Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବେଧଡ଼କ ଚାଲିଥିଲା ଚୋରା କାରାବାର, ଚଢାଉ କରି ବିପୁଳ ପରିମାଣର ମଦ ଜବତ କଲା ପୋଲିସ

11/05/2021 at 2:32 PM

ପାଟଣା ୧୧।୦୫: ଚାରିଆଡେ କରୋନା ଜନିତ ଲକ୍‌ଡାଉନ୍‌, ହେଲେ ଥମୁନି ଦେଶୀ ବିଦେଶୀ ମଦ କାରବାର । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର। ଏହିପରିପେକ୍ଷୀରେ ତୁରୁମୁଙ୍ଗା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି ।

ସାଧାରଣ ଲୋକଙ୍କ ପାଇଁ ରୋଜଗାର କମିବାର ଡର ଥିବା ବେଳେ ଚୋରା ମଦ ବେପାରୀଙ୍କ ପାଇଁ ଆସିଛି ରୋଜଗାର ବାଟ । ଲକଡାଉନର ସୁଯୋଗ ନେଇ ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରି ଆରମ୍ଭ କରିଛନ୍ତି କିଛି ବେପାରୀ । ଲକଡାଉନ୍ କାରଣରୁ ସବୁ ଦୋକାନ ବଜାର ବନ୍ଦ ରହିଛି । ଏଥିରୁ ମଦ କାଉଣ୍ଟର ମଧ୍ୟ ବାଦ୍‌ ପଡିନାହିଁ । ଯାହାର ଫାଇଦା ଉଠାଇବା ପାଇଁ କିଛି ଅସାଧୁ ବେପାରୀ ଚୋରା ଚାଲାଣ କରି ଚଢା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏହାପରେ ତୁରୁମୁଙ୍ଗା ପୋଲିସ ଏକ ଢ଼ାବାରେ ଚଢ଼ାଉ କରି ବିଭିନ୍ନ କମ୍ପାନୀର ମଦ ବୋତଲ ଜବତ କରିଛି  । ସେହିପରି ଜଗନ୍ନାଥ ନାମକ ଏକ ଢ଼ାବାରୁ ୫ଟି ବିଅର ବୋତଲ ଓ ହାତିବାରୀ ନିକଟରେ ଥିବା ମା କାଳୀ ଢ଼ାବାରେ ଚଢ଼ାଉ କରି ପାଣି ଫିଲଟର ଭିତରେ ରଖିଥିବା ୩ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି । ବେଆଇନ ମଦ ଚୋରା କାରବାର  ଓ ଚଢ଼ାଦର ରେ ମଦ ବିକ୍ରି ଅଭିଯୋଗରେ ତିନି ଢ଼ାବା ନାମରେ ମାମଲା ରୁଜୁ ହୋଇଥିବା  ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts