ସ୍ବାମୀ କରଣ ସିଂହ ଗ୍ରୋଭରଙ୍କ ସହ ମସ୍ତି କରୁଥିବା ନଜର ଆସିଲେ ବିପାଶା ବାସୁ : ସେୟାର କଲେ ବିକିନି ଫଟୋ

Published By : Prameya-News7 Bureau | January 04, 2020 IST

ମୁମ୍ବାଇ ୪/୧୨: ବଲିଉଡ ସେଲିବ୍ରିଟିମାନେ ନୂଆବର୍ଷ ଖୁବ୍ ଧୁମଧାମରେ ପାଳନ କରିଛନ୍ତି। ଅନେକ ଷ୍ଟାର ବିଦେଶରେ ତ ଅନେକ ଷ୍ଟାର ବରଫାଞ୍ଚଳରେ ତ କେତେକ ଷ୍ଟାର ମୁମ୍ବାଇରେ ନିଜର ପରିବାର ସହ ନୂଆବର୍ଷ ପାଳନ କରିଛନ୍ତି। ଅନେକ ସେଲିବ୍ରିଟି ନୂଆବର୍ଷ ପାଳନ କରି ମୁମ୍ବାଇ ଫେରି ଆସିଛନ୍ତି ତ କେତେକ ସେଲିବ୍ରିଟି ଏବେ ବି ସେଲିବ୍ରେସନରେ ବୁଡ଼ି ରହିଛନ୍ତି। ଏହି ତାଲିକାରେ ଅଭିନେତ୍ରୀ ବିପାଶା ବାସୁ ଏବଂ ଅଭିନେତା କରଣ ସିଂହ ଗ୍ରୋଭରଙ୍କ ନାଁ ମଧ୍ୟ ରହିଛି।

{"id":206617,"width":587,"height":325,"sizeSlug":"large"}

ସୋଶିଆଲ ମିଡିଆରେ ବିପାଶା ବାସୁ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ସ୍ବାମୀ କରଣ ସିଂହ ଗ୍ରୋଭରଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି। ବିପାଶା ବାସୁ ନିଜର ଏହି ଫଟୋ ସେୟାର କରି ଲେଖିଛନ୍ତି,‘ସୁନେଲି’। କରଣ ସିଂହ ଗ୍ରୋଭରଙ୍କ ସହ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି,‘ପିକ୍ଚର ପରଫେକ୍ଟ,ଆମେ ସ୍ବର୍ଗରେ ଅଛୁ’।

{"id":206618,"sizeSlug":"large"}

ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋଶିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଏଥିରେ ଦୁହେଁ କୁଲ୍ ଲୁକରେ ନଜର ଆସିଛନ୍ତି। ଏହି ଫଟୋକୁ ନେଇ ଫ୍ୟାନମାନେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। କାମ କଥା କହିବା ଯଦି ବିପାଶା ବାସୁ ଶେଷ ଥର ଫିଲ୍ମ ‘ଏଲୋନ’ରେ ନଜର ଆସିଥିଲେ।

{"id":206619,"sizeSlug":"large"}

ଏହି ଫିଲ୍ମରେ ସେ ତାଙ୍କ ସ୍ବାମୀ କରଣ ସିଂହ ଗ୍ରୋଭରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ୨୦୧୬ରେ ବିପାଶା ବାସୁ ଏବଂ କରଣ ସିଂହ ଗ୍ରୋଭରଙ୍କ ବିବାହ ହୋଇଥିଲା। କରଣ ସିଂହ ଗ୍ରୋଭରଙ୍କ କଥା କହିବା ଯଦି ସେ ନିକଟରେ ଷ୍ଟାର ପ୍ଲସର ଧାରାବାହିକ ‘କସୌଟି ଜିନ୍ଦଗୀ କି’ରେ ମିଷ୍ଟର ବଜାଜଙ୍କ ଭୂମିକାରେ ନଜର ଆସିଥିଲେ।

{"id":206625,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.