Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଖ୍ୟାତନାମା କୋରିଓଗ୍ରାଫର ସରୋଜ୍ ଖାନଙ୍କ ଜୀବନିକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର

4/07/2021 at 5:57 PM

ମୁମ୍ବାଇ ୦୪/୦୭ : ଖ୍ୟାତନାମା କୋରିଓଗ୍ରାଫର ସରୋଜ ଖାନ୍ ଗତ ବର୍ଷ ଜୁଲାଇ ୩ରେ ହୃଦଘାତ ରେ ମୃତ୍ୟୁବରଣ କରିଥିଲେ । ଶନିବାର ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିଲା । ଏହି ଅବସରରେ ଘୋଷଣା କରାଯାଇଛି କି ତାଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ତିଆରି ହେବ । ଏହି ଚଳଚ୍ଚିତ୍ରରେ  ସରୋଜ ଖାନ ତାଙ୍କ ଜୀବନରେ କରିଥିବା ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ କରାଯିବ । ତେବେ ସେ ଭାରତର ପ୍ରଥମ ମହିଳା କୋରିଓଗ୍ରାଫର ଭାବେ ପ୍ରସିଦ୍ଧି ଲାଭ କରିଥିଲେ । ତେବେ ଏହି ଫିଲ୍ମ ବିଷୟରେ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ଏନେଇ କୋରିଓଗ୍ରାଫର ସରୋଜ୍ ଖାନଙ୍କ ଝିଅ ସୁକେନା ଖାନ କହିଛନ୍ତି କି, ‘ମୋ ମାଆକୁ ପୁରା ଇଣ୍ଡଷ୍ଟ୍ରି  ଭଲ ପାଉଥିଲା କେବଳ ଏତିକି ନୁହଁ .. ତାଙ୍କୁ ସମ୍ମାନ ମଧ୍ୟ କରୁଥିଲେ । କିନ୍ତୁ ଆମେ ତାଙ୍କ ସଂଘର୍ଷ ଓ ସଂଗ୍ରାମ ତଥା ଲଢେଇକୁ ଦେଖିଛୁ । ଆମେ ଆଶା ରଖିଛୁ କି ତାଙ୍କ ବାୟୋପିକ୍ ସହ ତାଙ୍କ କାହାଣୀ ଓ ନୃତ୍ୟ , ଭଲପାଇବା , ତାଙ୍କ ଆଗ୍ରହ ଓ ତାଙ୍କର ସମସ୍ତଙ୍କ ପ୍ରତି ଥିବା ପ୍ରେମ ଭଲପାଇବା ଏହି ବାୟୋପିକ୍ ରେ ଦେଖାଯାଉ ।’ ସରୋଜ ଖାନଙ୍କ ପୁଅ ରାଜୁ ଖାନ ମଧ୍ୟ ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ସେ ମଧ୍ୟ ବଲିଉଡର ଜଣେ କୋରିଓଗ୍ରାଫର ଅଟନ୍ତି । ସେ କହିଛନ୍ତି କି, ମାଆ  ନୃତ୍ୟ କରିବାକୁ ବହୁତ ଭଲପାଉଥିଲେ । ଆମେ ମଧ୍ୟ ଦେଖିଛୁ ସେ କିପରି ତାଙ୍କ ଜୀବନକୁ ନୃତ୍ୟ ପାଇଁ ଉତ୍ସର୍ଗ କରିଥିଲେ । ଏଥିପାଇଁ ଆମେ ବହୁତ ଖୁସି କି ତାଙ୍କ ସବୁ ଇଣ୍ଡଷ୍ଟ୍ରି ଭଲ ପାଉଥିଲା । ଏହା ସହ ତାଙ୍କୁ ସବୁଠି ସମ୍ମାନ ମିଳିଥିଲା .। ଏହା ଖାସ୍ କରି ତାଙ୍କ ପରିବାର ଲୋକଙ୍କ ପାଇଁ ଗର୍ବର କଥା କି ତାଙ୍କ ବିଷୟରେ ଆଧାରିତ ପୁରା କାହାଣୀ ଦୁନିଆ ଦେଖିବ । 

ସରୋଜ ଖାନଙ୍କ ପୁରା ନାମ ହେଉଛି ନିର୍ମଳା କିଶନଚାନ୍ଦ ସାଧୁ ସିଂହ ନାଗପାଲ କିନ୍ତୁ ତାଙ୍କ ପିତା ଏହି ନାମକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ । କାହିଁକି ନା ଗୋଟିଏ ରକ୍ଷଣଶୀଳ ପରିବାର ଜାଣିପାରିବ ନାହିଁ କି ସେମାନଙ୍କ ଝିଅ ଚଳଚ୍ଚିତ୍ରରେ  କାମ କରୁଛନ୍ତି ବୋଲି । ଯାହାଫଳରେ ସେ ତାଙ୍କ ନାମକୁ ବଦଳାଇ ସରୋଜ ଖାନ କରିଥିଲେ ।

ସେ ମାତ୍ର ୩ ବର୍ଷ ବୟସରେ ନଜରନାରେ ଶିଶୁ କଳାକାର ଭାବେ କ୍ୟାରିୟରର ଆରମ୍ଭ କରିଥିଲେ । ଏହା ପରେ ସେ ୧୦ ବର୍ଷ ବୟସରେ ଡ୍ୟାନ୍ସର ସହ ୧୨ ବର୍ଷ ବୟସରେ ସହକାରୀ କୋରିଓଗ୍ରାଫର ହୋଇଥିଲେ । ସରୋଜ ଖାନ ୧୯୭୪ ମସିହାରେ ଫିଲ୍ମ ଗୀତା ମେରା ନାମ୍ ପାଇଁ କୋରିଓଗ୍ରାଫି କରିବା ଆରମ୍ଭ କରିଥିଲେ । ଏହା ପରେ ସେ ୧୯୮୩ ମସିହାରେ ସେ ତାଲିମ୍ ଫିଲ୍ମ ଥାଇ ଭେଡୁ ର ଗୀତ ପାଇଁ ନିର୍ଦ୍ଦେଶନା ଦେଇଥିଲେ । ସେହି ବର୍ଷ ସେ ସୁବାଷ ଘାଇଙ୍କ ସୁପରହିଟ୍ ଫିଲ୍ମ  ହିରୋରେ କାମ କରିଥିଲେ ମଧ୍ୟ ୮୦ ଦଶକରେ ସେ ସେ ବହୁ ଲୋକପ୍ରିୟତା ହାସଲ କରିଥିଲେ । ସେ ଅଭିନେତ୍ରୀ ଶ୍ରୀ ଦେବୀ ଓ ସେହି ସମୟରେ ଥିବା ଅନେକ ନାମୀ ଦାମୀ ସୁପରଷ୍ଟାରଙ୍କ ହିଟ ଗୀତର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

୧୯୮୬ ମସିହାରେ ନିର୍ମିତ ଫିଲ୍ମ ନାଗିନା ହିଁ ତାଙ୍କ ଏକ ନାମର ପରିଚୟ ଦେଇଥିଲା । ସେହି ଚଳଚ୍ଚିତ୍ରରେ ଶ୍ରୀ ଦେବୀଙ୍କ ଆଇକନିକ୍ ଗୀତ ମେଁ ନାଗିନ୍ ତୁ ସପେରା ଗୀତଟି ଆଜି ମଧ୍ୟ ପପୁଲାର ଅଟେ । ଅନ୍ୟପଟେ ଶ୍ରୀ ଦେବୀଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆର ପପୁରାଲ ଗୀତ ହାୱା ହାୱାଇ ମଧ୍ୟ ଲୋକ ପ୍ରିୟ ହୋଇଥିଲା । ଅନ୍ୟପଟେ ସରୋଜ ଖାନଙ୍କ ନିଦ୍ଦେଶିତ ନୃତ୍ୟରେ ମାଧୁରୀ ମଧ୍ୟ ଆଇକନ ଅଭିନୟ କରିଛନ୍ତି । ଯେମିତିକି ଏକ ଦୋ ତିନ୍ , ଚୋଲି କେ ପିଛେ କ୍ୟା ହେ..,  ଧକ୍କ ଧକ୍କ କରନେ ଲଗା.., ଏମିତି ଅନେକ ହିଟ ଗୀତରେ କୋରିଓଗ୍ରାଫି ଦେଇଛନ୍ତି ସରୋଜ୍ ଖାନ । କିନ୍ତୁ ତାଙ୍କର ପ୍ରମୁଖ ଫିଲ୍ମ ମଧ୍ୟରେ ରହିଛି ୧୯୯୯ ମସିହାର ରିଲିଜ ହୋଇଥିବା ଫିଲ୍ମ ତାଲ୍ ଓ ହମ ଦିଲ ଦେ ଚୁକେ ସନମ୍ ରେ ଐଶ୍ବର୍ଯ୍ୟା ରାୟଙ୍କ ପାଇଁ କୋରିଓ ଗ୍ରାଫି କରିଥିଲେ । ଏହା ସହ ସେ ୨୦୧୫ରେ ତନୁ ୱେଡ୍ଦ ମନୁର ଚଳଚିତ୍ରର ଏକ ଗୀତରେ କଙ୍ଗନାଙ୍କ ପାଇଁ କୋରିଓଗ୍ରାଫି ଦେଇଥିଲେ । ତାଙ୍କର ଶେଷ କୋରିଓଗ୍ରାଫି ଥିଲା ମଣିକର୍ଣ୍ଣିକା ।

ଏହା ବ୍ୟତିତ ସରୋଜ ଖାନ ଟେଲି ଧାରାବାହିକ ନଚ୍ ବଲିୟେ ଓ ଝଲକ ଦିଖଲାଜା ପରି ଡ୍ୟାନ୍ସ ଶୋରେ ଜଜ୍ ଭାବେ ଦେଖିବାକୁ ମିଳିଥିଲେ । ତେବେ ସରୋଜ ଖାନ ତାଙ୍କ କ୍ୟାରିୟର ମଧ୍ୟରେ ପ୍ରାୟ ୩୫୦୦ ଗୀତରେ କୋରିଓଗ୍ରାଫି କରିଥିଲେ । ଏହା ସହ ସେ ୩ ଥର ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ ।

   Related Posts