ଟ୍ରାକ୍କୁ ଫେରିଲେ ଜେଫ୍ ବେଜୋସ୍ : ଏଲନ୍ ମସ୍କଙ୍କୁ କାଟି ପୁଣି ହେଲେ ବିଶ୍ବର ଧନୀ ନଂ-୧, Top-10ରେ ମୁକେଶ ଅମ୍ବାନୀ
18/01/2021 at 9:46 PM

ନୂଆଦିଲ୍ଲୀ ୧୮/୦୧ : ଆମାଜନ ସିଇଓ ଜେଫ୍ ବେଜୋସ୍ ଟ୍ରାକ୍କୁ ଫେରିଛନ୍ତି । ଏଲନ୍ ମସ୍କଙ୍କୁ କାଟି ପୁଣି ଥରେ ବିଶ୍ବର ଧନୀ ନମ୍ବର ଓ୍ବାନ୍ ହୋଇଛନ୍ତି ଜେଫ୍ ବେଜୋସ୍ । କିଛି ଦିନ ପୂର୍ବରୁ ଏଲନ୍ ମସ୍କ, ଜେଫ୍ ବେଜୋସଙ୍କୁ କାଟି ବିଶ୍ବର ସବୁଠାରୁ ଧନୀ ହୋଇଥିଲେ । ଫୋବର୍ସ ରିୟଲ ଟାଇମ ବିଲେନିୟର ଇଣ୍ଡେକ୍ସ୍ର ତାଜା ସୂଚନା ଅନୁଯାୟୀ ଜେଫ୍ ବେଜୋସ୍ ୧୮୧.୫ ବିଲିୟନ ଡଲାର ସହ ଧନୀ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ।
ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ତାଲିକାର ଟପ୍-୧୦ରେ ଏଲନ୍ ମସ୍କ ଏବେ ଦ୍ବିତୀୟ ସ୍ଥାନକୁ ଖସିଆସିଛନ୍ତି । ତାଙ୍କର ମୋଟ ଆୟ ୧୭୯.୨ ବିଲିୟନ ଡଲାର ରହିଛି । ଅବଶ୍ୟ ଜେଫ୍ ବେଜୋସ୍ଙ୍କ ଠାରୁ ଏଲନ୍ ମସ୍କ ବେଶୀ ଦୂରରେ ନାହାନ୍ତି । ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ୭୬ ମିଲିୟନ ଡଲାର ସହ ଧନୀ ବ୍ୟକ୍ତି ତାଲିକାର ୧୦ମ ସ୍ଥାନରେ ଅଛନ୍ତି । ସେ ବର୍ତ୍ତମାନ ମଧ୍ୟ ଏସିଆର ଧନୀ ତାଲିକାର ଶୀର୍ଷରେ ଅଛନ୍ତି ।
ଧନୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ବର୍ଣ୍ଣାଡ୍ ଅନୋଲ୍ଟ ଆଣ୍ଡ ଫ୍ୟାମିଲି (୧୪୪.୫ ବିଲିୟନ ଡଲାର) । ସେହିଭଳି ଚତୁର୍ଥ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍ (୧୨୦.୨ ବିଲିୟନ ଡଲାର), ପଞ୍ଚମ ସ୍ଥାନରେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ (୯୨.୧ବିଲିୟନ ଡଲାର), ଷଷ୍ଠ ସ୍ଥାନରେ ଝୋଙ୍ଗ୍ ଶାନଶାନ୍ (୯୦.୨ ବିଲିୟନ ଡଲାର), ସପ୍ତମ ସ୍ଥାନରେ ଓ୍ବରେନ୍ ବଫେଟ୍ (୮୮.୧ ବିଲିୟନ ଡଲାର), ଲେରୀ ଏଲିସନ୍ (୮୬.୯ ବିଲିୟନ ଡଲାର) ଅଷ୍ଟମ ସ୍ଥାନରେ ଏବଂ ନବମ ସ୍ଥାନରେ ଲେରୀ ପେଜ୍ (୭୬.୪ ବିଲିୟନ ଡଲାର) ଅଛନ୍ତି ।
ବ୍ଲୁମବର୍ଗ ସୂଚକାଙ୍କ ଜାନୁଆରୀ ୧୩ର ତାଲିକା ଅନୁଯାୟୀ, ତାଙ୍କ ସମ୍ପତ୍ତି ଗୋଟିଏ ଦିନରେ ୮.୬୯ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି । ଦ୍ୱିତୀୟ ସ୍ଥାନରେ ଆମାଜନ ସିଇଓ ଜେଫ୍ ବେଜୋସ୍ ଅଛନ୍ତି । ତାଙ୍କର ନେଟଓ୍ବର୍ଥ ରହିଛି ୧୮୩ ବିଲିୟନ ଡଲାର । ଫୋବର୍ସ ରିୟଲ୍ ଟାଇମ୍ ବିଲେନିୟର ରାଙ୍କିଂ ମାଧ୍ୟମରେ ସର୍ବସାଧାରଣ ହୋଲ୍ଡିଂର ପରିବର୍ତ୍ତନ ବିଷୟରେ ସୂଚନା ପ୍ରଦାନ କରେ । ବିଶ୍ବର ବିଭିନ୍ନ ସ୍ଥାନରେ ଷ୍ଟକ୍ ମାର୍କେଟ ଖୋଲିବା ପରେ ଏହି ସୂଚକାଙ୍କ ପ୍ରତି ୫ ମିନିଟରେ ଥରେ ଅପଡେଟ୍ ହୁଏ ।