ବିପାଶା ଖୋଲିଲେ #MeToo ଏପିସୋଡ : ପ୍ରଡ୍ୟୁସରଙ୍କୁ ଦେଇଥିଲେ ପାନେ...

Published By : Prameya-News7 Bureau | August 22, 2020 IST

ମୁମ୍ବାଇ ୨୨/୮: ବିପାଶା ବାସୁ ଫିଲ୍ମ ‘ଡେଞ୍ଜରସ୍’ ଜରିଆରେ ଦୀର୍ଘ ଦିନ ପ​‌ରେ ବଲିଉଡକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ବିପାଶା ଏକ ପୁରୁଣା ଘଟଣା ସେୟାର କରିଛନ୍ତି ଯେ କିପରି ଜଣେ ପ୍ରଡ୍ୟୁସରଙ୍କୁ ସେ ମଜା ଚଖାଇଥିଲେ। ବିପାଶା କହିଥିଲେ ଯେ ତାଙ୍କ ଇମେଜ ଜଣେ ଏପରି ଝିଅ ଭଳି ଥିଲା ଯିଏ କାହାର ଖରାପ କଥା ଶୁଣନ୍ତି ନାହିଁ ଏବଂ ଏହି କାରଣରୁ ଲୋକେ ତାଙ୍କୁ ଡରନ୍ତି। କିନ୍ତୁ ଥରେ ଏମିତି ଏକ ଅଜବ ଘଟଣା ଘଟିଥିଲା। ସେ ଜଣେ ଟପ୍ ପ୍ରଡ୍ୟୁସରଙ୍କ ସହ ଫିଲ୍ମ ସାଇନ୍ କରିଥିଲେ। ଫିଲ୍ମ ସାଇନ୍ କରିବା ପରେ ଯେତେବେଳେ ଘରକୁ ଆସିଥିଲେ ସେତେବେଳେ ପ୍ରଡ୍ୟୁସରର ମ୍ୟାସେଜ ଆସିଥିଲା,ତୂମ ହସକୁ ମିସ୍ କରୁଛି। ତାଙ୍କୁ ଟିକେ ଅଜବ ଲାଗିଥିଲା ଏବଂ ସେ ଇଗ୍ନୋର କରିଥିଲେ।

{"id":318420,"sizeSlug":"large"}

ଏହା ପରେ ସେହି ପ୍ରଡ୍ୟୁସର ପୁଣି ଥରେ ବିପାଶାକୁ ସେହି ମ୍ୟାସେଜ କରିଥିଲେ। ଏହା ପରେ ବିପାଶା ଭୁଲରେ ସେହି ପ୍ରଡ୍ୟୁସରକୁ ଏକ ମ୍ୟାସେଜ ପଠାଇଥିଲେ ଯାହା ପରଠୁ ତାଙ୍କୁ ଆଉ ପ୍ରଡ୍ୟୁସରର ମ୍ୟାସେଜ ଆସିନଥିଲା।

{"id":318425,"width":578,"height":325,"sizeSlug":"large"}

ବିପାଶା କହିଥିଲେ ଯେ,‘ ସେ ନିଜର ଜଣେ ବନ୍ଧୁଙ୍କୁ ଟାଣ ଦେଖାଇ ମ୍ୟାସେଜ କରିଥିଲେ ଯାହା ଭୁଲରେ ସେହି ପ୍ରଡ୍ୟୁସରଙ୍କ ପାଖକୁ ଚାଲି ଯାଇଥିଲା। ଏହା ପରଠୁ ସେ ଆଉ କେବେ ତାଙ୍କ ପାଖକୁ ମ୍ୟାସେଜ କରିନଥିଲେ। ଏହା ପରେ ଏକ ଇଭେଣ୍ଟରେ ସେହି ପ୍ରଡ୍ୟୁସର ତାଙ୍କୁ ଦେଖିବାରୁ ତାଙ୍କ ସାମନାକୁ ନ ଆସି ଫେରି ଚାଲି ଯାଇଥିଲା। ଏହା ଦେଖି ବିପାଶା ତାଙ୍କ ହସକୁ କଣ୍ଟୋଲ୍ କରି ପାରିନଥିଲେ।

{"id":318424,"sizeSlug":"large"}

ବିବାହ ପରେ ବିପାଶା ବ୍ରେକ୍ ନେଇଥିଲେ। ଏବିଷୟରେ ପଚରାଯିବାରୁ ବିପାଶା କହିଥିଲେ ଯେ ‘ଏପରି କିଛି ଲାଗିନଥିଲା ଯେ ସେ ୫ବର୍ଷ ହେବ କାମଠୁ ଦୂରରେ ଥିଲେ। ଏହି ଗ୍ୟାପ୍ ଜରୁରୀ ଥିଲା। ସେ ୧୫ବର୍ଷ ବୟସରୁ ମଡେଲ ଭାବେ କାମ ଆରମ୍ଭ କରିଥିଲେ। ୧୯ବର୍ଷ ବୟସରେ ସେ ଫିଲ୍ମରେ କାମ କରିବା ଆରମ୍ଭ କରି ଦେଇଥିଲେ। ସେ ନିଜ ପୂରା ଜୀବନ କାମ କରିଥିଲେ ତେଣୁ ଏହି ଗ୍ୟାପ୍ ଜରୁରୀ ଥିଲା। ତାଙ୍କୁ ନିଜ ସ୍ବାମୀଙ୍କ ସହ ଷ୍ଟ୍ରଙ୍ଗ୍ ବଣ୍ଡିଂ କରିବାର ଥିଲା। ନିଜ ବାପା ମାଆ ଏବଂ ଭଉଣୀଙ୍କ ସହ ସମୟ ବିତାଇବାର ଥିଲା। ସେ ନିଜ ପାଇଁ ସମୟ ବାହାର କରିଥିଲେ। ଯାହାକୁ ଆପଣ ଭଲ ପାଆନ୍ତି ତାଙ୍କ ପାଇଁ ବି ଆପଣଙ୍କୁ ସମୟ ବାହାର କରିବା ଉଚିତ୍।’

{"id":318419,"sizeSlug":"large"}

ବିପାଶା ଆଗକୁ କହିଥିଲେ ଯେ‘ ଏବେ ସେ ନିଜ ପର୍ସନାଲ୍ ଏବଂ ପ୍ରଫେସନାଲ୍ ଲାଇଫରେ ବାଲାନ୍ସ କରିବେ। ସେ ଏତେ ଦିନ ତାଙ୍କ ଫ୍ୟାମିଲି ଲାଇଫ ବହୁତ ଏଞ୍ଜୟ କରିଛନ୍ତି। ଏବେ ସେ କାମ କରିବା ପାଇଁ ପ୍ରସ୍ତୁତ। ’

{"id":318423,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.