ଡାକ୍ତର ନିଯୁକ୍ତି ଦାବୀରେ ବିନିକାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜନ ଆନ୍ଦୋଳନ

Published By : Prameya-News7 Bureau | August 24, 2018 IST

ସୁବର୍ଣ୍ଣପୁର ୨୪/୮ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ଡାକ୍ତର ନିଯୁକ୍ତି ଦାବୀ ଆଜି ପୁଣି ଥରେ ଜନ ଆନ୍ଦୋଳନ ଦେଖାଦେଇଛି । ବ୍ଲକର ସଚେତନ ନାଗରିକ ମଂଚ ତରଫରୁ ଆଜି ଅନୁର୍ଧିଷ୍ଟ କାଳ ପାଇଁ ବ୍ଲକରେ ଥିବା ସମସ୍ତ ସରକାରୀ କାର୍ଯୟାଳୟ ତଥା ବ୍ୟାଙ୍କ ସେବାକୁ ଠପ୍ କରିଦିଆଯାଇଛି । ଦୋକାନ ବଜାର, ଯାନବାହାନ ଚଳାଚଳ ତଥା ଜରୁରୀ କାଳିନ ସୁବିଧାକୁ ବାଦ ଦିଆଯାଇଛି । ତବେ ଚଳିତ ମାସ ବିଭିନ୍ନ ରାଜନୈୈତିକ ଦଳ ଓ ସଚେତନ ନାଗରିକ ମଂଚ ତରଫରୁ ଡାକ୍ତର ନିଯୁକ୍ତି ଦାବୀ କରି 4 ଥର ବିନିକା ବନ୍ଦ ପାଳନ କରାଯାଇଛି । ହଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କିମ୍ବା କୌଣସି ପ୍ରଶାସନିକ ସ୍ତରରେ ଏହି ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସମାନ ଦାବୀ ନେଇ ଆଜିକି 20 ଦିନ ହେଲା ବିନିକା ସାମ୍ବାଦିକ ସଂଘ ସ୍ଥାନୀୟ ତହସିଲ କାର୍ଯୟାଳୟ ଆଗରେ ଧାରଣାରେ ବସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.