ବିପୁଳ ପରିମାଣର ଦେଶୀ ମଦ ଜବତ, ୪ ଗିରଫ

Published By : Prameya-News7 Bureau | May 16, 2020 IST

ସାଲେପୁର ୧୬।୦୫: କରୋନାରେ ସରକାର ସମସ୍ତ ସରକାରୀ ମଦ ଦୋକାନ ବନ୍ଦ ରହିଛି । ମଦ ନ ବିକ୍ରି କରିବା ପାଇଁ ସରକାର ପକ୍ଷରୁ ନିୟମ କଡାକଡ଼ି କରାଯାଇଛି । କିନ୍ତୁ ଏବେ ଚୋରାରେ ମିଳୁଛି ଦେଶୀ ଓ ବିଦେଶୀ ମଦ। କଟକ ଜିଲ୍ଲା ସାଲେପୁରରୁ ବିପୁଳ ପରିମାଣର ମଦ ଜବତ ସହ ୪ଜଣ ବେପାରୀଙ୍କୁ ଗିରଫ କରାଯାଇଛି ।

କଟକ ଜିଲ୍ଲା ସାଲେପୁର ଅବକାରୀ ବିଭାଗ ଚଡାଉ କରି ୫୦ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ଚୋରା ବେପାରୀ ଉପରେ ଚଢ଼ାଉ କରିଛି ସାଲେପୁର ଅବକାରୀ ବିଭାଗ। ଦେଶୀ ରନ୍ଧା ମଦ ସହ ୪ ଜଣ ଚୋରା ମଦ ବେପାରିକୁ ଗିରଫ କରିଛି ଅବକରାୀ ବିଭା । ତେବେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସାଲେପୁର ଅଞ୍ଚଳ ଆତୋଡା ଗାଁ ର ସୋମନାଥ ଜେନା, ଗୋବିନ୍ଦପୁର ଗାଁର ବନୁ ସାହୁ, ତେନ୍ତୋଳ ଗାଁର ରମାମଣି ବେହେରା , ଚନ୍ଦ୍ରାଦେଇପୁର ଗାଁର ଅର୍ନପୂଣ୍ଣା କାଣ୍ଡି। ଏମାନଙ୍କୁ ସାଲେପୁର ଅବକାରି ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.