Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପାଦରେ ଚାଲି ଚାଲି ୩ ମାସରେ ୨୦୦୦ କିଲୋମିଟରର ରାସ୍ତା ଅତିକ୍ରମ କଲେ ବିମଳା: କେମିତି ଥିଲା ଏ ଯାତ୍ରା…?

10/06/2020 at 7:48 PM

ନବରଙ୍ଗପୁର୧୦/୬: ଗୁଜୁରାଟରୁ ବାଲେଶ୍ବର ୩ ମାସର ଯାତ୍ରା। ବସ୍ କି ଟ୍ରେନରେ ନୁହେଁ, ପାଦରେ ଚାଲି ଚାଲି ବାଲେଶ୍ବରରେ ପହଁଞ୍ଚିଲେ ୬୫ ବର୍ଷିୟା ବୃଦ୍ଧା ବିମଳା। କରୋନା ଲକଡାଉନ୍ ଯୋଗୁଁ ଗୁଜୁରାଟରେ ଫସି ରହିଥିବା ଓଡ଼ିଆ ପ୍ରବସୀମାନେ ରାଜ୍ୟ ସରକାରଙ୍କ ସହାୟତାରେ ଓଡ଼ିଶା ଫେରିଥିଲେ। ହେଲେ ସେଠାରେ ଫସି ରହି ଯାଇଥିବା ଆଉ କିଛି ଲୋକ ଓଡ଼ିଶା ଫେରିବା ଲାଗି ସେମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଛି। କରୋନାର ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଭିନ୍ନ ଭିନ୍ନ କରୁଣ ଚିତ୍ର ସାମ୍ନାକୁ ଆସିଛି। ସେହିଭଳି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି ଜଣେ ବୃଦ୍ଧା ପାଦରେ ଚାଲି ଚାଲି ୨ ହଜାର କିଲୋମଟର ୩ ମାସରେ ଅତିକ୍ରମ କରି ନିଜ ଜିଲ୍ଲା ନବରଙ୍ଗପୁରରେ ପହଁଞ୍ଚିଛନ୍ତି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକର ଚନ୍ଦଗୁଡ଼ା ଗାଁର ୬୫ ବର୍ଷିୟା ବୃଦ୍ଧା ବିମଳା ଜାନୀ ଗୁଜୁରାଟରୁ ଚାଲି ଚାଲି ବଲେଶ୍ବର ଜିଲ୍ଲାରେ ପହଁଞ୍ଚିଥିଲେ। ଚାରି ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଏକା ହୋଇଥିଲେ ବିମଳା। ଝାଟିମାଟି ଘରକୁ ତିଆରି କରିବା ଏବଂ ନିଜ ପେଟକୁ ଦାନ ଗଣ୍ଡେ ଦେବା ପାଇଁ ଗୁଜୁରାଟରେ ରହି ଏକ କୁକୁଡ଼ା ଫାର୍ମରେ ସେ କାମ କରୁଥିଲେ।

ଲକ୍‌ଡାଉନ୍‌ ଯୋଗୁଁ ଘରକୁ କେମିତି ଆସିବେ, ସେଥିପାଇଁ ବିମଳା ବହୁତ ଚେଷ୍ଟା କରିଥିଲେ। ହେଲେ କୌଣସି ବାଟ ନ ପାଇ ଶେଷରେ ନିଜ ପାଦ ଉପରେ ଭରସା କରିଥିଲେ ବିମଳା। ସେଇଠୁ ପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଥିଲେ ବିମଳା। ସେ ବାଟରେ ଆସିବା ବେଳେ କିଛି ସହୃଦୟ ବ୍ୟକ୍ତି ତାଙ୍କ ପେଟକୁ ଦାନ ଗଣ୍ଡେ ଦେଇଥିବା ବିମଳା କହନ୍ତି। କିଏ ବିସ୍କୁଟ ତ କିଏ ପୁଣି ରୁଟି, ବାଟରେ ଏମିତି ଯାହା ମିଳେ ତାକୁ ଖାଇ ୩ ମାସ ସେ ଯାତ୍ରା ଆରମ୍ଭ କରିଥିଲେ। ଏମିତି କି ଦିନେ ଦିନେ ତାଙ୍କୁ ଉପାସରେ ରହି ବାଟ ଚାଲିବାକୁ ପଡିଥାଏ। ଶେଷରେ ଚାଲି ଚାଲି ସେ ବାଲେଶ୍ବରରେ ପହଁଞ୍ଚିଥିଲେ । ସେଠାକାର ଜିଲ୍ଳାପ୍ରଶାସନ ତାଙ୍କ ପରିଚୟ ପାଇବା ପରେ ତାଙ୍କୁ ଭୁବନେଶ୍ବର ପଠାଇଥିଲେ। ଭୁବନେଶ୍ବରରେ ପହଁଞ୍ଚିବା ପରେ ନବରଙ୍ଗପୁର ଜିଲ୍ଲାପାଳ ଡ଼. ଅସୀତ କୁମାର ମିଶ୍ରଙ୍କ ସହାୟତାରେ ବିମଳା ଆଜି ଅପରାହ୍ନରେ ନିଜ ଗାଁରେ ପହଁଞ୍ଚିଛନ୍ତି।

   Related Posts