ତାନ୍ତର କରିଥିଲେ । ବିରଜୁ ଅମୃତସରରେ ପହଞ୍ଚିବା ପରେ ନାରାୟଣଗଞ୍ଜଗଡ଼ କୋଭିଡ୍‌ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେଠାରୁ ସେ ନିଜ ଘରକୁ ଫେରିବାକୁ ଥିବା ବେଳେ ତାଙ୍କ ଫେରିବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଉଥିବା ଜଣାପଡ଼ିଛି ।

ଦୀର୍ଘ ବର୍ଷ ଧରି ବିରଜୁ ନିଖୋଜ ଥିବା ବେଳେ ଏହା ମଧ୍ୟରେ ତାଙ୍କ ବାପା ଓ ମା’ ଆରପାରିକି ଚାଲି ଯାଇଛନ୍ତି । ଗାଁରେ କେବଳ ତାଙ୍କ କାକା ଓ ବଡ଼ବାପାଙ୍କ ପରିବାର ସଦସ୍ୟ ରହୁଥିବା ବେଳେ ବିରଜୁଙ୍କୁ ଏକ ମାତ୍ର ଭଉଣୀ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡ଼ା ଗ୍ରାମରେ ବିବାହ କରି ରହୁଛନ୍ତି । ଦୀର୍ଘ ବର୍ଷ ପରେ ବିରଜୁଙ୍କ ସନ୍ଧାନ ମିଳିଥିବା ଓ ସେ ଘରକୁ ଫେରୁଥିବାରୁ ପରିବାର ସଦସ୍ୟ ତାଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ।

   Related Posts