Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନୀଳଗିରି ଉପଖଣ୍ଡ ହସ୍ପିଟାଲ ପାଲଟିଛି ରେଫର ସେଣ୍ଟର: ଖାଲି ପଡଛି ଡାକ୍ତର ପଦବୀ, କମ୍ ଷ୍ଟାଫନର୍ସରେ ଚାଲିଛି ରୋଗୀ ସେବା

27/04/2021 at 9:53 AM

ନୀଳଗିରି ୨୭/୪: ବାଲେଶ୍ଵର ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଏବେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା । ଡାକ୍ତର ପଦବୀ ଖାଲିଥିବା ବେଳେ ଷ୍ଟାଫନର୍ସ ପଦବୀ ଯେପରି ମରୁଡି ପଡିଛି । ଏଭଳି ସଙ୍କଟ ସମୟରେ ସିଡିଏମଓ କହୁଛନ୍ତି ସେତିକିରେ ଚଳ । କରୋନା ସଙ୍କଟ ସମୟରେ ଉପଖଣ୍ଡ ଭଳି ଡାକ୍ତରଖାନାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ପାଇଁ ଦିନକୁ ଦିନ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି । ତେବେ କେନ୍ଦ୍ରମନ୍ତ୍ରୀ ଘଟଣାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଛି ।

ନୀଳଗିରି ଉପଖଣ୍ଡ ହସ୍ପିଟାଲ ଉପରେ ୨୫ ଟି ପଞ୍ଚାୟତ ସମେତ ଅନେକ ଲୋକ ଏହା ଉପରେ ନିର୍ଭର କରନ୍ତି । ୧୮ ରୁ ଅଧିକ ଷ୍ଟାଫନର୍ସ ରହିବାକୁ ଥିବାବେଳେ ଏବେ ମାତ୍ର ୮ ଜଣ କାର୍ଯ୍ୟରତ ଅଛନ୍ତି । ଜଣେ ଲେଖାଏଁ ଷ୍ଟାଫନର୍ସ ପୁରୁଷ ଓ ମହିଳା ବିଭାଗ ଦାୟୀତ୍ୱ ତୁଲାଉଥିଲେ ଆଉ ଜଣେ ପ୍ରସୂତି, ଶିଶୁବିଭାଗ ଓ ଡାଇରିଆ ବିଭାଗ ସମ୍ଭାଳୁଛନ୍ତି । ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ଗହେଉଛନ୍ତି ଲୋକେ । ଘଟଣା ନେଇ ସିଡିଏମଓ ଙ୍କ ଦୃଷ୍ଟି ଆକର୍ଷଣ ଏସଡିଏମଓ କରିବା ପରେ ଉତ୍ତର ଆସିଥିଲା ସେତିକିରେ ମ୍ୟାନେଜ କର। ଘଟଣାକୁ ଗୁରୁତର ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି ।

   Related Posts