Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସ୍ବାଧୀନତା ସଂଗ୍ରାମର କଳାହାଣ୍ଡି ବୀର: ”ରେଣ୍ଡୋ ମାଝୀ” ଦ ହିଡେନ୍ ଷ୍ଟ୍ରୋରି ଅଫ୍ 1853 ”ର ପୋଷ୍ଟର ଉନ୍ମୋଚନ

30/09/2020 at 6:47 PM

କଳାହାଣ୍ଡି୩୦/୯: କଳହାଣ୍ଡି ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀ ”ରେଣ୍ଡୋ ମାଝୀ” ଙ୍କ ବାୟୋପିକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ସିପାହୀ ବିଦ୍ରୋହ ପୂର୍ବରୁ ୧୮୫୩ ମସିହାରେ ଇଂରେଜ ସରକାର ବିରୋଧରେ ଲଢେଇ କରି ଫାଶୀ ଖୁଣ୍ଟରେ ଝୁଲିଥିଲେ ରେଣ୍ଡୋ ମାଝୀ। ତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ”ରେଣ୍ଡୋ ମାଝୀ”- ଦ ହିଡେନ୍ ଷ୍ଟ୍ରୋରି ଅଫ୍‌ 1853 ”ର ପୋଷ୍ଟର ଉନ୍ମୋଚନ ହୋଇଛି।

କଳାହାଣ୍ଡିର ବରପୁତ୍ର ବୀର ସହିଦ ରେଣ୍ଡୋ ମାଝୀଙ୍କ ଉପରେ ଆର,ବି ଏସ.ବି ଫିଲ୍ମ ପ୍ରଡକ୍ସସନ ବ୍ୟାନ୍‌ର ଦ୍ବାରା ପ୍ରସ୍ତୁତ ହେବାକୁ ଯାଉଛି ”ରେଣ୍ଡୋ ମାଝୀ”-ଦ ହିଡେନ୍ ଷ୍ଟ୍ରୋରି ଅଫ୍ 1853 ” । ଭବାନୀପାଟଣାଠାରେ ଏହି ଫିଲ୍ମର ପୋଷ୍ଟର ଉନ୍ମୋଚନ ଅବସରରେ ଫିଲ୍ମର ନିର୍ଦ୍ଦଶେକ ଅମରେଶ ଜେନା, ଫିଲ୍ମ କୋଶଲୀ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ହେଉଥିବା ବେଳେ ଆନ୍ତର୍ଜ।ତୀୟ ସ୍ତରରେ ବୁଝିବାକୁ ଇଂରାଜୀ ସବ୍‌ ଟାଇଟଲ ରହିବ ବୋଲି ସୂଚନା ଦେଇଛନ୍ତି। ଫିଲ୍ଲର ମୁଖ୍ୟ ଚରିତ୍ର ଅର୍ଥାତ ରଣ୍ଡୋ ମାଝୀଙ୍କ ଭୂମିକାରେ ଅଭିନେତା ମନୋଜ ମିଶ୍ର, ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦଶେନା ଦେଇଛନ୍ତି ରାଜ୍ୟ ପୁରସ୍କାରଚ ପ୍ରାପ୍ତ ପଙ୍କଜ ଜାଲ। ଚଳଚ୍ଚିତ୍ରର କାହାଣୀ ଓ ସଂଳାପ ଲେଖିଛନ୍ତି ବିଶିଷ୍ଟ ନାଟ୍ୟକାର ପରମେଶ୍ବର ମୁଣ୍ଡ। ରେଣ୍ଡୋ ମାଝୀଙ୍କ ସହ କଳାହାଣ୍ଡି ସମେତ ଓଡିଶା ଲୋକଙ୍କ ଭାବାବେଗ ଜଡିତ, ଏଣୁ ତାଙ୍କ ବାୟୋପିକ ଲେଖିବା ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି।

   Related Posts