ସ୍କାନରରେ ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀ : ବାୟୋମେଟ୍ରିକ୍ ବ୍ୟବସ୍ଥା ଲାଗୁ, ୪ଘଣ୍ଟା ଡ୍ୟୁଟି ନକଲେ କଟିବ ଗୋଟିଏ ଦିନର ଦରମା
24/09/2019 at 12:31 PM

ଭୁବନେଶ୍ବର ୨୪।୯: ସ୍କାନରରେ ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀ । ଏଣିକି ଠକି ପାରିବେନି କର୍ମଚାରୀ । ଡ୍ୟୁଟିରେ ଠକୁଥିବା କର୍ମଚାରୀ ହୋଇଯାଆନ୍ତି ସାବଧାନ । କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେସିନ ।
ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କରାଯାଇଛି । କାର୍ଯ୍ୟାଳୟକୁ ଆସିବା ଏବଂ ଯିବା ସମୟରେ କର୍ମଚାରୀଙ୍କୁ ବାୟୋମେଟ୍ରିକ୍ ଦେବାକୁ ପଡିବ । ଯେଉଁ କର୍ମଚାରୀ ବାୟୋମେଟ୍ରିକ୍ ନଦେବେ ସେହି ଦିନକୁ ଅନୁପସ୍ଥିତ ଭାବେ ଗଣାଯିବ ।
କର୍ମଚାରୀମାନେ ସକାଳ ୧୦ଟାରେ କାର୍ଯ୍ୟାଳୟକୁ ଆସିବେ । ଅଧଘଣ୍ଟାଏ ଗ୍ରେସ୍ ପିରିୟଡ ରଖାଯାଇଛି । ଉଚ୍ଚଶିକ୍ଷା ବିଭାଗର କର୍ମଚାରୀ ଏଣିକି ସାଢେ ୭ ଘଣ୍ଟା କାର୍ଯ୍ୟାଳୟରେ ରହିବାକୁ ବାଧ୍ୟ । ସାଢେ ୭ ଘଣ୍ଟାରୁ କମ୍ ରହିଲେ କର୍ମଚାରୀଙ୍କ ଅଧା ଦରମା କଟାଯିବ । ୪ଘଣ୍ଟାରୁ କମ୍ ସମୟ ରହିଲେ ପୁରା ଦିନଟି ଛୁଟି ଭାବରେ ଗଣାଯିବ । ଯେଉଁ କର୍ମଚାରୀମାନେ ୧୦ଟା ୩୦ରେ କାର୍ଯ୍ୟାଳୟକୁ ଆସିଥିବେ ସେମାନେ ୬ଟା ପୂର୍ବରୁ ଯାଇପାରିବେ ନାହିଁ ।

