ବାୟୋ ବବଲ ନିୟମ ଭାଙ୍ଗିଲେ ଅମ୍ପାୟାର, ଟୁର୍ଣ୍ଣାମେଣ୍ଟ ଅଧାରୁ ବିଦା କଲା ଆଇସିସି

Published By : Prameya-News7 Bureau | November 04, 2021 IST

ଦୁବାଇ, ୦୪/୧୧: ଇଂଲଣ୍ଡ ଅମ୍ପାୟାର ମାଇକେଲ୍ ଗଫଙ୍କୁ ଆଇସିସି ଚଳିତ ଟି୨୦ ବିଶ୍ୱକପରୁ ହଟାଇ ଦେଇଛି । ସେ କିଛିଦିନ ପୂର୍ବରୁ ବାୟୋ ବବଲ ଉଲଙ୍ଘନ କରିଥିଲେ ।

ଗତ ସପ୍ତାହରେ ଏହି ୪୧ ବର୍ଷୀୟ ଅମ୍ପାୟାର ବିନା ଅନୁମତିରେ ହୋଟେଲ ବାହାରକୁ ଚାଲିଯାଇତିଲେ । ବାହାର ଲୋକଙ୍କୁ ଭେଟିଥିଲେ । ଏହି କାରଣରୁ ତାଙ୍କୁ ୬ ଦିନ ପାଇଁ ଆଇସୋଲେସନରେ ରଖାଯାଇଥିଲା ।

ଆଇସିସି ନିଜ ବୟାନରେ କହିଛି ଯେ, ବାୟୋ ବବଲ ଉଲ୍ଲଙ୍ଘନ କରିଥିବା କାରଣରୁ ମାଇକେଲଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇ ଦିଆଯାଇଛି । ବଳକା ମ୍ୟାଚ୍ ପାଇଁ ତାଙ୍କୁ ଆଉ ନିଯୁକ୍ତି ଦିଆଯିବ ନାହିଁ ।

ସେ ଗତ ଭାରତ-ନ୍ୟଜିଲାଣ୍ଡ ମୁକାବିଲାରେ ଅଧିକାରୀ ଭୂମିକା ତୁଲାଇଥିଲେ । କିନ୍ତୁ ତାଙ୍କୁ ହଟିବାକୁ ପଡିଛି । ତାଙ୍କ ସ୍ଥାନରେ ଆଫଗାନିସ୍ତାନର ମରାଇସ ଇରାସମସଙ୍କୁ ସାମିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.