ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ନେଇ ମାନସମନ୍ଥନ - ଏକାଠି ହୋଇଛନ୍ତି ଓଡ଼ିଶା ସମେତ ୬ଟି ରାଜ୍ୟ

Published By : Prameya-News7 Bureau | February 10, 2020 IST

ଭୁବନେଶ୍ୱର ୧୦।୦୨ - ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ନେଇ ଭୁବନେଶ୍ବରରେ NDMA ଏବଂ ଓସ୍‌ଡମା ପକ୍ଷରୁ ଅନୁଷ୍ଠିତ ହୋଇଛି ପୂର୍ବାଞ୍ଚଳ ରାଜ୍ୟ ଆଞ୍ଚଳିକ କର୍ମଶାଳା । ଯେଉଁଥିରେ ଓଡ଼ିଶା ସମେତ ୬ ରାଜ୍ୟର ଅଧିକାରୀମାନେ ସାମିଲ ହୋଇଛନ୍ତି । ଏହି କର୍ମଶାଳାରେ ସୁଚିନ୍ତିତ ମତାମତଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ । ….

{"id":222887,"sizeSlug":"large"}

ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ନେଇ ମାନସମନ୍ଥନ । ଏକାଠି ହୋଇଛନ୍ତି ଓଡ଼ିଶା ସମେତ ୬ଟି ରାଜ୍ୟ । NDMA ଏବଂ ଓସ୍‌ଡମା ପକ୍ଷରୁ ଅନୁଷ୍ଠିତ ପୂର୍ବାଞ୍ଚଳ ରାଜ୍ୟ ଆଞ୍ଚଳିକ କର୍ମଶାଳାରେ ବିପର୍ଯ୍ୟୟ ପ୍ରସମନ ପଦକ୍ଷେପ ଓ ବିପର୍ଯ୍ୟୟ କ୍ଷୟକ୍ଷତି ପରିଚାଳନା ନେଇ ଆଲୋଚନା ହୋଇଛି । ଆନ୍ଧ୍ର ପ୍ରଦେଶ, ବିହାର, ଛତିଶଗଡ଼, ପଶ୍ଚମବଙ୍ଗ, ଓଡ଼ିଶା ଭଳି ରାଜ୍ୟର ବିପର୍ଯ୍ୟୟ ପ୍ରସମନ ଅଧିକାରୀଙ୍କ ସହ NDMA ଅଧିକାରୀମାନେ ସାମିଲ ହୋଇ ସେମାନଙ୍କ ସୁଚିନ୍ତିତ ମତାମତ ରଖିଛନ୍ତି । 15th Finance Commision ଅନୁଦାନ ଅନୁସାରେ ଏଣିକି ଓଡ଼ିଶା ସମେତ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଗୁଡ଼ିକୁ ଅଧିକ ଅର୍ଥ ବରାଦ ଆଶା ଥିବା କୁହାଯାଇଛି ।

{"id":222888,"sizeSlug":"large"}

ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା କ୍ଷେତ୍ରରେ ରୋଲ ମଡେଲ୍‌ ହୋଇଛି ଓଡ଼ିଶା । ବିଗତ ଦିନରେ ଫାଇଲିନ୍‌, ହୁଡହୁଡ୍‌, ଫୋନି ଭଳି ବଡ଼ ବାତ୍ୟାର ମୁକାବିଲା ପ୍ରସ୍ତୁତିକୁ ନେଇ ଜାତୀୟ ଓ  ଅନ୍ତର୍ଜାତୀୟ ସ୍ତରରେ ଖୁବ୍‌ ପ୍ରଶଂସା ସାଉଣ୍ଟିଛି ଓଡ଼ିଶା । ତେଣୁ ଓଡ଼ିଶା ଆପଣାଇଥିବା ଜ୍ଞାନକୌଶଳକୁ ଅନ୍ୟରାଜ୍ୟମାନେ ଆପଣାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

{"id":222891,"sizeSlug":"large"}

ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ହ୍ରାସ କ୍ଷେତ୍ରରେ ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ, ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି, ଜାତୀୟ ସୂଚନା କେନ୍ଦ୍ର, ଆଇଆଇଟି ମାଡ୍ରାସ୍‌ର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଆସିଛି । ତେଣୁ NDMA ଏବଂ ଓସ୍‌ଡମା ପକ୍ଷରୁ ଅନୁଷ୍ଠିତ ପୂର୍ବାଞ୍ଚଳ ରାଜ୍ୟ ଆଞ୍ଚଳିକ କର୍ମଶାଳାରେ ପ୍ରକାଶ ପାଇଥିବା ଅଧିକାରୀଙ୍କ ସୁଚିନ୍ତିତ ମତାମତକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ ।

{"id":222892,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.