ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ, ୩ଦିନରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସିଜ୍ କରିଛି ବନବିଭାଗ

Published By : Prameya-News7 Bureau | February 25, 2020 IST

ପାଟଣା ୨୫।୦୨: ବନବିଭାଗ ଚଢାଉରେ ବିପୁଳ ପରିମାଣର କାଠ ଜବତ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଅଞ୍ଚଳରୁ ସମସ୍ତ କାଠ ଜବତ ହୋଇଛି ।  ତିନି ଦିନ ମଧ୍ୟରେ ଲକ୍ଷାଧିକ ଟଙ୍କାର କାଠ ପଟା ଓ ଚୌକାଠ ଜବତ କରିଛି ବନ ବିଭାଗ ।

{"id":228942,"sizeSlug":"large"}

ବନ ବିଭାଗ ପାଟଣା ରେଞ୍ଜ ର ଗୋରସ ଗାଁରୁ ୩୦ ଟି ଶାଳ ଗଛ ମାଫିଆ ମାନେ କାଟି ରଖିବା ଖବର ପାଇ ବନ ବିଭାଗ ଚଢ଼ାଉ କରି ଜବତ କରିଛି ।  ଏଥି ସହିତ ଖମୁଆଁ ଗାଁର ରତନପୁର ସାହି ରୁ ମଧ୍ୟ କାଠ ଜବତ କରିଛି ବନ ବିଭାଗ। ସୋରାସକେଲା ଗାଁରୁ ଏକ କାଠ ବୋଝେଇ ପିକଅପ ଭ୍ୟାନ ଓ ନବ ନିର୍ମିତ ଘରୁ ୩୩ଟି  ଚୌକାଠ ଜବତ କରିଛି। କିନ୍ତୁ ଏତେ ମାତ୍ରାରେ ଗଛ କାଟି ମାଫିଆ ମାନେ ଲକ୍ଷ ଲକ୍ଷ ଟଙ୍କା କମାଉଥିବା ବେଳେ ଗଛ କାଟିବା ଖବର କାହିଁକି ବନ କର୍ମଚାରୀ ଜାଣି ପାରୁନାହାନ୍ତି ତାହା ବିରାଟ ପ୍ରଶ୍ନବାଚୀ । କେନ୍ଦୁଝର ଏସିଏଫ ନେତୃତ୍ୱରେ ଏପିଆର ଟିମ୍‌ ସହିତ ଚଢ଼ାଉ କରି କାଠକୁ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.