ରାଜ୍ୟ ସଭାରେ ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଏମ୍‌ପି ବିପ୍ଲୋଭା ଠାକୁର

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୦୮।୦୧ - ଗୁରୁବାରରେ ରାଜ୍ୟ ସଭାରେ କଂଗ୍ରେସ ସାସଂଦ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ସରଗରମ୍‌ ଆଲୋଚନା ହୋଇଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ସାସଂସଦ ବିପ୍ଲୋଭା ଠାକୁର ନିଜର ମତ ରଖିଥିଲେ । ନିଜର ରୋକ ଠୋକ୍‌ ଜବାବ ପାଇଁ ବିପ୍ଲୋଭା ବେଶ୍‌ ପ୍ରସିଦ୍ଧ ।

ବିପ୍ଲୋଭା ନିଜର ମତ ଉପସ୍ଥାପନା କରିବା ସମୟରେ ରାଜ୍ୟ ସଭାରେ ବେଶ୍‌ ହୋ ହଲ୍ଲା ହୋଇଥିଲା। ହେଲେ ସେ ହୋ ହଲ୍ଲା କରୁଥିବା ନେତାଙ୍କୁ ଚୁପ୍‌ କରିବା ସହ ନଜର ମତ ଉପସ୍ଥାପନ କରିଥିଲେ । ପଣ୍ଡିତ ନେହୁରଙ୍କ ବିରୋଧରେ ବାଜପେୟୀ ଜୀ ଲୋକସଭାରେ ବିରୋଧରେ କହିଥିଲେ । ମାତ୍ର ତାଙ୍କୁ କେହି ଦେଶ ଦ୍ରୋହୀ ବୋଲି କହି ନଥିଲେ । ମାତ୍ର ଏବ ଯିଏ ମୋଦୀ ଓ ଶାହଙ୍କ ବିରୋଧରେ କହୁଛନ୍ତି ସେମାନଙ୍କୁ ଦେଶ ଦ୍ରୋହୀ ପୂରେ ବିବିଚିତ ହେଉଛି ବୋଲେ ସେ ସୂଚନା ଦେଇଛନ୍ତି ।

ଏବେ ଏଠାରେ ବସିଥିବା ସଦସ୍ୟମାନଙ୍କୁ ବିମାନରେ ଯାତ୍ରା ପାଇଁ ଦିଆଯାଉଛି । ଦେଶରେ ସ୍କୁଲ, କଲେଜ୍‌ ଓ ୟୁନିଭର ସିଟି ଗଢି ଉଠଛି । ଏସବୁ କିଏ ତିଆରି କରିଛନ୍ତି ବୋଲି ବିପ୍ଲୋଭା ପ୍ରଶ୍ନ କରିଛନ୍ତି । ଆଜିର ସରକାର ଦେଶକୁ ଭାଗ ଭାଗ କରିବା ପାଇଁ ଚେଷ୍ଟା କରୁଥିବା ବିପ୍ଲୋବା ପ୍ରକାଶ କରିଛନ୍ତି ।

ଇତିହାସର ଜ୍ଞାନଥିଲେ ମୁଁ ପଚାରିବାକୁ ଚାହୁଁଛି ମହମ୍ମଦ ଘୋରୀ କାହିଁକି ଦିଲ୍ଲୀଆକ୍ରଣ କରିଥିଲେ । ଜୟ ଚନ୍ଦ୍ର କିଏ । ସେ ସବୁ ଜାଣିବା ଦରକାର । ସରକାର ୧୦ ବର୍ଷର ପିଲାକୁ ବି ଛାଡୁ ନାହାନ୍ତ ସେମାନଙ୍କୁ ଜେଲ୍‌କୁ ପଠାଉଛନ୍ତି ବୋଲି ବିପ୍ଲୋଭା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.