ସ୍କୁଟିରେ ଚାଲିଥିଲା ଚୋରା ମଦ କାରବାର, କାବୁ କଲା ଅବକାରୀ ବିଭାଗ

Published By : Prameya-News7 Bureau | October 13, 2020 IST

ରାଇରଙ୍ଗପୁର ୧୩।୧୦: ଚୋରାରେ ଦେଶୀ ମଦ ଚାଲାଣ ବେଳେ ବେପାରୀ ଗିରଫ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଜଗନ୍ନାଥ  ମାର୍କେଟ ନିକଟରୁ ଚୋରା ବେପାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।  

{"id":343629,"sizeSlug":"large"}

ଖବର ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣି ଗାଁର କାଳି ଚରଣ ମାହାଲି ଏକ ସ୍କୁଟି ଯୋଗେ ଯାଉଥିବା ସମୟରେ କାବୁ କଲା ଅବକାରୀ ବିଭାଗ । ଗାଡିରେ ୩୧ଟି ବୋତଲରେ ପାଖାପାଖି ୬୫ ଲିଟର ଦେଶୀ ମହୁଲି ମଦ ନେଇ ଯାଉଥିବା ସମୟରେ ଧରିଛି ଅବକାରୀ ବିଭାଗ ।

ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ଚଢ଼ାଉ କରି ସ୍କୁଟି ଓ ଦେଶୀ ମଦ ଜବତ କରିଛି । ଏହାସହିତ କାଳି ଚରଣକୁ ଗିରଫ ମଧ୍ୟ କରିଛି । କାଳି ଚରଣକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ  ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.