ଆଜି ଲୋକସଭାରେ ଉପସ୍ଥାପିତ ହେବ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍

Published By : Prameya-News7 Bureau | August 06, 2019 IST

ନୂଆଦିଲ୍ଲୀ ୬|୮: ଆଜି ଲୋକସଭାରେ ଉପସ୍ଥାପିତ ହେବ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ । ଗତକାଲି ରାଜ୍ୟସଭାରେ ଜମ୍ମୁକଶ୍ମୀର ପୁର୍ନଗଠନ ବିଲ୍ ବହୁମତରେ ପାସ ହୋଇ ଯାଇଛି । ବିଲ୍ ସପକ୍ଷରେ ୧୨୫ ଭୋଟ୍ ପଡିଛି । ଜମ୍ମୁକାଶ୍ମୀରକୁ ବିଶେଷ ଅଧିକାର ଦେଉଥିବା ଧାରା ୩୭୦ ହଟିବା ସହ ଜମ୍ମୁକାଶ୍ମୀରର ଭୂଗୋଳ ଏବଂ ଇତିହାସ ବଦଳି ଯାଇଛି ।

ଜମ୍ମୁକାଶ୍ମୀରକୁ ଦୁଇ ଖଣ୍ଡ କରି ଜମ୍ମୁକାଶ୍ମୀର ଏବଂ ଲଦାଖ ଭାବରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରି ଦିଆଯାଇଛି । ତେବେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ କୁ ସଂପୂର୍ଣ୍ଣ ରୂପେ ଲାଗୁ କରିବା ବାଟରେ ଅନେକ ବାଧା ରହିଛି । ଏହି ବିଲ୍କୁ ଅସାମ୍ବିଧାନିକ ଅଭିଯୋଗ କରି ସୁପ୍ରିମକୋର୍ଟ ଯିବାକୁ ମଧ୍ୟ ପ୍ରସ୍ତୁତି କରୁଛନ୍ତି ଜମ୍ମୁକାଶ୍ମୀରର କିଛି ରାଜନୈତିକ ଦଳ । ଅସ୍ଥାୟୀ ଧାରା ୩୭୦କୁ ହଟାଇବା ନେଇ କିଛି ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଥିବା ବେଳେ ଏହାକୁ ନଜରଅନ୍ଦାଜ କରାଯାଇଥିବା ଅଭିଯୋଗ ହେଉଛି ।

ଧାରା ୩୭୦ର ଅନୁଚ୍ଛେଦ ୩ ଅନୁଯାୟୀ, ଧାରା ୩୭୦କୁ ବଦଳାଇବା ଲାଗି ଜମ୍ମୁକଶ୍ମୀର ସମ୍ବିଧାନ ସଭାର ଅନୁମତି ଜରୁରୀ । ତେବେ ଜମ୍ମୁକଶ୍ମୀର ସମ୍ବିଧାନ ସଭାକୁ ୧୯୫୬ ମସିହାରେ ଭଙ୍ଗ କରି ଦିଆଯାଇଥିଲା । ଏହାର ଅନେକ ସଦସ୍ୟଙ୍କ ଦେହାନ୍ତ ମଧ୍ୟ ହୋଇ ସାରିଛି । ତେଣୁ ସମ୍ବିଧାନ ସଭାର ଅନୁମତି ପ୍ରସଙ୍ଗକୁ ନେଇ ବିଲ୍ କୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.