Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କୁକୁଡ଼ା ଫାର୍ମରେ ଚାଲିଥିଲା ମଦ କାରଖାନା, ଅବକାରୀ ବିଭାଗର ଚଢାଉରେ ସାମ୍ନାକୁ ଆସିଲା ସତ

25/04/2021 at 2:03 PM

ସାନଖେମୁଣ୍ଡି ୨୫।୦୪: ନକଲି ବିଦେଶୀ ମଦ କାରଖାନା ଠାବ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟ ବ୍ଲକ ନୂଆଁମକରଝୋଳ ଗାଁରୁ ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା । ଏକ କୁକୁଡ଼ା ଫାର୍ମରେ ଚାଲୁଥିବା ଏହି ମଦ କାରଖାନା ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେବ ଏହି ଫାର୍ମରେ ବେଆଇନ୍‌ ଭାବେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି କରୁଥିଲେ ମଦ ମାଫିଆ । ଯାହାର ଖବର ପାଇ ରବିବାର ଦିନ ଅଚନାକ ଚଢାଉ କରିଥିଲା ଅବକାରୀ ବିଭାଗ । ଛତ୍ରପୁର ଅବକାରୀ ଏସପି ରାଜେନ୍ଦ୍ର କୁମାର  ଭୋତ୍ରାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିବା ସୂଚନା। ଏହି ଟିମରେ ବ୍ରହ୍ମପୁର, ଛତ୍ରପୁର ମୋବାଇଲ ସ୍କ୍ୱାଡ଼ ଏବଂ ହିଞ୍ଜିଳି ଅବକାରୀ ବିଭାଗ ସାମିଲ ଥିଲେ ।

ଏହି ମିଳିତ ଚଢାଉରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ ହୋଇଛି।  ଚଢାଉରେ ୨୭ ପେଟି ସ୍ପିରିଟ ସହ ରାଜ୍ୟ ସରକାରଙ୍କ ନକଲି ଲୋଗା, ବିଭିନ୍ନ ବ୍ରାଣ୍ଡର କାଚ ଓ ଲେବୁଲ୍, ପେକିଂ ମେସିନ ଜବତ ସହ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି  ଅବକାରୀ ବିଭାଗ। ତେବେ ପ୍ରଶ୍ନ ଉଠୁଛି ଏହି ବେଆଇନ ବିଦେଶୀ ମଦ କାରଖାନା ବହୁ ଦିନ ଧରି ଚାଲିଥିବା ବେଳେ କିଭଳି ଅବକାରୀ ବିଭାଗ ପାଖରେ ଖବର ନଥିଲା ନା ଜାଣି ଶୁଣି ଚୁପ ବସିଥିଲା ।

   Related Posts