ଦୁଇଟି ଗାଡିରୁ ୩୪ପେଟି ମଦ ଜବତ, ଛଅ ଗିରଫ

Published By : Prameya-News7 Bureau | May 10, 2020 IST

ବ୍ରହ୍ମପୁର ୧୦।୦୫: କରୋନା ସ୍ଥିତିକୁ ଦେଖି ଲକ୍‌ଡାଉନ୍‌ ପୂରା ଦେଶରେ ଘୋଷଣା କରାଯାଇଛି । କିଛି ଅତ୍ୟାବଶକୀୟ ସାମଗ୍ରୀକୁ ଛାଡି ଅନ୍ୟ ସାମଗ୍ରୀ ବିକ୍ରି ଉପରେ ରୋକ୍‌ ଲାଗିଛି । କିନ୍ତୁ ଏହି ଲକ୍‌ଡାଉନ୍‌ ସମୟରେ ଚୋରା ମଦ କରବାର ପୋଲିସ ପାଇଁ ଚିନ୍ତା ବଢାଇଛି । ପୋଲିସ ପେଟ୍ରୋଲିଂ ସମୟରେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ଶେରଗଡ ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଶେରଗଡ଼ ବିଜୁ ପଟ୍ଟନାୟକ ଛକ ନିକଟରେ ଗୋଟିଏ ଧଳା ରଙ୍ଗର ପିକଅପ ଭ୍ୟାନ୍‌ରୁ ଜବତ କରିଛି ।

ଏହାସହିତ ମଧ୍ୟ କଳା ରଙ୍ଗର ମାରୁତି OD07Z6792 ଦୁଇଟି ଗାଡିର ଡିକିରୁ ପୋଲିସ ମଦ ଜବତ କରିଛି । ପୋଲିସ ଚେକ କରିଥିବା ବେଳେ ୩୪ଟି କାଟୁନ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଗାଡିରୁ ଜବତ କରିଥିଲା ପୋଲିସ।।ଏ ସଂକ୍ରାନ୍ତରେ ଶେରଗଡ ପୋଲିସ ଏକ ମାମଲା ରୁଜୁ କରିଛି । ମଦ ଜବତ କରିବା ସହ ଛଅଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଦ ଭର୍ତ୍ତି ଗାଡି ଦୁଇଟି ସୋରଡା ରୁ ବ୍ରହ୍ମପୁର ଯାଉଥିଲା।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.