Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ମାଲକାନାଗିରି ସ୍ବାଭିମାନ ଅଞ୍ଚଳରେ ମାଓ ଅପରେସନକୁ ସଫଳତା : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଗୁଳି ଗୋଳା ଜବତ

7/02/2020 at 2:23 PM

ଭୁବନେଶ୍ବର ୦୭।୦୨: ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ମାଓ ଅପରେସନରେ ବଡ ସଫଳତା ମିଳିଥିବା କହିଛନ୍ତି ପୋଲିସ ଡିଜି ଅଭୟ । ଓଡିଶା ପୋଲିସ, ବିଏସ୍ଏଫ୍ , କୋବ୍ରା ଓ ଆନ୍ଧ୍ର ପୋଲିସର ମିଳିତ ଅପରେସନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଗୋଳା ଉଦ୍ଧାର କରାଯାଇଛି ।

odisha poiice ,dvf and sog seized the weapon in malkangiri

ସୂଚନାଯୋଗ୍ୟ ଯେ, ଗତ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏହି ପୋଲିସ ଅପରେସନ । ଏହି ଅପରେସନ ପରେ ଗତ ୧୫ତାରିଖରେ ଗୋଇକୁଣ୍ଡା ନିକଟରେ ଏଏସଓଜି ଏବଂ ଡିଭିଏଫ୍ ବାହିନୀ ସହ ଲାଲ କ୍ୟାଡରଙ୍କ ଗୁଳି ବିନିମୟ ହୋଇଥିଲା । ପୋଲିସର ପାଲଟା ଜବାବରେ ଛତ୍ରଭଙ୍ଗ ଦେଇଥିଲେ ଲାଲବାହିନୀ । ଏହାପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ମାଓ ଶିବିରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି ।

ତେବେ ଜବତ ସାମଗ୍ରୀ ମଧ୍ୟରେ  ରହିଛି ଗୋଟିଏ ଇନସାସ୍ ଲାଇଟ ମେସିନ ଗନ୍, ୩ଟି ଇନସାସ୍ ରାଇଫଲ, ୩ଟି କାରବାଇନ୍ ଷ୍ଟେନଗନ୍, ଗୋଟିଏ SLR ରାଇଫଲ, ଗୋଟିଏ ଥ୍ରୀ-ନଟ୍-ଥ୍ରୀ ରାଇଫଲ ସହ ପିସ୍ତଲ ଏବଂ ବିପୁଳ ପରିମାଣର ଗୁଳି ମିଳିଛି । ମାଓ ଶିବିରରୁ ଇନସାସ୍ ଲାଇଟ ମେସିନ ଗନ୍ ମିଳିବା ପ୍ରଥମ ଘଟଣା । ଏଭିତରୁ ଅନେକ ଅସ୍ତ୍ରଶସ୍ତ୍ର ଅତୀତରେ ପୋଲିସଠାରୁ ଲୁଟ କରାଯାଇଥିବା ଅନୁମାନ କରାଯାଉଛି । ଏସବୁ ଅସ୍ତ୍ରଶସ୍ତ୍ର ଆନ୍ଧ୍ର-ଓଡିଶା ଜୋନାଲ କମିଟି ଲୁଚାଇ ରଖିଥିଲା । ତେଣୁ ଏସବୁ ଉଦ୍ଧାର ପରେ ମାଓ ସଂଗଠନକୁ ବଡ ଝଟକା ଲାଗିଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।

   Related Posts