Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଭିଜିଲାନ୍ସ ଜାଲରେ ବିଞ୍ଝାରପୁର ଥାନା ଏଏସଆଇ ଯୁଧିଷ୍ଠିର ମଲ୍ଲିକ

14/11/2019 at 12:04 PM

ଯାଜପୁର ୧୪।୧୧: ଭିଜିଲାନ୍ସ ଜାଲରେ ଯାଜପୁର ବିଞ୍ଝାରପୁର ଥାନା ଏ ଏସଆଇ ଯୁଧିଷ୍ଠିର ମଲ୍ଲିକ ।ବାସଭବନରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ବିଞ୍ଝାରପୁର ଥାନା ଏ ଏସଆଇ ।

ସୂଚନାଯୋଗ୍ୟ ଯେ, ବିଞ୍ଝାରପୁର କଣ୍ଟିପୁର  ଅଂଚଳର ପ୍ରଫୁଲ ମଲ୍ଲିକ କୌଣସି ଜମିଜମା ବିବାଦକୁ ନେଇ  କଣ୍ଟିପୁର ଗାଁର କରୁଣା କର ମଲ୍ଲିକ ଓ ତାଙ୍କ ପରିବାର ବରୁଦ୍ଧରେ ଗତମାସ 18 ତାରିଖରେ ବିଞ୍ଝାରପୁର ଥାନାରେ କେସ ନଂ ୨୯୨/୨୦୧୯ ଏତଲା ଦାଏର କରିଥିଲେ । କରୁଣା କରଙ୍କ ପରିବାରକୁ ୧୫ହଜାର ଟଙ୍କା ଲାଞ୍ଚ ନଦେଲେ ଆଗକୁ ହଇରାଣ ହେବେ ବୋଲି ଧମକ ଦେଇଥିଲେ ଏଏସଆଇ ଯୁଧିଷ୍ଠିର ମଲ୍ଲିକ ।  

କରୁଣା କର ମଲ୍ଲିକଙ୍କ  ଭାଇ ବାଇଧର ମଲ୍ଲିକ ଏନେଇ ଯାଜପୁର ଭିଜିଲାନ୍ସର ସହାୟତା ନେଇ ବିଂଝାରପୁରସ୍ଥିତ ବାସଭବନରେ ଯୁଧିଷ୍ଠିରଙ୍କ ୧୦ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ଯୁଧିଷ୍ଠିରଙ୍କୁ ଗିରଫ କରାଯାଇଥିଲା । ଯାଜପୁର ଭିଜିଲାନ୍ସ ଡ଼ିଏସପି ବନମାଳୀ ଧଳ ଓ ଇନ୍ସପେକ୍ଟର ଅନୁସୟା ସେନାପତିଙ୍କ ନେତୃତ୍ବରେ  ଯୁଧିଷ୍ଠିର ମଲ୍ଲିକଙ୍କୁ ଲାଞ୍ଚ ଟଙ୍କା ନେବା ସମୟରେ ଗିରଫ କରିବା ସହ ଟଙ୍କା ମଧ୍ୟ ଜବତ କରିଛନ୍ତି ।

   Related Posts