Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||

ବିନିକାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସାମ୍ବାଦିକ ସଂଘ ଓହ୍ଲାଇଲା ରାସ୍ତାକୁ

9/08/2018 at 9:54 AM

ସୁବର୍ଣ୍ଣପୁର୯|୮- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଂଚଳରେ ବିପର୍ଯୟସ୍ତ ହୋଇପଡିଛି ସ୍ବାସ୍ଥ୍ୟସେବା । ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ହେଉ ଅବା ବ୍ଲକରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ହେଉ ସବୁଠି ଡାକ୍ତରଙ୍କ କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ଫଳରେ ଅଂଚଳର ରୋଗୀମାନେ ଉଚିତ ସ୍ବାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ଏବେ ବିନିକା ସାମ୍ବାଦିକ ସଂଘ ରାଜରାସ୍ତାକୁ ଓହ୍ଲାଇଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଂଚଳରେ ବିପର୍ଯୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଜନ ଅସଂତୋଷ ଧିରେ ଧିରେ ବଢିବାରେ ଲାଗିଛି । ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ତଥା ସ୍ବାସ୍ଥ୍ୟ ଉପକେନ୍ଦ୍ରମାନଙ୍କରେ ବର୍ଷ ବର୍ଷ ଧରି ଡାକ୍ତର ଓ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି । ସ୍ଥାନୀୟ ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ବାରମ୍ବାର ଦାବୀ ଆପତି କରିଆସିଛି । ହଲେ ଜିଲ୍ଲା ପ୍ରାଶାସନ ନିଦା ବିଷ୍ଣୁ ସାଜିଛି । ଫଳରେ ବାଧ୍ୟ ହୋଇ ଏବେ ବିନିକା ସାମ୍ବାଦିକ ସଂଘ ରାଜରାସ୍ତାକୁ ଓହ୍ଲାଇଛି । ଅଂଚଳର ସମସ୍ୟାକୁ ନେଇ ଶାନ୍ତି ଶୃଙ୍ଖଳା ସହ ହାତରେ ବ୍ୟାନର ପୋଷ୍ଟରଧରି ଅନିର୍ଧିଷ୍ଟକାଳ ପାଇଁ ଧାରଣାରେ ବସିଛି । ଯାହାକୁ ସବୁ ମହଲରେ ପୂର୍ଣ୍ଣ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । ଯେ ପର୍ଯ୍ୟନ୍ତ ଅଚଂଳର ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କରେ ଡାକ୍ତର ପଦବୀ ପୂରଣ ନହୋଇଛି ଏହି ଧାରଣା ବଳବତର ରହିବ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି ।                                    ବିନିକା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବିନିକା ରାମପୁର, ଉଲୁଣ୍ଡା, ଅଂଚଳର ଲକ୍ଷାଧତ୍କ ଲୋକ ନିର୍ଭର କରିଛନ୍ତି । ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ନଥିବାବେଳେ ବିନିକା ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ମାହଦେବପାଲି , ବାଙ୍କିଗିର୍ଡି, ଶଙ୍କରା ଆଦି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ମଧ୍ୟ ଡାକ୍ତର ନଥିବା ଯୋଗୁଁ ରୋଗୀମାନେ ବିଭିନ୍ନ ସମାସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ସ୍ତ୍ରୀ ଓ ପ୍ରସୂତି, ଭେଷଜ ,ଶଲ୍ୟ, ଆଦି ଗୁରୁତ୍ବପୁର୍ଣ୍ଣ ବିଭାଗର ଡାକ୍ତର ପଦବୀ ଖାଲିପଡିଛି । ସ୍ବାସ୍ଥ୍ୟ ସମ୍ପର୍କିତ ସମାସ୍ୟାର ସମାଧାନ ପାଇଁ ଅଂଚଳବାସୀ ଅନେକ ସମୟରେ ଦୂରକୁ ଯାଇ ଖର୍ଚ୍ଚାନ୍ତ ହେବା ସହ ଉଚିତ ସ୍ବାସ୍ଥ୍ୟସେବା ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି। ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧତ୍କାରୀ ଡାକ୍ତର ସମସ୍ୟାକୁ ସ୍ବୀକାର କରିଥିବା ବେଳେ ଆଗାମୀ ଦିନରେ ସବୁ ସମାସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

   Related Posts