ନିରୀହ ସ୍ବାମୀର ମୁଣ୍ଡ ନେଇଗଲା ସ୍ତ୍ରୀ: ମକ ଡ୍ରିଲ୍‌ ବେଳେ ମୁହଁ ଖୋଲିଲା ମୁଖ୍ୟ ଅଭିଯୁକ୍ତ ସାରଦା

Published By : Prameya-News7 Bureau | June 28, 2020 IST

ସାଲେପୁର୨୮/୬: ବହୁ ଚର୍ଚ୍ଚିତ ବିନୋଦ ମଣ୍ଡଳଙ୍କ ହତ୍ୟାକାଣ୍ଡରେ ପର୍ଦ୍ଦାଫାଶ ହୋଇଛି। ଦୀର୍ଘଦିନ ଛକାପଞ୍ଝା ପରେ ଶେଷରେ ଅନ୍ତ ଘଟିଛି। ବିନୋଦ ମଣ୍ଡଳଙ୍କ ହତ୍ୟାକାଣ୍ଡରେ ରବିବାର ପୋଲିସ୍‌ ମକ ଡ୍ରିଲ କରିଛି। ଏହି ହତ୍ୟାକାଣ୍ଡର କାର୍ପଟଦାର ସାରଦା କୁଣ୍ଡୁକୁ ପୋଲିସ୍‌ ରିମାଣ୍ଡ୍‌ରେ ଆଣିଛି। ରବିବାର ସଟ୍‌ଡାଉନ୍‌ ସତ୍ତ୍ବେ ମୁଖ୍ୟ ଅଭିଯୁକ୍ତ ସାରଦାକୁ ଘଟଣାସ୍ଥଳକୁ ନେଇଥିଲା ପୋଲିସ୍‌। ସେ  କିଭଳି ହତ୍ୟା କରିଥିଲା, ତାହାର ମକ ଡ୍ରିଲ କରିଛି ପୋଲିସ୍‌। ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀ ବିନୋଦଙ୍କ  ସ୍ତ୍ରୀ ନମିତା ଦାସକୁ ମଧ୍ୟ ପୋଲିସ୍‌ ଗିରଫ କରିଛି। ପ୍ରେମ ନିଶାରେ ଅନ୍ଧ ହୋଇ ପୁରୁଣା ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କ ହତ୍ୟା କରିବାରେ ସମ୍ପୂର୍ଣ୍ଣ ଭାବେ ସାଥ୍ ଦେଇଥିଲା ସ୍ତ୍ରୀ ନମିତା। ବିନୋଦଙ୍କ ନିଖୋଜ ଖବର ପରେ ଷଡ଼ଯନ୍ତ୍ରକାରୀ ସ୍ତ୍ରୀ ଛପି ରହିଥିଲା। ସ୍ବାମୀଙ୍କ ମରିବା ଦୁଃଖରେ ମିଛି ମିଛିକା ଆଖିରୁ ଲୁହ ଝରାଉଥିଲା। କଥାରେ ଅଛି, ଚୋର ଘର ସବୁଦିନ ଅନ୍ଧାର ନୁହେଁ, ସେହିଭଳି ନମିତା ଏବଂ ତାର ପୁରୁଣା ପ୍ରେମିକର ଅସଲ ମୁଖା ପଦାରେ ଦିନେ ପଡିଯିବ, ହୁଏତ ସେ କଥା ସେମାନେ ଭୁଲି ଯାଇଥିଲେ।  

ଗତ ମେ‌ ମାସ ୨୬ ‌ତାରିଖ ଦିନ କିଶନନଗର ଥାନା କିଶନ ନଗର ଗାଁର ବିଜୟ ମଣ୍ଡଳଙ୍କ ପୁଅ ବିନୋଦ ମଣ୍ଡଳ କଟକ ଯିବେ ବୋଲି କହି ଘରୁ ବାହାରି ଯାଇଥିଲେ। ହେଲେ ପୁଅ ବିନୋଦ ଆଉ ଘରକୁ ଫେରି ନଥିଲେ। ଗତ ମେ ମାସ ୨୯ ତାରିଖରେ ବାପା ବିଜୟ ମଣ୍ଡଳ କିଶନ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍‌ ବିଭିନ୍ନ ଦିଗକୁ ନଜର କରି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ପୋଲିସ୍‌ର ଅନୁସନ୍ଧାନକାରୀ ଆଖି ବିନୋଦଙ୍କ ସ୍ତ୍ରୀ ଏବଂ ତାର ପ୍ରେମିକ ଉପରେ ପଡିଥିଲା। ଏହାପରେ ଗୋଟେ ପରେ ଗୋଟେ ସତ୍ୟ ଘଟଣା ସାମ୍ନାକୁ ଆସିଥିଲା। ସ୍ତ୍ରୀ ଯେ ଦିନେ ସ୍ବାମୀର ମୁଣ୍ଡ ନେବ, ଏ କଥା କିଏ ଜାଣିଥିଲା।

ସାରଦା ଓ ନମିତାଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସଂପର୍କ ରହିଥିଲା। ସେଥିପାଇଁ ଉଭୟ ମିଶି ବିନୋଦଙ୍କୁ ରାସ୍ତାରୁ ହଟାଇବା ଲାଗି ଷଡ଼ଯନ୍ତ୍ର ରଚିଥିଲେ। ବିନୋଦ କୁଆଡ଼େ ଗଲେ, କୁଆଡ଼େ ଆସିଲେ, ଏ ସଂପର୍କରେ ସମସ୍ତ ତଥ୍ୟ ସ୍ତ୍ରୀ ନମିତା ସାରଦାକୁ ଦେଉଥିଲା। ସେଦିନ ବିନୋଦ ଘରୁ ବାହାରି ଖବର ସ୍ତ୍ରୀ ନମିତା ସାରଦାକୁ ଦେଇଥିଲା। ଶେଷରେ ବିନୋଦଙ୍କୁ ହତ୍ୟା କରିଥିଲା ସାରଦା।

ବିନୋଦଙ୍କୁ  କିପରି  ହତ୍ୟା କରାଯାଇଥିଲା, ସେହି ସଂପର୍କରେ ଆମେ ପୂର୍ବ ଆଟିକିଲରେ କହିଥିଲୁ। ତାଙ୍କୁ ହତ୍ୟା କରିବା ପରେ ଖରିବନରେ ପିଙ୍ଗି ଦିଆଯାଇଥିଲା। ହତ୍ୟା କରିବା ପରେ ତାଙ୍କ ମୋବାଇଲକୁ ଲକ୍ଷ୍ମୀ ନାରାୟଣପୁର ଅଞ୍ଚଳରେ ଏକ ପୋଖରୀରେ ଥିବା ଫିଙ୍ଗି ଦେଇଥିବା ମକ ଡ୍ରିଲ ବେଳେ ସାରଦା କହିଛି। ଅଭିଯୁକ୍ତ  ଜଗତପୁର ଥାନା ଗୋଲେଇ ଛକରେ ଗାଡି ରଖିଥିଲା। ପୁଣି ପାଗା ପେଟ୍ରୋଲ ଟାଙ୍କିରେ ତେଲ  ଭରିଥିଲା। ରବିବାର ମକ ଡ୍ରିଲ ବେଳେ ପୋଲିସ୍‌କୁ ସବୁ କଥା କହିଛି ଅଭିଯୁକ୍ତ ସାରଦା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.