ତଦନ୍ତରେ ଟୁଇଷ୍ଟ୍‌ : ସଙ୍ଗୀତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଆଇଜି, କିନ୍ତୁ ୧୫ଦିନ ହେଲା ଚୁପ୍‌ ବସିଥିଲା ଭଦ୍ରକ ପୋଲିସ

Published By : Prameya-News7 Bureau | February 06, 2020 IST

ଭଦ୍ରକ ୦୬।୦୨: କଲେଜ ଛାତ୍ରୀ ସଙ୍ଗୀତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଭଦ୍ରକ ଏସପିଙ୍କୁ ତଦନ୍ତ ନିର୍ଦେଶ ଦେଲେ ଆଇଜି । ନ୍ୟୁଜ୍‌ 7ରେ ବାରମ୍ବାର ଖବର ପ୍ରସାରଣ, ଏବଂ କିଛି ବୁଦ୍ଧିଜୀବୀଙ୍କ ଟୁଇଟ୍‌ ପରେ ମଧ୍ୟ ହାତବାନ୍ଧି ବସିଥିଲା ଭଦ୍ରକ ପୋଲିସ । ସଂପୃକ୍ତ ଛାତ୍ରୀଙ୍କ ପ୍ରତି ମେସ୍‌ ମାଲିକଙ୍କ ଦୁର୍ବ୍ୟବହାରର ପ୍ରମାଣ ମଧ୍ୟ ଥୋଇଥିଲା । ତଥାପି ଏପର୍ଯ୍ୟନ୍ତ କାହିଁକି ପୋଲିସ ମେସ୍‌ ମାଲିକଙ୍କୁ ଗିରଫ କରିନି ତାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ସଂଦେହ । ଏମିତିକି ଲୋକେ ଏବେ ପୋଲିସର ଏଭଳି ନୀରବତା ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ।

{"id":221063,"sizeSlug":"large"}

ପୂରା ପ୍ରମାଣ ସହ ଖବର ପ୍ରସାରଣ କରିଥିଲା ନ୍ୟୁଜ୍‌ 7 । ଆଉ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉଦ୍‌ବେଗକୁ ଦେଖି ଭଦ୍ରକରେ କଲେଜ ଛାତ୍ରୀ ସଙ୍ଗୀତା ଓରଫ ବିନିଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ଆଇଜି । ଏହି ଘଟଣାରେ ଦୀର୍ଘ ୧୫ଦିନ ପରେ ବି ହାତବାନ୍ଧି ବସିଥିଲା ଭଦ୍ରକ ପୋଲିସ । ନ୍ୟୁଜ୍‌ 7ରେ ଖବର ପ୍ରସାରଣ ପରେ  ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ଛାତ୍ରନେତା, ମହିଳା ସଂଗଠନ ରାଜ୍ୟ ସରକାରଙ୍କ ଠାରୁ ପୋଲିସ ଡିଜିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟୁଇଟ୍‌ କରିଛନ୍ତି । ଘଟଣାରେ କଦର୍ଯ୍ୟ ମାନସିକତା ଦେଖାଇଥିବା ମେସ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ତଥାପି ଚୁପ୍‌ ବସିଥିଲା ଭଦ୍ରକ ପୋଲିସ ।

{"id":221064,"sizeSlug":"large"}

ରେଳଧାରଣାରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହା ପରେ ପରେ ସେ ରହୁଥିବା ମେସ୍‌ ମାଲିକ ତାଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଭିଡିଓ ଭାଇରାଲ୍‌ ହେଉଛି । ତା’ପରେ ବି ଅଭିଯୋଗ ହୋଇନଥିବା କହି ଚୁପ୍‌ ରହୁଛି ପୋଲିସ । ନିଜ ଆଡ଼ୁ ମାମଲାର ଛାନଭିନ୍ କରିବାକୁ ଉଚିତ୍‌ ଭାବୁନାହିଁ । ଏଥିରୁ ଭଦ୍ରକ ପୋଲିସର ପାରିବା ପଣିଆ ଉପରେ ସଂଦେହ ବଢ଼ିବା ସ୍ବାଭାବିକ୍‌ ।

{"id":221065,"sizeSlug":"large"}

ଛାତ୍ରୀ ଜଣଙ୍କୁ ଯୋଜନା ବଦ୍ଧ ହତ୍ୟା କରାଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେ ସମ୍ପର୍କରେ ମଧ୍ୟ ତଦନ୍ତ କରିବାକୁ ଉଚିତ୍‌ ମଣିନି ପୋଲିସ । ଏମିତିରେ ସଂପୃକ୍ତ ମେସ୍‌ ମାଲିକ ପୋଲିସକୁ ମ୍ୟାନେଜ୍‌ କରିଥିବା ଚର୍ଚ୍ଚା ହେଉଛି । ହେଲେ ଏବେ ଆଇଜିଙ୍କ ନିର୍ଦେଶ ପରେ ପୋଲିସ ଏହି ଘଟଣାର ତଦନ୍ତ କେମିତି କରୁଛି ଆଉ ମେସ୍‌ ମାଲିକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ହିଁ ଦେଖିବାକୁ ଅପେକ୍ଷା କରିଛନ୍ତି ଭଦ୍ରକ ବାସିନ୍ଦା ।

{"id":221066,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.