ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମଦ ଓ ପୋଚ ଜବତ

Published By : Prameya-News7 Bureau | September 10, 2020 IST

ବ୍ରହ୍ମପୁର ୧୦।୦୯: ଅବକାରୀ ବିଭାଗ ପକ୍ଷରୁ ଚଢାଉ । ଦିଗପହଣ୍ଡି ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ବ୍ୟାପକ ପରିମାଣର ମଦ ଓ ପୋଚ ଜବତ ହୋଇଛି ।

{"id":327651,"sizeSlug":"large"}

ବ୍ରହ୍ମପୁର ଅବକାରୀ ବିଭିଗର ଦିଗପହଣ୍ଡି ଥାନା ଅଞ୍ଚଳର କଣ୍ଟିଆଗଡ ଓ ଲୋଚାପଡା ଅଞ୍ଚଳରେ ଚଢାଉ କରାଯାଇଛି । ଚଢାଉରେ ବ୍ୟାପକ ପରିମାଣର ମଦ ଓ ପୋଚ ଜବତ କରିଛି ଅବକାରୀ ବିଭାଗ । ତେବେ ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନେଇ ବ୍ରହ୍ମପୁର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ୍ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.