୨୦ ବର୍ଷ ବୟସର ହଟ୍ ଲୁକ୍ ଫେରିପାଇବାକୁ ଚାହୁଁଛନ୍ତି ବିପାଶା, ଜାଣନ୍ତୁ ଇଂଷ୍ଟାରେ ଲେଖିଛନ୍ତି କ’ଣ, ଦେଖନ୍ତୁ ତାଙ୍କ ସୋସାଲ ମିଡିଆ ଫଟୋ

Published By : Prameya-News7 Bureau | July 25, 2019 IST

ଆଜିକାଲି ସୋସାଲ ମିଡିଆରେ ‘ଫେସ୍ ଆପ୍ ଚାଲେଞ୍ଜ’ର ଲୋକପ୍ରୀୟତା ଖୁବ୍ ବଢିବାରେ ଲାଗିଛି। ବଲିଉଡ ଷ୍ଟାରମାନେ ସେମାନଙ୍କ ବର୍ତ୍ତମାନର ଚେହେରାରୁ ବାର୍ଦ୍ଧକ୍ୟ ଦେଖିବା ଲାଗି ଏହି ଆପ୍ କୁ ପ୍ରବଳ ଉପଯୋଗ କରୁଛନ୍ତି। ତେବେ ସୋସାଲ ମିଡିଆରେ ଏକ ସମୟର ବଲିଉଡ ହଟ୍ ନାୟିକା ବିପାଶା ବସୁ କିନ୍ତୁ ତାଙ୍କ ବିଗିନିଙ୍ଗ ଡେଜ୍ କୁ ଖୁବ୍ ମିସ୍ କରୁଥିବା ଅନୁଭବ ହେଉଛି।  ଖାସ ଏଥିପାଇଁ ବିପାଶା ତାଙ୍କ ଇଂଷ୍ଟା ପେଜରେ ୨୦ ବର୍ଷ ପୂର୍ବର ହଟ୍ ବିକନୀ ପୋଷ୍ଟର୍ସ ଅପଲୋଡ କରିବା ସହ ପୁଣି ସେହି ଦିନକୁ ଫେରିବାର ଆଗ୍ରହ ମଧ୍ୟ ପ୍ରକାଶ କରିଛନ୍ତି। 

wp:html
/wp:html

ବିପାଶା କରଣ ସିଂହଙ୍କୁ ବିବାହ କରି ପର୍ଦ୍ଦାରୁ ନିଜକୁ ଦୂରେଇ ନେଇଛନ୍ତି। ହେଲେ ଫ୍ୟାନଙ୍କଠାରୁ ନିଜକୁ ଦୂରେଇ ପାରିନାହାନ୍ତି ବିପାଶା। ଏଥିପାଇଁ ସେ ଇଂଷ୍ଟାରେ ଅପଡେଟ ରହିବା ସହ ପ୍ରାୟ ନୂଆ ନୂଆ ଫଟୋ ଅପଲୋଡ କରୁଛନ୍ତି। ତେବେ ନିକଟରେ ସେ ଅପଲୋଡ କରିଥିବା କିଛି ଫଟୋରୁ ତାଙ୍କ ଅତୀତକୁ ମିଶ୍ କରୁଥିବା ଅନୁମାନ କରାଯାଉଛି। ବଲିଉଡ୍ ରେ ଏକଦା ବିପାଶା ହଟ୍ ଆକ୍ଟ୍ରିସଙ୍କ ମଧ୍ୟରେ ପରିଗଣିତ ହେଉଥିଲେ। ତାଙ୍କର ୱେଲ ଟୋନଡ୍ ଫିଗର ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ଥିଲା। ଏଣୁ ତାଙ୍କୁ ଡସ୍କି ବ୍ୟୁଟି ବୋଲି ମଧ୍ୟ କହୁଥିଲେ ଫ୍ୟାନ୍।

wp:html
/wp:html

ନିକଟରେ ବିପାଶା ତାଙ୍କ ଇଂଷ୍ଟା ପେଜରେ କିଛି ପୁରୁଣା ଫଟୋର ନୂଆ ଅପଲୋଡ କରିଛନ୍ତି। ଯେଉଁଥିରେ ସେ ‘ କଲର ମି ବ୍ରୋଞ୍ଜ’ ବୋଲି ଉଲ୍ଲେଖ କରିଛନ୍ତି। ଏଥିନିମନ୍ତେ ସେ ନିଜେ ଫର୍ମୂଲା ମଧ୍ୟ ପୋଷ୍ଟରେ ଅପଡେଟ୍ କରିଛନ୍ତି। କେବଳ ବିଚ୍ ହିଁ ତାଙ୍କୁ ପୁରୁଣା ଚେହେରା ଫେରାଇ ପାରିବ ବୋଲି ଆକଳନ କରିଛନ୍ତି ବିପାଶା।  ଏହା ପୂର୍ବରୁ ବିପାଶା ଏକ ମ୍ୟାଗଜିନର କଭର ପେଜ୍ ସେୟାର କରିଥିଲେ। ୧୯୯୮ ମସିହାର ଏହି ଫଟୋ ସୁଟ୍ ରେ ବିପାଶାଙ୍କୁ ଏକ ଷ୍ଟିମ ସୁଟରେ ଦେଖା ଯାଇଛି। ୨୦୦୧ ମସିହାରେ ମୁକ୍ତିଲାଭ କରିଥିଲା ଫିଲ୍ମ ‘ଅଜନବି’ରୁ ବିପାଶା  କ୍ୟାରିୟର ଆରମ୍ଭ କରିଥିଲେ। ତା ପୂର୍ବରୁ ସେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପାଇବା ଲାଗି ମଡେଲିଂ କରୁଥିବା ବେଳେ ଏହି ଫଟୋ ସୁଟ୍ କରାଇଥିଲେ। ଯାହାକୁ ସେ ଏବେ ‘ସ୍ୱିଟ୍ ସୁଟ୍ ଫଟୋ ସୁଟ୍’ ବୋଲି ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.