Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବିନୋଦ ମଣ୍ଡଳ ମର୍ଡର ମିଷ୍ଟ୍ରୀ : ସିଲୁ ଦାସର ବୟାନ ଉପରେ ପୋଲିସର ନଜର, ସେହି ଖିଅରେ ଖୋଲିଯିବ ହତ୍ୟାକାଣ୍ଡର ଗୁମର

21/06/2020 at 6:14 PM

ସାଲେପୁର, ୨୧|୦୬:  କିଷନନଗର ବିନୋଦ ମଣ୍ଡଳ ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ଏବେ ବିଚାର ବିଭାଗୀୟ ହେପାଜତରେ । ଦୀର୍ଘ ୨୫ ଦିନର ନିଖୋଜ ବା ଅପହରଣ  ଏବଂ ଶେଷରେ ବୀଭତ୍ସ ହତ୍ୟା । ପୋଲିସ ଫରେନସିକ୍ ଟିମ୍ ଜଗତପୁର ଥାନା ଅନ୍ତର୍ଗତ ମହାନଦୀର ବାରଗୋଡିଆ ନଦୀ ପଠାରୁ ମିଳିଥିବା ଗଳିତ ମୃତଦେହ ଏବଂ ଅନ୍ୟ କିଛି ସାମଗ୍ରୀର ଯାଞ୍ଚ ଜାରି ରଖିଛି ।  ପୋଲିସ ତଦନ୍ତର ନିୟମ ଅନୁଯାୟୀ ପରୀକ୍ଷା ନିରୀକ୍ଷା ସହ  ଡିଏନଏ ଟେଷ୍ଟର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଯଦିଓ ବିନୋଦଙ୍କ ପରିବାର ଲୋକ ମୃତଦେହ ସହ ତାଙ୍କ ବ୍ୟବହୃତ ସାମଗ୍ରୀ ସବୁକୁ ଚିହ୍ନଟ କରିଛନ୍ତି ତଥାପି ଆଇନ ଅନୁଯାୟୀ ଆବଶ୍ୟକୀୟ ପ୍ରମାଣ ଏବଂ ଆନୁସଙ୍ଗିକ ଦସ୍ତାବିଜ ପ୍ରସ୍ତୁତ ହେବା ଜରୁରୀ । ପୋଲିସ ବେଶ୍ ସନ୍ତର୍ପଣରେ ତଦନ୍ତ ଜାରି ରଖିଥିବା ବେଳେ ମୁହଁ ଖୋଲୁନି । ତେବେ ଏହି ମାମଲାରେ ଏବେ ମୁଖ୍ୟ ଅଭିଯୁକ୍ତ ଶାରଦା କୁଣ୍ଡୁର ସହଯୋଗୀ ଦ୍ୱିତୀୟ ଅଭିଯୁକ୍ତ ସିଲୁ ଦାସ ଉପରେ ନଜର ।

ବିନୋଦ ମଣ୍ଡଳକୁ ମିଛ କହି ଫୋନ କରାଯାଇଥିଲା । ବୋର୍ଡ ଅଫିସକୁ ଯିବାକୁ କହି ମିଛ ପରିଚୟ ଦେଇ ଫୋନକରି ଡକାଇ ନିଆଯାଇଥିଲା । ତାପରେ ଭୁଲ ରାସ୍ତାରେ ନିଆଯାଇ ବିନୋଦକୁ ମହାନଦୀ ପଠାରେ ହତ୍ୟା କରାଯାଇଥିଲା । ପୋଲିସର ନଜରକୁ ଅନ୍ୟ ଦିଗକୁ ନେବାକୁ ବିନୋଦଙ୍କ ମୋବାଇଲକୁ ଅନ୍ୟ ସ୍ଥାନରେ ଫୋପାଡି ଦିଆଯାଇଥିଲା । ଏପରି କିଛି ସଙ୍ଗୀନ ତଥ୍ୟ ସମ୍ପର୍କରେ ସୂଚନା ମିଳିଛି । ଦ୍ୱିତୀୟ ଅଭିଯୁକ୍ତ ସିଲୁଦାସକୁ ଗତ ୧୮ ତାରିଖରେ ଗିରଫ ପରେ ୧୯ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା । ସିଲୁ ଦାସ ଏବଂ ପ୍ରଥମ ଅଭିଯୁକ୍ତ ଶାରଦା କୁଣ୍ଡକୁ ଜେରାରୁ ପୋଲିସ ହତ୍ୟାସ୍ଥଳର ସୁରାକ ପାଇଥିବା ଜଣାଯାଇଛି ।

ଅନୁସନ୍ଧାନରୁ ଜଣାଯାଇଛି, ସିଲୁଦାସର ଘର ପାଗା ନିକଟରେ ଓ ସେ ଶାରଦାର ସାଙ୍ଗ । ଦୁହେଁ ମିଶି ବିନୋଦ ବିରୋଧରେ ଷଡଯନ୍ତ୍ର କରିଥିବା ମନେ ହେଉଛି । ଯେଉଁ ଫୋନରୁ ବିନୋଦକୁ ଡକାଇ ନିଆଯାଇଥିଲା ତାହା ସିଲୁଦାସର ବୋଲି ,ସନ୍ଦେହ ଦୃଢ ହୋଇଛି । ମିଛ ପରିଚୟ ଦେଇ ବୋର୍ଡ ଅଫିସରେ ଖାତାଦେଖାରେ ନିଯୁକ୍ତି ଦିଆଯିବ ବୋଲି କହି ସିଲୁ ଦାସ ଅଶୁରେଶ୍ୱର ନିକଟ ଏକ ସ୍ଥାନକୁ ବିନୋଦକୁ ଡକାଇ ନେଇଥିଲା । ବିନୋଦ ସନ୍ଦେହ ନକରି ସେଠାକୁ ଯାଇଥିଲା । ଏହା ପରେ ବିନୋଦକୁ ଅନ୍ୟବାଟରେ ଜଗତପୁର ମହାନଦୀ ପଠା ଯାଏଁ ନିଆଯାଇଥିଲା । ଶାରଦା ଓ ସିଲୁ ପରସ୍ପର ଯୋଗଯୋଗରେ ରହି ବିନୋଦକୁ ଭୁଲାଇ ଅପହରଣ କରିନେଇଥିଲେ । ଏହାପରେ ବିନୋଦକୁ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ ହେଉଛି । କିନ୍ତୁ ଏହି ଭୟଙ୍କର ଷଡଯନ୍ତ୍ର ଏବଂ ବୀଭତ୍ସ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ଏପରିକି ସୁପାରୀ କିଲର୍ ଥିବା ମଧ୍ୟ ସନ୍ଦେହ ହେଉଛି । ପୋଲିସ ଏଦିଗରେ ତଦନ୍ତ କରି ମୃତକ ଏବଂ ଅଭିଯୁକ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ, ଫୋନ୍ କଲ୍, ସେମାନଙ୍କ ଚଳପ୍ରଚଳ ସ୍ଥାନ ଆଦି ନେଇ ଛାନଭିନ କରିଥିଲେ ବି ଅର୍ଥ ଦେଣନେଣର ପ୍ରମାଣ ପାଇନଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ।

ସେପଟେ ବିନୋଦଙ୍କ ମୃତ୍ୟୁ ସହ ପ୍ରେମଜନିତ କାରଣ ନେଇ ସ୍ଥାନୀୟ ଅଞ୍ଚଳରେ ବେଶୀ ଚର୍ଚ୍ଚା । ପ୍ରେମ ସମ୍ପର୍କ ଭାଙ୍ଗିବା କାରଣକୁ ପ୍ରତିଶୋଧ ପରାୟଣ ହୋଇ ଏପରି କିଛି କରିଛନ୍ତି ଦୁର୍ବୃତ୍ତ । ତେବେ ସିଲୁ ଦାସ ହିଁ ସତ ଉଗାଳିବ । ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ଶାରଦାକୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରି କିଛି ଖିଅ ପାଇଥିବା ଜଣାଯାଇଛି । ତେବେ ଜଗତପୁର ଗୋଲେଇ ଛକରେ ବିନୋଦ ମଣ୍ଡଳଙ୍କ ମୋଟରସାଇକେଲ କିଏ ଥୋଇଲା, ବିନୋଦଙ୍କ ଫୋନ କେଉଁଠି, କାହିଁକି ବିନୋଦଙ୍କୁ ଏଭଳ ବୀଭତ୍ସ ଭାବେ ହତ୍ୟା କରାଗଲା ତାହା ହିଁ ବଡ ପ୍ରଶ୍ନ ।    

   Related Posts