ବୀମା ଏଜେଣ୍ଟଙ୍କଠୁ ଲୁଟ୍, ଫୋନ ପେ' ମାଧ୍ୟମରେ ନେଇଗଲେ ସାଢେ ୩ ଲକ୍ଷ ଟଙ୍କା

Published By : Prameya-News7 Bureau | October 02, 2021 IST

ସୋର, ୦୨/୧୦:  ମହିଳା ବୀମା ଏଜେଣ୍ଟଙ୍କଠାରୁ ଟଙ୍କା ଲୁଟ୍ ଅଭିଯୋଗ ।  ୩ ଦୁର୍ବୃତ୍ତ ମୋବାଇଲ ନେଇ ଫୋନ ପେ ମାଧ୍ୟମରେ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି l 

ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗଣ୍ଡସ୍ତପୁର ଗ୍ରାମର ଜଣେ ବୀମା ଏଜେଣ୍ଟ ହେଉଛନ୍ତି ଜୟନ୍ତୀ କୁଆଁର । ସେ ସୋର ବାଗୁଡ଼ି ରାସ୍ତା ଜଗନ୍ନାଥପୁର ଛକରେ ଭଡlଘରେ ରୁହନ୍ତି । ଏହାସହ ଶ୍ରୀରାମ ଲାଇଫ ଇନ୍ସୁରାନ୍ସ, ଭେଷ୍ଟିଜ ଓ ନେଟସେଫ ଭଳି କମ୍ପାନୀରେ କାର୍ଯ୍ୟ କରନ୍ତି l

ଗତ ୧୭ ତାରିଖରେ ୩ ଯୁବକ କିଛି ବୀମା ସମ୍ପର୍କିତ ସୂଚନା ବୁଝିବାକୁ ଆସି ଜୟନ୍ତୀଙ୍କ ମୋବାଇଲ ନେଇ ଫୋନ ପେ ମାଧ୍ୟମରେ ୩ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏନେଇ ଜୟନ୍ତୀ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.