କିରଣ ମଜୁମଦାର କରୋନା ପଜିଟିଭ୍

Published By : Prameya-News7 Bureau | August 18, 2020 IST

ବେଙ୍ଗାଲୁରୁ ୧୮/୦୮ : ବାୟୋଫାର୍ମାସ୍ୟୁଟିକାଲ୍ ଫାର୍ମ ବାୟୋକନ୍ ମୁଖ୍ୟ କିରଣ ମଜୁମଦାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ନିଜେ ଟ୍ୱିଟରରେ ଟ୍ୱିଟ କରି ସୂଚନା ଦେଇଛନ୍ତି | ସୋମବାର ରାତିରେ କିରଣ ମଜୁମଦାର ଟ୍ୱିଟ୍ କରି କହିଥିଲେ ଯେ ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି | ତାଙ୍କର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି | ଟ୍ୱିଟ ପରେ ବେଙ୍ଗାଲୁରୁ ବାସିନ୍ଦା ତାଙ୍କୁ ଶୁଭକାମନା ସହ ଶୀଘ୍ର ସୁସ୍ଥ ହୋଇ ଫେରିବାକୁ ବାର୍ତ୍ତା ଦେଇଥିଲେ |

କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି | ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିରପ୍ପା, ବିରୋଧୀ ଦଳର ନେତା ସିଦ୍ଧରମୟା ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଥିଲେ | କିନ୍ତୁ ବର୍ତ୍ତମାନ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.