ବିନୀତା ଜୈନ୍ କେବିସି-୧୦ର ପ୍ରଥମ କୋଟିପତି

Published By : Prameya-News7 Bureau | September 28, 2018 IST

ମୁମ୍ବାଇ ୨୮/୦୯: ଆସାମର ବିନୀତା ଜୈନ୍ ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ଟିଭି ସୋ’ କୈାନ୍ ବନେଗା କରୋଡ଼ପତି(କେବିସି)ର ସିଜନ୍-୧୦ର ପ୍ରଥମ କୋଟିପତି ହେବାର ସୈାଭାଗ୍ୟଲାଭ କରିଛନ୍ତି। ସୋନି ଟିଭି ପକ୍ଷରୁ ଟ୍ବିଟରରେ ଏ ସମ୍ପର୍କରେ ଏକ ପ୍ରମୋ ସେୟାର କରାଯାଇଛି। ବିନୀତା ଏକ କୋଟି ଜିତୁଥିବାର ଏପିସୋଡକୁ ଅକ୍ଟୋବର ୨ ତାରିଖରେ ପ୍ରସାରଣ କରାଯିବ। ତେବେ ଦୁଇଟି ସନ୍ତାନର ଜନନୀ ବିନୀତା ୭କୋଟି ଜିତିପାରୁଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କର ଲକ୍ଷ୍ୟ ରହିଛି। ସୂଚନାଥାଉକି, ସେପ୍ଟେମ୍ବର ୪ତାରିଖରୁ କେବିସି-୧୦ର ପ୍ରସାରଣ ଆରମ୍ଭ ହୋଇଛି। ସେବେଠାରୁ ମାତ୍ର ୨ଜଣ ପ୍ରତିଯୋଗୀ ୨୫ଲକ୍ଷ ଟଙ୍କା ଲେଖାଏଁ ଜିତିବାରେ ସଫଳ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.