‘ମାସ୍କ’ କହିବ କିଏ ସଂକ୍ରମିତ ? କରୋନା ପରୀକ୍ଷା ପାଇଁ ଆଉ କରିବାକୁ ପଡ଼ିବନି ଅପେକ୍ଷା

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୭/୦୭: କରୋନା ଭୂତାଣୁ ରୂପ ବଦଳାଇ ମାନବ ସମାଜକୁ ଅସ୍ତବ୍ୟସ୍ତ କରିପକାଇଛି । ଭୂତାଣୁ ସମ୍ପର୍କରେ କଳ୍ପନା କଲେ ମଧ୍ୟ ଭୟ ଲାଗୁଛି । ଭାରତରେ କରୋନାର ପ୍ରକୋପକୁ ଦେଢ଼ ବର୍ଷ ପୂରିବାକୁ ଯାଉଛି କିନ୍ତୁ ଟେଷ୍ଟିଂ ମାମଲରେ ଲୋକେ ଏବେ ବି ଅସୁବିଧା ଭୋଗୁଛନ୍ତି । ଘରେ ବସି କରୋନା କରୀକ୍ଷା ପାଇଁ ଟେଷ୍ଟ କିଟ୍‌ ତିଆରି କରିଥିବା ନେଇ କିଛି କମ୍ପାନୀ ଦାବି କରୁଥିବା ବେଳେ ଏଭଳି କିଟ୍‌ ଏବେ ଅନଲାଇନ୍‌ରେ ଦେଖିବାକୁ ମିଳୁଛି ।  ଏହା ବ୍ୟତୀତ ଲୋକଙ୍କ ପାଖରେ ପ୍ରଥମରୁ ଆଣ୍ଟିଜେନ୍ ଏବଂ ଆରଟିପିସିଆର ଟେଷ୍ଟିଂ ବିକଳ୍ପ ତ ରହିଛି । କିନ୍ତୁ ଏହାରି ଭିତରେ ଏକ ଭଲ ଖବର ମିଳିଛି।

ନୂଆ ପ୍ରକାର ମାସ୍କ ଏବେ ବଜାରରେ ଉପଲବ୍ଧ ହୋଇଛି । ଯେଉଁଥିରେ Wearable Biosensor ଲାଗିଛି, ଯାହାକି କରୋନା ଭୂତାଣୁ ସମ୍ପର୍କରେ ସୂଚନା ଦେଇପାରିବ। ଆପଣ କରୋନା ସଂକ୍ରମିତ କି ନା ଏନେଇ ମାସ୍କରୁ ହିଁ ଜଣାପଡ଼ିଯିବ। ତେବେ ନୂଆ ପ୍ରଯୁକ୍ତିବିଦ୍ୟା ଆଗାମୀ ଦିନରେ ଲୋକଙ୍କ ଆବଶ୍ୟକତା ପୂରଣ କରିବ ବୋଲି କୁହାଯାଉଥିବା ବେଳେ ଏହାର ବ୍ୟବହାର ଯୋଗୁଁ କରୋନା ଟେଷ୍ଟିଂ ପାଇଁ ଆଉ ଅର୍ଥର ଦରକାର ପଡ଼ିବନି।

ମାଗଣାରେ ଲୋକେ ଘରେ ରହି ମଧ୍ୟ କରୋନା ସଂକ୍ରମିତ ଅଛନ୍ତି କି ନାହିଁ ଜାଣିପାରିବେ। ଏହାକୁ ମାସାଚୁସେଟସ୍‌ ଅଫ୍‌ ଟେକନୋଲୋଜି ଏବଂ ହାଭାର୍ଡ ୟୁନିଭର୍ସିଟିରେ ଥିବା ଓ୍ବାଇସ୍‌ ଇନଷ୍ଟିଚ୍ୟୁଟ୍‌ ଫର ଭାୟଲୋଜିକାଲି ଇନସ୍ପାଏଡ୍‌ ଇଞ୍ଜିନିୟରିଂର ଗବେଷକ ଦଳ ପ୍ରସ୍ତୁତ କରିଛନ୍ତି। ଏହା ପରେ ସେମାନେ ବାୟୋସେନ୍ସର ମାସ୍କ ତିଆରି କରିଛନ୍ତି।

ଏହି ମାସ୍କ ବିଲକୁଲ୍‌ କେଏନ୯୫ ମାସ୍କ ଭଳି। ଏଥି​‌ରେ କେବଳ ଓ୍ବଏରେବଲ୍‌ ବାୟୋସେନ୍ସର ଖଞ୍ଜାଯାଇଛି। ମାସ୍କ ଲଗାଇବାର ୯୦ ମିନିଟ୍ ମଧ୍ୟରେ ବ୍ୟକ୍ତି କରୋନା ପଜିଟିଭ୍‌ କି ନୁହେଁ ଜଣାପଡ଼ିଯିବ ବୋଲି ଗବେଷକମାନେ ଦାବି କରିଛନ୍ତି। ଏହି ମାସ୍କର ଏକୁରେସି ଲେବଲ୍‌ ଆରଟିପିସିଆର ଟେଷ୍ଟ ଭଳି ବୋଲି ମଧ୍ୟ ଗବେଷକ ଟିମ୍‌ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.