ଝାଡୁରେ ବାନ୍ଧି ଦିଅନ୍ତୁ ଏହି ଜିନିଷ : ରହିବନି କୌଣସି ଆର୍ଥିକ ସମସ୍ୟା
1/07/2019 at 2:34 PM

ଭୁବନେଶ୍ୱର ୧/୭ : ଜୀବନରେ ସମସ୍ତେ ଅଧିକ ଧନ ଉପାର୍ଜନ କରିବାକୁ ଚାହିଁଥାନ୍ତି । ଏଥିପାଇଁ ଲୋକେ ଅଧିକ ପରିଶ୍ରମ ମଧ୍ୟ କରିଥାନ୍ତି । ପରିଶ୍ରମ ସହ ଲୋକେ ନାନା ବିଧି ମଧ୍ୟ ଆପଣେଇଥାନ୍ତି । କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ଭାବିଲେ ମଧ୍ୟ କିଛି କିଛି କଥା ସତ୍ୟ ପ୍ରମାଣିତ ହୋଇଥାଏ । ତେବେ ବେଳବେଳେ ମଣିଷ ଅଧିକ ପରିଶ୍ରମ କରି ଅଧିକ ଧନ ଉପାର୍ଜନ କଲେ ମଧ୍ୟ ସେ ଧନ ରହେନାହିଁ । କୁଆଡୁ କିଭଳି ଖର୍ଚ୍ଚ ହୋଇଯାଏ ନିଜେ ମଧ୍ୟ ଜାଣିହୁଏ ନାହିଁ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୋଷ ଥିଲେ କିମ୍ବା ଘରେ ଲକ୍ଷ୍ମୀଙ୍କ ବାସ ନଥିଲେ ଯେତେ ରୋଜଗାର କଲେ ମଧ୍ୟ ତାହା ସରିଯାଏ ବୋଲି ବିଶ୍ୱାସ ରହିଛି । ଏସବୁ କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ମଧ୍ୟ ଏକ ମହତ୍ଵପୁର୍ଣ ଭୂମିକା ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ନିର୍ମାଣ କଲେ ଏବଂ ସବୁ କାମ ବାସ୍ତୁଶାସ୍ତ୍ର ଅନୁଯାୟୀ କଲେ ଜୀବନରେ ସୁଫଳ ମିଳିବ ସହ ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଝାଡୁରେ ମା ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ । ସେଥିପାଇଁ ଆମେ ଘରେ ବ୍ୟବହାର କରୁଥିବା ଝାଡୁ ସମ୍ପର୍କରେ ମଧ୍ୟ ଅନେକ ବିଶ୍ୱାସ ରହିଛି । ଘରେ ମା ଲକ୍ଷ୍ମୀଙ୍କ ସର୍ବଦା ସମ୍ମାନ କରିବା ଉଚିତ । ଯାହାଫଳରେ ମା ଲକ୍ଷ୍ମୀ ସବୁବେଳେ ଘରେ ବାସ କରିବେ । ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ହିଁ ଝାଡୁ କିଣିବା ଉଚିତ । ଏହି ସବୁଦିନରେ ଘରକୁ ଝାଡୁ ଆଣିଲେ ଘରେ ମା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି । ଯଦି ଝାଡୁ ପୁରୁଣା ହୋଇଯାଇଥିବା ତାହେଲେ ତାକୁ ଫୋପାଡ଼ି ଦେବା ଉଚିତ । କିନ୍ତୁ ଝାଡୁକୁ କେବଳ ଶନିବାର ଦିନ ହିଁ ଘରୁ ବାହାରକୁ ଫୋପାଡିବା ଉଚିତ । ଅନ୍ୟ ଦିନମାନଙ୍କରେ ଫୋପାଡିଲେ ଅଶୁଭ ହୋଇଥାଏ ।

ଶୁକ୍ରବାର ଦିନ ଭୁଲରେ ମଧ୍ୟ ଝାଡୁକୁ ଫୋପାଡିବା ଉଚିତ ନୁହେଁ । ଶୁକ୍ରବାର ଦିନ ମା ବୈଭବ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ମା ବୈଭବ ଲକ୍ଷ୍ମୀଙ୍କ ଆରାଧନା ଯୋଗୁଁ ସୁଖ, ଶାନ୍ତି ଏବଂ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ । ତେବେ ମା ଲକ୍ଷ୍ମୀଙ୍କୁ କୃପା ପାଇବା ପାଇଁ ଏକ ସରଳ ମଧ୍ୟ କରିପାରିବେ । ଏକ ନୂଆ ଝାଡୁ କିଣି ଘରକୁ ଆଣିବେ । ମନେ ରଖିବେ ଝାଡୁ ଦିନ ଥିବା ସମୟରେ ହିଁ ଆଣିବେ । କାରଣ ସନ୍ଧ୍ୟା ସମୟରେ ଝାଡୁ ଘରକୁ ଆଣିବା ବାରଣ କରାଯାଇଥାଏ । ଝାଡୁର ଉପରି ଭାଗରେ ଏକ ଧଳା ସୁତା ବାନ୍ଧିଦେବେ । ଏଭଳି କରିବା ଦ୍ୱାରା ମା ଲକ୍ଷ୍ମୀ ସଦା ସର୍ବଦା ପାଇଁ ଆପଣଙ୍କ ଘରେ ବାସ କରିବେ ଏବଂ ଆପଣଙ୍କୁ କୌଣସି ଆର୍ଥିକ ସମସ୍ୟା ହେବନାହିଁ ।
