ବିବାହ ବାର୍ଷିକୀ ଯାଏଁ ବଞ୍ଚିଲେନି ବିନୋଦ : ନିଖୋଜ ଦିନ ମାରି ଖଣ୍ଡ ଖଣ୍ଡ କରିଛନ୍ତି ଦୁର୍ବୃତ୍ତ, ଭୟଙ୍କର ହତ୍ୟାକାଣ୍ଡରେ ଏକାଧିକ ସଂପୃକ୍ତି !

Published By : Prameya-News7 Bureau | June 20, 2020 IST

ସାଲେପୁର ୨୦।୬: ଜୁନ୍ ୨୪ ତାରିଖରେ ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥାନ୍ତେ ବିନୋଦ ମଣ୍ଡଳ । କିନ୍ତୁ ତାହାର ଠିକ୍ ମାସକ ପୂର୍ବରୁ ତାଙ୍କୁ ଅତୀ ବୀଭତ୍ସ ଭାବେ ମାରି ଖଣ୍ଡ ଖଣ୍ଡ କରିଦେଲେ ଦୁର୍ବୃତ୍ତ । ନିଖୋଜର ୨୫ ଦିନ ପରେ ମିଳିଲା ମୃତଦେହ । ବାରଗୋଡିଆ ମହାନଦୀ ପଠାରୁ ଗଳିତ ଖଣ୍ଡ ବିଖଣ୍ଚିତ ମୃତଦେହ ସହ ବିନୋଦଙ୍କ ବ୍ୟବହୃତ ସାମଗ୍ରୀ ସବୁ ଜବତ କରିଛି ପୋଲିସ । ପରିବାରଲୋକ ମୃତଦେହକୁ ଚିହ୍ନଟ କରିଛନ୍ତି । କିନ୍ତୁ କିଏ କାହିଁକି ଏତେ ନିଷ୍ଠୁର ଭାବେ ବିନୋଦଙ୍କୁ ହତ୍ୟା କଲା ସେ ରହସ୍ୟ ଉପରୁ ଏଯାଏଁ ପରଦା ଉଠାଇନାହିଁ ପୋଲିସ ।

{"id":288769,"sizeSlug":"large"}

ଶୁକ୍ରବାର ଜଗତପୁର ଥାନା ଅନ୍ତର୍ଗତ ବାରଗୋଡିଆ ମହାନଦୀ ପଠାରୁ ମିଳିଥିଲା ଏକ ଖଣ୍ଡ ବିଖଣ୍ଡିତ ମୃତଦେହ । ତାହା କିଶନନଗର ଅଞ୍ଚଳର ବିଜୟ କୁମାର ମଣ୍ଡଳଙ୍କ ପୁଅ ବିନୋଦ ମଣ୍ଡଳ ବୋଲି ଚିହ୍ନଟ ହୋଇଛି । ପରିବାର ଲୋକଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ପ୍ରମାଣ ପାଇଛି । ଘଟଣାସ୍ଥଳରୁ ମିଳିଛି ବିନୋଦଙ୍କ ବ୍ୟାଗ୍ ଓ ଟିଫିନ୍ ବକ୍ସ । ବ୍ୟାଗ୍ ଭିତରେ ନଷ୍ଟ ହୋଇଯାଇଥିବା କିଛି ମିଠା ବି ରହିଛି । ଶନିବାର ସକାଳେ ବିନୋଦଙ୍କ ହାତଘଣ୍ଟା ଓ ଚପଲ ମିଳିଛି । ଠା ଠା ହୋଇ ଏସବୁ ପଡିଥିଲା । ପୋଲିସ ଓ ଫରେନସିକ୍ ଟିମ୍ ସେଗୁଡିକୁ ଜବତ କରି ତଦନ୍ତ ଜାରି ରଖିଛି । ଡିଏନଏ ଟେଷ୍ଟ ସହଅନ୍ୟାନ୍ୟ ଅନୁଷଙ୍ଗୀକ ପରୀକ୍ଷା ପରେ ତାହା ବିନୋଦଙ୍କ ମୃତଦେହ କି ନାହିଁ ତାହା ନିଶ୍ଚିତ ହେବ । କିନ୍ତୁ ପରିବାରଲୋକଙ୍କ ସୂଚନା ଏବଂ ଘଟଣାକ୍ରମରୁ ବିନୋଦଙ୍କୁ ମେ ୨୪ ତାରିଖ ଦିନ ଅପହରଣ କରିନେଇ ହତ୍ୟା କରାଯାଇଥିବା ମନେ ହେଉଛି ।

{"id":288770,"sizeSlug":"large"}

ବିନୋଦ ମଣ୍ଡଳ ମେ ୨୪ ତାରିଖରେ କିଶନନଗର ଘରୁ କଟକ ବୋର୍ଡ ଅଫିସକୁ ଯାଉଥିବା କହି ବାହାରିଥିଲେ । ପାଗାରେ କିଛି ସମୟ ଅଟକିଥିଲେ । ତାପରେ ତାଙ୍କ ସହ ପରିବାରଲୋକଙ୍କର ଯୋଗାଯୋଗ ହୋଇପାରିନଥିଲା । ଏହା ଏକ ପ୍ରେମଜନିତ ବିବାଦରୁ ନିଖୋଜ ଓ ଅପହରଣ ସନ୍ଦେହ କରାଯାଉଥିଲା । ଏ ଘଟଣାରେ ପୋଲିସ ପାଗାରେ ଶାରଦା କୁଣ୍ଡୁ ନାମକ ଜଣେ ଯୁବକଙ୍କୁ ଗିରଫ କରି ରିମାଣ୍ଡରେ ନେଇ ଜେରା କରିଛି । ଶାରଦା କୁଣ୍ଡୁଙ୍କୁ କୋର୍ଟ ଚାଲାଣ କରାଯିବା ଦିନ ଜଗତପୁର ଗୋଲେଇ ଛକରୁ ବିନୋଦଙ୍କ ବାଇକ୍ ଓ ହେଲମେଟ୍ ମିଳିଥିଲା । ତାଙ୍କ ମୋବାଇଲ୍ ଟି ପାଗା ଅଞ୍ଚଳରେ କୌଣସି ସ୍ଥାନରେ ଥିବା ପୋଲିସକୁ ସୂଚନା ମିଳିଥିଲା ବୋଲି ଜଣାଯାଇଛି । କିନ୍ତୁ ମୋବାଇଲ ମିଳିନି । ଶାରଦା କୁଣ୍ଡୁକୁ ବାରମ୍ବାର ଜେରା ପରେ ପୋଲିସ ମହାନଦୀ ପଠାରୁ ମୃତଦେହ ଜବତ କରିଛି । ଏହି ଘଟଣାରୁ ବିନୋଦଙ୍କ ନିଖୋଜ ଏବଂ ମୃତଦେହ ଜବତ ଘଟଣାରେ ଭୟଙ୍କର ଷଡଯନ୍ତ୍ର ଏବଂ ଏକାଧିକ ଲୋକଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି । ପୋଲିସ ଏବେ ସୁଦ୍ଧା ମୁହଁ ଖୋଲିନଥିବା ବେଳେ ତଦନ୍ତ ରିପୋର୍ଟ ଆସିବା ପରେ ଉଚ୍ଚ ସ୍ତରୀୟ ଅଧିକାରୀ ସୂଚନା ଦେଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.