ଗୋଟିଏ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ପିଏମ କେୟାର୍ସ ଫଣ୍ଡରେ ୫୦ ହଜାର ଟଙ୍କା ଦାନ କରିବେ ଜେନେରାଲ ରାଓ୍ଵତ

Published By : Prameya-News7 Bureau | May 24, 2020 IST

ନୂଆଦିଲ୍ଲୀ ୨୪।୦୫: ତିନି ସେନାର ପ୍ରମୁଖ ସିଡିଏସ ଜେନେରାଲ ବିପିନ ରାଓ୍ଵତ ଗୋଟିଏ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୫୦ ହଜାର ଟଙ୍କା ପିଏମ କେୟାର୍ସ ଫଣ୍ଡରେ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାରି ଆଧାରରେ ସେ ପ୍ରଥମ ମାସ ପାଇଁ ୫୦ ହଜାର ଟଙ୍କା ଦାନ କରି ସାରିଛନ୍ତି। ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜେନେରାଲ ରାଓ୍ଵତ ପୂର୍ବରୁ ହିଁ ଏପ୍ରିମ ମାସରେ ୫୦ ହଜାର ଟଙ୍କା ଦାନ କରି ସାରିଛନ୍ତି ଏବଂ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଏହି ପରିମାଣରେ ଅର୍ଥ ଦାନ କରିବେ।

ସେନାର ଜୈନକ ଅଧିକାରୀ କହିଛନ୍ତି, ସେ ନିଜର ମାସିକ ବେତନର  ୨୦ ପ୍ରତିଶତ ଭାଗ ପିଏମ କେୟାର୍ସ ଫଣ୍ଡରେ ଦାନ କରିବେ। ସେ ସର୍ବମୋଟ୍ ୬ ଲକ୍ଷ ଦାନ କରିବେ। ଦେଶର ପ୍ରଥମ ତିନି ସେନାର ପ୍ରମୁଖ ଜେନେରାଲ ରାଓ୍ଵତ ମାର୍ଚ୍ଚରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ତିନି ସେନା ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ଆଧାରରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡ ଓ କେୟାର୍ସରେ ଗୋଟିଏ ଦିନର ଦରମା ଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.