ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣା, ୩ ସେନା ଅଧିକାରୀ ଉଦ୍ଧାର

Published By : Prameya-News7 Bureau | December 08, 2021 IST

ତାମିଲନାଡୁ ୦୮/୧୨: ତାମିଲନାଡୁ କୁନ୍ନୁରରେ ବଡ ଧରଣର ଦୁର୍ଘଟଣା । ସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା । ତେବେ ଏଥିରେ CDS ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀ ଥିଲେ । ତେବେ ୩ ଯବାନଙ୍କୁ ଉଦ୍ଧାର କରାଯାଇଛି ।

wp:html /wp:html wp:gallery {"ids":[556270],"linkTo":"none"} /wp:gallery

ସୂଚନାଥାଉକି, ଖରାପ ପାଗ ଯୋଗୁଁ ଏହି ଘଟଣା ଘଟିଛି । କୁହାଯାଉଛି ଯେ, ଏଥିରେ ୩ ଲୋକଙ୍କ ଅବସ୍ଥା ଗମ୍ଭୀର ରହିଛି । ଏମାନଙ୍କୁ ଓ୍ୱେଲିଂଟନ ବେସ ନିଆଯାଉଛି ପ୍ରାଥମିକ ଚିକିତ୍ସା ପାଇଁ । ଅନ୍ୟମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏଥିରେ ପ୍ରାୟ ୧୪ ସେନା ଅଧିକାରୀ ଯାତ୍ରା କରୁଥିଲେ ବୋଲି ସୂଚନା ରହିଛି ।

ଜେନେରାଲ ରାୱତ ଏହି ହେଲିକପ୍ଟରରେ ଥିବା ଏହି ଘଟଣାରେ ଟ୍ୱିଟ୍ କରି ଭାରତୀୟ ବାୟୁସେନା ନିଶ୍ଚିତ କରିଛି । ସେପଟେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଦୁର୍ଘଟଣା ପରେ ହେଲିକପ୍ଟରରୁ ନିଆଁ ଜଳିବା ଆରମ୍ଭ କରିଥିଲା । ହେଲିକପ୍ଟର ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.