Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ବାୟୋଟେକ୍ ଫାର୍ମାର ଦାବି: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପାଇଁ ୬ ସପ୍ତାହରେ ତିଆରି ହେବ ଭ୍ୟାକସିନ୍

22/12/2020 at 9:42 PM

ନୂଆଦିଲ୍ଲୀ ୨୨/୧୨ : ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଏବେ ବିଶ୍ବବାସୀ ଆତଙ୍କିତ । ଏହାର ଭ୍ୟାକସିନ୍ କିଭଳି ବାହାର କରାଯିବ ତାହାକୁ ନେଇ ବିଭିନ୍ନ ଫାର୍ମା କମ୍ପାନୀ ମତ ଦେଇଛନ୍ତି । ଏହାରି ମଧ୍ୟରେ ଜର୍ମାନୀ ଫାର୍ମା କମ୍ପାନୀ ବାୟୋଟେକ୍ ମଙ୍ଗଳବାର ଚେତାବନୀ ଦେଇ କହିଛି ଯେ, କରୋନା ଭାଇରସର ନୂଆ ମ୍ୟୁଟେସନ୍ ସଂକ୍ରାମକ ହୋଇପାରେ । ତେବେ ଫାର୍ମା କମ୍ପାନୀ ବାୟୋଟେକ୍ ଆଶ୍ବାଦନା ଦଇେ କହିଛି ଯେ, ଏହାର ଭ୍ୟାକସିନ୍ ୬ ସପ୍ତାହ ମଧ୍ୟରେ ତିଆରି କରାଯାଇପାରିବ ।

ଫାର୍ମା କମ୍ପାନୀ ବାୟୋଟେକ୍ କହିଛି ତାର ଭ୍ୟାକସିନ୍ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌କୁ ରୋକିବା ପାଇଁ ସକ୍ଷମ । ବାୟୋଟେକ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉଗୁର ସାହୀନ କହିଛନ୍ତି, ଭାଇରସର ନୂଆ ଷ୍ଟ୍ରେନ୍‌ ସହ ଲଢିବା ପାଇଁ ଭ୍ୟାକସିନ୍ ତିଆରି କରାଯାଇପାରିବ ଏବଂ ଏଥି ପାଇଁ ୬ ସପ୍ତାହ ସମୟ ଲାଗିବ ।

ଲଣ୍ଡନ ଏବଂ ଦକ୍ଷିଣ ଇଂଲଣ୍ଡରେ ଗତ କିଛି ଦିନ ହେବ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ବ୍ୟାପିଥିବା ଜଣାପଡିଛି । ଏହା ପରେ ସାରା ବିଶ୍ବରେ ମହାମରୀକୁ ନେଇ ଚିନ୍ତା ବଢିଯାଇଛି । ତେବେ ନୂଆ ଷ୍ଟ୍ରେନ୍‌ କ୍ଷତିକାରକ ବୋଲି ଜଣାପଡିନାହିଁ । ବୈଜ୍ଞାନିକମାନେ ଏହାର କାରଣ ଖୋଜିବାରେ ଲାଗିପଡିଛନ୍ତି । ବର୍ତ୍ତମାନ ଭାରତ ସମେତ ଅନେକ ଦେଶରେ ଇଂଲଣ୍ଡକୁ ବିମାନ ସେବା ବାତିଲ କରାଯାଇଛି ।

CSIRର ମହାନିର୍ଦେଶକ ଡାକ୍ତର ଶେଖର ପାଣ୍ଡେ କହିଛନ୍ତି, ବିଭିନ୍ନ କମ୍ପାନୀ ଗୁଡିକର ଭ୍ୟାକସିନ୍ ଯେତିକି ବିକଶିତ ହୋଇଛି ତାହା କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ସହିତ ଲଢିବା ପାଇଁ ସକ୍ଷମ ହୋଇପାରେ । ଶରୀରରେ ତିଆରି ହେଉଥିବା ଆଣ୍ଟିବଡି ଭାଇରସ ବିପକ୍ଷରେ ଲଢିବାକୁ ସକ୍ଷମ । ତେବେ ଯଦି ସମାନ ପରିମାଣର ଭ୍ୟାକସିନ୍ କାମ କରେ ତେବେ ନୂଆ ଷ୍ଟ୍ରେନ୍‌କୁ ମଧ୍ୟ ଅତି ସହଜରେ ମାତ ଦେଇହେବ ।

   Related Posts