Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଯୁକ୍ତ ୨ ମେରିଟ୍‌ରେ ଛାତ୍ର-ଛାତ୍ରୀ ହୋଇପାରିବେ ଡାକ୍ତର ! ତାମିଲନାଡୁ ବିଧାନସଭାରେ ବିଲ୍ ଗୃହୀତ

13/09/2021 at 5:36 PM

ଚେନ୍ନାଇ ୧୩।୦୯: ନିଟ୍‌ ପରୀକ୍ଷାରେ ସାମିଲ୍ ହେବେ ନାହିଁ ତାମିଲନାଡୁର ଛାତ୍ର-ଛାତ୍ରୀ। ଏହି ସଂଦର୍ଭରେ ସୋମବାର ବିଧାନସଭାରେ ଆଗତ ବିଧେୟକ ଗୃହୀତ ହୋଇଛି। ଏହି  ବିଧେୟକରେ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ନିଟ୍ ପରୀକ୍ଷାରୁ ତାମିଲନାଡୁର ଛାତ୍ର-ଛାତ୍ରୀଙ୍କୁ ରିହାତି ଦେବା ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଲୋଡା ଯାଇଛି। ଗୃହରେ ବିଜେପିକୁ ଛାଡି ବାକି ଅନ୍ୟ ସମସ୍ତ ଦଳ ଏହି  ବିଧେୟକକୁ ସମର୍ଥନ ଦେଇଛନ୍ତି। ଏହି ବିଧେୟକରେ ଦ୍ଵାଦଶ ରେଜଲ୍ଟ ଆଧାରରେ ତାମିଲନାଡୁର ଆଶାୟୀ ଛାତ୍ର-ଛାତ୍ରୀଙ୍କୁ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଛି।  ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ  ବିଧେୟକ ଆଗତ  କରି ଅନ୍ୟ ପାର୍ଟିକୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ସମଗ୍ର ଦେଶରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଛି। ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ତାମିଲନାଡୁର ୧୯ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା। ଶାସକ ଡିଏମକେ ଏବଂ ବିରୋଧୀ ଏଆଇଡିଏମକେ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ପଲାନୀସ୍ଵାମୀ କହିଛନ୍ତି ଯେ, ନିଟ୍‌କୁ ନେଇ ଛାତ୍ର ଏବଂ ଅଭିଭାବକ ପୂରା ଦ୍ଵନ୍ଦ୍ଵରେ ଅଛନ୍ତି। ଡିଏମକେ ନିଟ୍‌କୁ ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇ ପାରିନାହିଁ। ନିଟ୍ ଆଶାୟୀଙ୍କ ଆତ୍ମହତ୍ୟା ପାଇଁ ସେ ଡିଏମକୁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇ ଲାଗି ଉଦ୍ଦିଷ୍ଟ ନିଟ୍‌ ରବିବାର ଦେଶବ୍ୟାପୀ ଅନୁଷ୍ଠିତ ହୋଇଛି। ପରୀକ୍ଷା ଦେବା ଲାଗି ପ୍ରାୟ ୧୬ ଲକ୍ଷ ଛାତ୍ର-ଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ତେବେ  ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ତାମିଲନାଡୁର ସାଲେମ ଜିଲ୍ଲାରେ ଏସ୍‌.ଧନୁଷ ନାମକ ଜଣେ ଆଶାୟୀ ପ୍ରାର୍ଥୀ ଆତ୍ମହତ୍ୟା କରିଥିଲେ। ନିଟ୍‌ରେ ଫେଲ୍  ହେବା ଭୟରେ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ନିଟ୍ ପାଇଁ ଏହା ତାଙ୍କର ତୃତୀୟ ପ୍ରଚେଷ୍ଟା  ହୋଇଥାନ୍ତା।

   Related Posts