Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଲକ୍ଷ ବଡ, ଖର୍ଚ୍ଚ କୋଟିରେ: କିନ୍ତୁ ନିମ୍ନମାନର ସାମଗ୍ରୀରେ ତିଆରି ହେଉଛି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, କେବେ ଭାଙ୍ଗିବ ବାବୁ ନିଦ ?

12/11/2021 at 3:12 PM

ରାଇରଙ୍ଗପୁର ୧୨/୧୧: ରାଇରଙ୍ଗପୁର ଉପାନ୍ତ ଅଞ୍ଚଳରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଅଭିଯୋଗ । ଆଦିବାସୀ ପିଲାଙ୍କୁ ଉଚ୍ଚ ତଥା ବୃତ୍ତିଗତ ଶିକ୍ଷା ଦାନ କରି ବିଭିନ୍ନ ସେକ୍ଟରରେ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସୃଷ୍ଟି କରିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ । ହେଲେ ସଠିକ ରୂପେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି ।

ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ନିର୍ମାଣ ନାଁ କାର୍ଯ୍ୟର ତଦାରଖ ହେଉଛି ନା ବ୍ୟବହୃତ ହେଉଥିବା ସାମଗ୍ରୀର ଯାଞ୍ଚ ହେଉଛି । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଶୁଣ୍ଢଲ ଗ୍ରାମରେ । ଗତମାସରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏକଲବ୍ୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିଲା ବେଳେ ଅନେକ ଅନିୟମିତତା ଦେଖିବାକୁ ମିଳିଛି । ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଚିପ୍ପସ ଢଳେଇ କାର୍ଯ୍ୟ ନିମ୍ନମାନର । ଅତି ନିମ୍ନମାନର ମେଟାଲ ମିଶାଇ ଢ଼ଳେଇ କାର୍ଯ୍ୟ ବି କରାଯାଉଛି । ଯେତେବେଳେ କି ଚିପ୍ପସ କଂକ୍ରିଟରେ ମେଟାଲ ମିଶାଇ ଢଳାଇ କରିବା ସମ୍ପୂର୍ଣ ରୂପରେ ବେଆଇନ ଅଟେ । ବାଲି କଥା ନ କହିବା ଭଲ। ଗୋରୁ ମହିଷା ପାହାଡ଼ ରୁ ଆସୁଥିବା ନାଳ, ସ୍ଥାନୀୟ ଛୋଟଛୋଟ ନଦୀରୁ ସଂଗ୍ରହ କରାଯାଇଥିବା ପଥର ଓ ପଙ୍କ ମିଶା ବାଲି ବ୍ୟବହାର କରାଯାଉଛି ।

ନିର୍ମାଣଧିନ ପାଚେରୀରେ ୱାଟର କେଆରିଂ କରାଯାଉନାହିଁ । ନିର୍ମାଣ ସ୍ଥାନରେ କୌଣସି ସରକାରୀ ଅଧିକାରୀ ରହୁନଥିଲା ବେଳେ ଠିକାଦାର ଦୁଇ ତିନି ଜଣ ପିଲା ନିମ୍ନମାନର ସାମଗ୍ରୀରେ ବେଧଡକ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି । ଚିପ୍ପସ କଂକ୍ରିଟରେ ପଚା ମେଟାଲ ମିଶାଇବା ଓ ଓଭର ସାଇଜ ଚିପ୍ପସ ରେ ଢ଼ଳେଇ କାହିଁକି କରାଯାଉଛି ପ୍ରଶ୍ନ ରେ କାମ ଦେଖୁଥିବା କର୍ମଚାରୀ ଭୁଲ ହୋଇଯାଇଛି ଆଉ ସେପରି ଭୁଲ ହବ ନାହିଁ କହି ନେହୁରା ହୋଇଥିଲା ।

ତେବେ ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କାର ଆବାସିକ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ତଦାରଖ କିପରି ହୋଉନାହିଁ? ଠିକା ନେଇଥିବା ଠିକାଦାର ଝାରଖଣ୍ଡର ରାଞ୍ଚି ରେ ରହୁଥିବା ବେଳେ କର୍ମଚାରୀ ମାନେ ମନ ଇଛା କାର୍ଯ୍ୟ ଚଳାଇଛନ୍ତି । ଯଦି ବିଦ୍ୟାଳୟର ମୂଳଦୁଆ ହିଁ ନିମ୍ନମାନର ସାମଗ୍ରୀରେ ନିର୍ମାଣ ହବ ସେ କୋଠା କେତେଦିନ ତିଷ୍ଟିବ ? ଭବିଷ୍ୟତରେ ଯଦି କୌଣସି ଅଘଟଣ ଘଟି ଜୀବନ ହାନି ଘଟେ ସେ ପାଇଁ କିଏ ଦାୟି ରହିବ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts