Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା

14/05/2021 at 11:39 AM

ବିନିକା, ୧୪/୦୫ :  କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ ରାଜ୍ୟ ସରକାର ୧୪  ଦିନିଆ ଲକଡାଉନ କରିଛନ୍ତି l ଲୋକଙ୍କ ଦୈନିକ ଖାଦ୍ୟ ସାମଗ୍ରୀ ଉପରେ ଯେମିତି ଅସୁବିଧା ନ ହେବ ସେଥିପାଇଁ ସକାଳ ସମୟରେ କଟକଣା ସହ ପନିପରିବା ହାଟ, କିଛି ଦୋକାନ ବଜାର ଖୋଲୁଛି l ସେହି ସବୁ ନିୟମକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଲୋକେ ଫୁ କରି ବିନିକା ଦୈନିକ ବଜାରରେ ଗହଳି କରୁଛନ୍ତି ।

ପୋଲିସ କେବଳ ସହରର ବିଭିନ୍ନ ଛକ ଗୁଡିକରେ କେତେବେଳେ କେମିତି ମାସ୍କ, ହେଲମେଟ ଚେକିଙ୍ଗ କରି କାମ ସାରିଦେଇଛି l ଏ ଦୈନିକ ବଜାର ଉପରେ ନା ଏନଏସି ପ୍ରଶାସନ ର ନଜର ପଡୁଛି ନା ପୋଲିସର ପଡୁଛି l  ବିନିକା ଅଞ୍ଚଳର ଲୋକେ ଅମାନିଆ ହେବା ସହ ପୋଲିସ ପ୍ରଶାସନ ସବୁ ଦେଖି ନଦେଖିବା ଭଳି ରହିଯାଇଛି l  ବଜାରରେ ନା ଅଛି ସାମାଜିକ ଦୂରତ୍ବ ନା  ସମସ୍ତେ ମାସ୍କ ଲଗାଇଛନ୍ତି l

ଦିନକୁ ଦିନ ବିନିକା ଅଞ୍ଚଳରେ କରୋନା ମହାମାରୀର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି  l ବିନିକା ଅଞ୍ଚଳରେ ଲୋକେ ବିଭିନ୍ନ ବାହାନା ଯଥା ଔଷଧ, ଡାକ୍ତରଖାନା କହି  ସହର ଭିତରେ ଭିଡ଼ ଜମାଉଛନ୍ତି lକରୋନା କଟକଣାକୁ କଡାକଡି ପାଳନ କରିବା ସହ ଅମାନିଆଙ୍କୁ ସାବାଡ କରିବା ପାଇଁ ସରକାର କଡ଼ା ନିର୍ଦେଶ କରିଛନ୍ତି କିନ୍ତୁ ବିନିକା ପ୍ରଶାସନର ଖାମଖିଆଲି ପାଇଁ ସବୁ ଦେଖି ଆଖି ବନ୍ଦ କରିରହୁଥିବାରୁ ବିନିକା ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଛି ।

   Related Posts