Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

‘UFOରେ ପୃଥିବୀକୁ ଭ୍ରମଣରେ ଆସୁଛନ୍ତି ଅରବପତି ଏଲିୟନ୍ସ’: ସୋସିଆଲ୍‌ ମିଡିଆରେ ମିଳୁଛି ଏମିତି ପ୍ରତିକ୍ରିୟା

27/07/2021 at 11:16 PM

ନୂଆଦିଲ୍ଲୀ ୨୭/୭: ଦୁନିଆର ବଡ଼ ଧନୀ ଜେଫ୍‌ ବେଜୋସ୍‌ ଏବଂ  ରିଚାର୍ଡ ବ୍ରାନସନ୍‌ ମହାକାଶ ଯାତ୍ର କରିବା ପରେ ଏବେ ଏଲିୟନ୍ସଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଭିନ୍ନ ସମୟରେ ପୃଥିବୀରେ ଏଲିୟନ୍ସଙ୍କ ଯାନ କୁହାଯାଉଥିବା ୟୁଏଫଓ ଦୃଶ୍ୟମାନ ହେଉଥିବା ଦାବି ହେଉଛି । ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ଏହା ଉପରେ ନିକଟରେ ନିଜର ରିପୋର୍ଟ ମଧ୍ୟ ଦାଖଲ କରିଥିଲା। ତେବେ ଅନ୍ୟ ଗ୍ରହରୁ ଧନୀ ଏଲିୟନ୍ସ ପୃଥିବୀକୁ ଭ୍ରମଣ କରିବାକୁ ଆସୁଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ଅରବପତି ଏଲିୟନ୍ସ ପୃଥିବୀକୁ ବୁଲିବାକୁ ଆସୁଛନ୍ତି ବୋଲି ମୋଲି ଏଲିଜାବେଥ୍‌ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି। ତାଙ୍କର ଏହି ପୋଷ୍ଟରେ ଏବେ ସୁଦ୍ଧା ୨୪ ଶହ ଲାଇକ୍‌ ଏବଂ ୩୭ ହଜାର ଶେୟାର ହୋଇସାରିଛି। ସତରେ କଣ ଏଲିୟନ୍ସଙ୍କ ମଧ୍ୟରେ ଧନୀ ଗରିବ ଅଛି ? ପୃଥିବୀର ଧନୀ ବ୍ୟକ୍ତିଙ୍କ ଭଳି ନିଜର ସଉକ ମେଣ୍ଟାଇବାକୁ ଏଲିୟନ୍ସ କଣ ସତରେ ପୃଥିବୀକୁ ଆସୁଛନ୍ତି ?

ଏନେଇ ଏଯାଏ କାହା ପାଖରେ ସଠିକ୍‌ ସୂଚନା ନଥିବା ବେଳେ ସୋସିଆଲ ମିଡିଆରେ ଅରବପତି ଏଲିୟନ୍ସ ପୋଷ୍ଟ କିନ୍ତୁ ଭାଇରାଲ୍‌ ହେଉଛି। କେହି କେହି କହୁଛନ୍ତି ଜେଫ୍‌ ବେଜୋସ୍‌ ଏବଂ ରିଚାର୍ଡ ବ୍ରାନସନ୍‌ଙ୍କ ଭଳି ଧନୀ ଏଲିୟନ୍‌ ଅନ୍ତରିକ୍ଷ ଗବେଷଣା କମ୍ପାନୀକୁ ଟଙ୍କା ଦେଇ ବୁଲିବାକୁ ଆସୁଛନ୍ତି। ଆଉ କେହି କହୁଛନ୍ତି ବହୁ ଧନୀ ଏଲିୟନ୍ସଙ୍କ କିଛି କାମ ନଥିବାରୁ ସଉକ ପାଇଁ ଭ୍ରମଣ କରିବାକୁ ପୃଥିବୀ ଆସୁଛନ୍ତି।

ଅନ୍ୟ ଜଣେ ୟୁଜରଙ୍କ କମେଣ୍ଟ କିନ୍ତୁ ସବୁଠୁ ଭିନ୍ନ। ତାଙ୍କ କହିବା ଅନୁସାରେ କିଛି ଅସହାୟ ଆତ୍ମା ପୃଥିବୀକୁ ଆସୁଛନ୍ତି। ଆଣ୍ଟିନା ଆକୃତିର ବସ୍ତ୍ର ପିନ୍ଧି ସେମାନେ ବିପ୍‌ ବିପ୍‌ ସାଉଣ୍ଡ କରି ଆସୁଛନ୍ତି। ଯେମିତି କୋଇ ମିଲ୍‌ ଗୟା ଫିଲ୍ମରେ ଆପଣମାନେ  ଦେଖିଥିଲେ। ସେମାନେ ଗରିବ ଏଲିୟନ ଯିଏକି ପୃଥିବୀକୁ ଆସୁଛନ୍ତି, ଧନୀ ଏଲିୟନ ଅନ୍ୟ ଗ୍ରହକୁ ଯାଉଛନ୍ତି ବୋଲି ଜଣେ ୟୁଜର ଲେଖିଛନ୍ତି ।

   Related Posts