Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୪ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ କୋଟିପତି, ଶେଷ ପତ୍ନୀ ହିଁ ବିଷ ଦେଇ କଲେ ହତ୍ୟା

1/05/2021 at 10:53 AM

ଟୋକିଓ, ୦୧/୦୫:  ୪ ହଜାରରୁ ଅଧିକ ମହିଳାଙ୍କ ସହ ଶୋଇଛନ୍ତି କୋଟିପତି । ଶେଷରେ ନିଜର ଶେଷ ପନ୍ତ୍ରୀ ବିଷ ଦେଇ କୋଟିପତିଙ୍କୁ କଲେ ହତ୍ୟା । ଏହି ଘଟଣାରେ ଜାପାନ ପୋଲିସ ଜଣେ ୨୫ ବର୍ଷୀୟ ମହିଳା ସୁଡୋଙ୍କୁ ଗିରଫ କରିଛି । ସେ ନିଜର ୭୭ ବର୍ଷୀୟ ପତି ଡନ୍ ଜୁଆନଙ୍କୁ ହତ୍ୟା କରିଥିବା କୁହାଯାଉଛି । ରିପୋର୍ଟ ଅନୁସାରେ,  ସୁଡୋ ବିବାହର ୩ ମାସ ପରେ ଡନଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ଡନ୍ ଜୁଆନ ଓରଫ କୋସୁକେ ନୋଜାକି ଜାପାନର ଜଣେ ବିଶିଷ୍ଟ କୋଟିପତି ଭାବେ ପରିଚୟ ଲାଭ କରିଥିଲେ । ତାଙ୍କର ରିଅଲ ଇଷ୍ଟେଟ୍ ଓ ମଦ ବ୍ୟବସାୟ ଥିଲା । ୩ ବର୍ଷ ତଳେ ମେ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା ।ପୋଷ୍ଟ ମଟର୍ମରେ ଏହା ବିଷକ୍ରିୟାଜନିତ ବୋଲି ଜଣାପଡିଥିଲା । ମୃତ୍ୟୁ ବେଳେ ସେ ନିଜ ପତ୍ନୀଙ୍କ ରହିଥିଲେ ।

୨୦୧୬ରେ ତାଙ୍କର ଅଟୋ ବାୟୋଗ୍ରାଫି ଆସିଥିଲା । ଏଥିରେ ସେ ୪୦୦୦ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଦାବି କରିଥିଲେ । ଏହାସହ ସେହି ସବୁ ମହିଳାଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ । ସେ ନିଜକ ସ୍ପାନିଶ୍ ପ୍ଲେବୟ ଭାବେ ଦେଖୁଥିଲେ । ତାଙ୍କର ମୃତ୍ୟୁ ଖୁବ୍ ରହସ୍ୟମୟ ଥିଲା । ମରିବା ପୂର୍ବରୁ ସେ ପତ୍ନୀଙ୍କ ସହ ରାତ୍ରିଭୋଜନ କରୁଥିଲେ ।

ପୋଲିସର କହିବାନୁସାରେ, ସୁଡୋ ହିଁ ଡନଙ୍କୁ ବିଷ ଦେଇ ମାରିଦେଇଥିଲେ ।  କିନ୍ତୁ ସେ କାହିଁକି ହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ସେ ସମ୍ପତ୍ତି ପାଇଁ ଏପରି କରିଥିବା ଅନୁମାନ କରାଯାଉଛି ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ସୁଡୋ ବିବାହ ନେଇ ନିଜ ଘରେ ମଧ୍ୟ ଜଣାଇନଥିଲେ । ସେ ଡନଙ୍କୁ ଗୋପନରେ ବିବାହ କରିଥିଲେ । ତେବେ ଷ୍ଟକ୍ ଟ୍ରେଡିଂ କରି ଅଧିକ ଅର୍ଥ ରୋଜଗାର କରୁଥିବା ନିଜ ଘର ଲୋକଙ୍କୁ କହିଥିଲେ ।

   Related Posts