Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ସ୍ତ୍ରୀକୁ ଡିଭୋର୍ସ ଦେବାକୁ ରାଜି ହେଲେନି, ହେଲ୍‌ମେଟ୍‌ରେ ଛେଚି ମାରିଦେଲା ପ୍ରେମିକ

28/06/2020 at 11:35 AM

ସାଲେପୁର ୨୮।୦୬: ପ୍ରେମ ନିଶା ଏମିତି ଉତୁରିୁଲି ଯେ, ଜୀବନ ନେବାକୁ ବି ପଛାଇଲାନି । ପ୍ରଥମେ ଫେଲ୍‌ ମାରିଥିବା ପ୍ରେମିକ । ବିନୋଦ ମଣ୍ଡଳ ହତ୍ୟାକାଣ୍ଡ ଷଡଯନ୍ତ୍ରର ପୃଷ୍ଠା ପରେ ପୃଷ୍ଠା ଖୋଲୁଛି । ଅଭିଯୁକ୍ତ ଶାରଦା କୁଣ୍ଡୁ ପୋଲିସ ଆଗରେ ନିଜର ଦୋଷ ମାନିଯାଇଛି । ଏବେ ଅଧିକ ପ୍ରମାଣ ଓ ତଥ୍ୟ ଲାଗି ଅଭିଯୁକ୍ତ ଶାରଦା କୁଣ୍ଡୁ ଓ ତାର ସହଯୋଗ ସିଲୁ ଦାସକୁ ଧରି ଆଜି ହତ୍ୟାକାଣ୍ଡ ସ୍ଥଳ ବାରଗୋଡିଆ  ନଦୀପଠାକୁ ଯିବ । ଏହି ତଦନ୍ତ ସହିତ ଜଡିତ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି ଏହି ସୂଚନା ।

ପ୍ରେମ ପାଇଁ ହତ୍ୟାକାଣ୍ଡ । ପ୍ରେମିକା ବାହା ହୋଇ ଯିବା ପରେ ବି ବୁଝିନଥିଲା ପ୍ରେମିକର ମନ । ପୁଣି ବିବାହିତ ପ୍ରେମିକା ସହିତ ସମ୍ପର୍କ ଯୋଡିଥିଲା । ସେପଟେ ଆଉ ଜଣଙ୍କ ପାଇଁ ଶଙ୍ଖ ସିନ୍ଦୁର ପିନ୍ଧିଥିଲେ ମଧ୍ୟ ପୁରୁଣା ପ୍ରେମିକ ପାଖରେ ରହିଯାଇଥିଲା ମନ । ବାହାଘରର ବର୍ଷେ ପରେ ବି  ପୁରୁଣା ସମ୍ପର୍କକୁ ଧରି ଦୁହେଁଆଉ ଥରେ ସଂସାର କରିବାକୁ ଯୋଜନା କରିଥିଲେ । ସ୍ୱାମୀ ଠାରୁ ଛାଡପତ୍ର ନେଇ ପ୍ରେମିକା ସହିତ ବିବାହ କରିବାର ଯୋଜନା ଥିଲା । କିନ୍ତୁ ଫେଲ୍‌ ମାରିଗଲା ପ୍ରେମିକର ପ୍ଲାନ୍ । ବର୍ଷେ ତଳେ ବାହା ହୋଇଥିବା ସ୍ତ୍ରୀକୁ ଛାଡିବାକୁ ରାଜି ହୋଇନଥିଲା ସ୍ୱାମୀ । ଛାଡପତ୍ର ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲା । ଆଉ ତା ବଦଳେ ହରାଇଦେଲା ଜୀବନ । ଏ ହେଉଛି କଟକ କିଶନନଗର ବିନୋଦ ମଣ୍ଡଳ ମର୍ଡର ମିଷ୍ଟ୍ରୀର ମୋଟାମୋଟି କାହାଣୀ ।

କେମିତି ଥିଲା ଷଡଯନ୍ତ୍ର, ଆଉ ତାର ଫଲୋଅପ୍‌ ?

ଅବିଯୁକ୍ତ ଶାରଦା କୁଣ୍ଡୁ ହେଉଛି ବିନୋଦଙ୍କ ପତ୍ନୀ ନମିତାଙ୍କ ପ୍ରେମିକ । ବିବାହ ପରେ ବି ଦୂର ସମ୍ପର୍କରୁ ପ୍ରେମ ସମ୍ପର୍କ ଯୋଡିଥିବା ଶାରଦା, ତାର ପୂର୍ବତନ ପ୍ରେମିକାଙ୍କ ସହ ପ୍ରେମ ସମ୍ପର୍କ ଭାଙ୍ଗିନଥିଲା । ଦୁହେଁ ପୁଣି ବାହା ହେବାକୁ ଯୋଜନା କରିଥିଲେ । ସେମାନଙ୍କ ପାଇଁ କଣ୍ଟାଥିଲେ ବିନୋଦ ମଣ୍ଡଳ । ଛାଡିପତ୍ର ଦେଇ ନମିତାଙ୍କୁ ବିନୋଦ ଠାରୁ ଅଲଗା ହେବାକୁ ବିନୋଦକୁ ବାଧ୍ୟ କରାଯାଉଥିଲା । ଷଡଯନ୍ତ୍ରରେ ସାମିଲ ଥିଲେ ନମିତା । ତେବେ କିଶନନଗର କଲେଜରେ ଡାଟା ଏଣ୍ଟ୍ରି ଥିବା ବିନୋଦ । ସ୍ୱଭାବରେ ସେ ଶାନ୍ତ ଶିଷ୍ଟ ଥିଲେ, କିମ୍ବା ସ୍ତ୍ରୀକୁ ଛାଡିବାକୁ ରାଜି ନଥିଲେ ।  ଏହାପରେ ଆରମ୍ଭ ହୋଇଥିଲା ଫାଇନାଲ୍‌ ପ୍ଲାନ୍‌ । ଏଥିରେ ଅଭିଯୁକ୍ତ ଶାରଦାକୁ ସହଯୋଗ କରିଥିଲା ତାର ସହଯୋଗୀ ସିଲୁ ଦାସ୍ । ମେ ୨୬ତାରିଖ ଦିନ ବୋର୍ଡ ଅଫିସରେ କାମ ଦେବାର ବାହାନ କରି ସିଲୁ ଓ ଶାରଦା ଡକାଇନେଇଥିଲେ । କିନ୍ତୁ ତାଙ୍କୁ ଭିନ୍ନ ବାଟରେ ନେଇ ଜଗତପୁର ଥାନା ଅନ୍ତର୍ଗତ ବାରଗୋଡିଆ ନଦୀପଠାରେ ପହଞ୍ଚିଥିଲେ ।

ସେଠାରେ ବିନୋଦ ଓ ଶାରଦ କୁଣ୍ଡୁ ମଧ୍ୟରେ ବଚସା ହୋଇଥିଲା । ନମିତାଙ୍କୁ ଛାଡପତ୍ର ଦେବାକୁ ଧମକ ଦେଇଥିଲା । କିନ୍ତୁ ଏଥିରେ ବିନୋଦ ରାଜି ହୋଇନଥିଲା । ତା ପରେ ଶାରଦା ଓ ତାର ସହଯୋଗୀ ବିନୋଦଙ୍କୁ ଆକ୍ରମଣ କରିବା ସହ ଗାଡ଼ିରେ ଟଙ୍ଗା ହୋଇଥିବା ହେଲ୍‌ମେଟ୍‌କୁ ଅଭିଯୁକ୍ତ ଶାରଦା ଟାଣିଆଣି ବିନୋଦଙ୍କ ମୁଣ୍ଡକୁ ଖୁବ୍ ଜୋର୍‌ରେ ପିଟି ଦେଇଥିଲା । ଫଳରେ କେନାଲ୍ ବନ୍ଧ ତଳକୁ ବିନୋଦ ଖସି ପଡ଼ିଥିଲେ । ବିନୋଦ ଯାଇ ଖରି ବୁଦା ଭିତରେ ପଡ଼ିବା ପରେ ଶାରଦା ତାଙ୍କ ତଣ୍ଟି ଚିପି ଧରିଥିଲା । କିଛି ସମୟ ପରେ ବିନୋଦଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଶାରଦା ବିନୋଦଙ୍କ ଫୋନ୍‌, ଗାଡ଼ି ଓ ପର୍ସ ନେଇ ସେଠାରୁ ପଳାଇଥିଲା । ପରେ ବିନୋଦଙ୍କ ଗାଡ଼ି ଓ ହେଲ୍‌ମେଟ୍‌କୁ ଛାଡ଼ି ନିଜ ଘରକୁ ପଳାଇ ଆସିଥିଲା । ରିମାଣ୍ଡ୍ ସମୟରେ ପ୍ରଥମେ ଏହି ସବୁ ବିଷୟକୁ ଶାରଦା ମାନୁ ନଥିଲା । ପୁଲିସ ତାର ଭାଇକୁ ଗିରଫ କରି ଜେଲ୍ ପଠାଇଦେବ ବୋଲି କହିବାରୁ ଏଥିରେ ଶାରଦା ଭାଙ୍ଗି ପଡ଼ି ସବୁ ସତ କଥା ଓକାଳି ଦେଇଥିଲା । ଶାରଦାର ଏହି ସ୍ୱୀକାରୋକ୍ତି ଭିଡିଓକୁ ପୁଲିସ ରେକର୍ଡ କରିଛି ।

ଜବତ ହେଲ୍‌ମେଟ୍‌ରେ ଶାରଦାର ରକ୍ତ ଛିଟା ଲାଗିଥିବା ଫରେନ୍‌ସିକ୍ ଟେଷ୍ଟରୁ ଜଣାପଡ଼ିଛି । ପ୍ରେମିକ ଶାରଦା ସହିତ ବିନୋଦଙ୍କ ପତ୍ନୀଙ୍କର ହ୍ୱାଟ୍‌ସ୍‌ଆପ୍‌ରେ ଚାଟିଂ ଚାଲିଥିଲା । ସେହି ଚାଟ୍ ହିଁ ବିନୋଦଙ୍କ ପତ୍ନୀଙ୍କର ଅସଲ ଚେହେରାକୁ ପଦାରେ ପକାଇ ଦେଇଥିବା ପୁଲିସ କହିଛି । କ୍ରାଇମ୍‌ବ୍ରାଞ୍ଚ୍ ସହଯୋଗରେ ନମିତାଙ୍କ ଫୋନ୍‌ର ସମସ୍ତ ତଥ୍ୟ, କଲ୍ ଓ ଚାଟ୍ ରେକର୍ଡ ସଂଗ୍ରହ କରାଯାଉଥିଲା । ନମିତାଙ୍କ ହ୍ୱାଟ୍‌ସ୍‌ଆପ୍ ନମ୍ବର, ଫେସ୍‌ବୁକ୍ ମେସେଞ୍ଜର୍ ନମ୍ବର ଓ ଏସ୍‌ଏମ୍‌ଏସ୍ (ମେସେଜ୍‌)ର ସମସ୍ତ ତଥ୍ୟ ପୁଲିସ ସଂଗ୍ରହ କରିଥିଲା । ଏପରିକି ଗଲା ଦେଢ଼ ବର୍ଷରୁ ଅଧିକ ଦିନର ତଥ୍ୟ ଯୋଗାଡ଼ କରାଯାଇଥିଲା । ତେବେ ବିନୋଦଙ୍କ ନିଖୋଜ ହେବା ପର ଠାରୁ ଉଭୟଙ୍କ ମଧ୍ୟରେ କୌଣସି ପ୍ରକାର ଚାଟ୍‌ , ମେସେଜ୍‌ କରାଯାଇନଥିଲା, ଯାହାଫଳରେ ପୋଲିସକୁ ନମିତଙ୍କ ଉପରେ ଆଶଙ୍କା ଆହୁରି ବଢିଯାଇଥିଲା । ଶେଷରେ ନମିତାଙ୍କୁ ଗିରଫ କରାଯାଇଛି । ସମ୍ପୂର୍ଣ୍ଣ ଘଟଣାରୁ ଗୋଟିଏ କଥା ଜଣାପଡୁଛି ଯେ, ବିନୋଦଙ୍କ ବିଶ୍ୱାସରେ ସମସ୍ତେ ବିଷ ଦେଇଛନ୍ତି ।

   Related Posts