ବିପୁଳ ପରିମାଣର ମଦ ଜବତ, ୧୪ଗିରଫ

Published By : Prameya-News7 Bureau | October 31, 2020 IST

ବ୍ରହ୍ମପୁର ୩୧।୧୦: ବିପୁଳ ପରିମାଣର ମଦ ଜବତ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ମଦ ଜବତ କରିଛି ଅବକାରୀ ବିଭାଗ ଓ ପୁଲିସ ।ଘଟଣାରେ ୧୪ଜଣଙ୍କୁ ଗିରଫ କରିଯାଇଛି ।

ଖବର ଅନୁଯାୟୀ, ଜିଲ୍ଲାର ବିଭିନ୍ନ ସ୍ଥାନରେ ମଦ କାରବାର ଚାଲୁଥିବା ନେଇ ପୋଲିସ ପାଖକୁ ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନ ମୋଡରେ ଆସିଯାଇଥିଲା ପୋଲିସ ଓ ଅବକାରୀ ବିଭାଗ । ଧରାକୋଟ୍, ଖଲ୍ଲିକୋଟ୍, ରମ୍ଭା ଆଦି ବିଭିନ୍ନ ଅଞ୍ଚଳରେ ଚଢାଉ ବ୍ୟାପକ ପରିମାଣର ମଦ ଜବତ କରାଯିବା ସହ ୧୪ଜଣଙ୍କ ଗିରଫ କରାଯାଇଛି । ଏନେଇ ଛତ୍ରପୁର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ୍ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.