ଦୁନିଆର ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟସ୍‌ଙ୍କ ପୁଅ ଓ ଝିଅମାନେ ଘରେ ପାଳନ କରନ୍ତି ଏହି ନିୟମ

Published By : Prameya-News7 Bureau | October 29, 2019 IST

 ଓ୍ବାସିଙ୍ଗଟନ୍‌୨୯/୧୦: ମାଇକ୍ରୋସଫ୍ଟ (Microsoft)ର ସଂସ୍ଥାପକ ବିଲ୍ ଗେଟସ୍ ଆଜି ୬୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ବିଶ୍ବର ଧନୀ ବ୍ୟକ୍ତି ତାଲିକାରେ ତାଙ୍କ ନାଁ ବହୁ ବାର ସାମିଲ ହୋଇଛି। ଆଜି ଆମେ ତାଙ୍କ ପରିବାର ଓ ପିଲାମାନଙ୍କ ସଂପର୍କରେ ଜାଣିବା।

{"id":176645,"width":588,"height":669}

ବିଲ୍ ଗେଟସ୍‌ଙ୍କ ପତ୍ନୀଙ୍କ ନାଁ ହେଉଛି ମେଲିଣ୍ଡା ଗେଟସ୍ । ୧୧୯୪ ମସିହାରେ ବିଲ୍ ଗେଟସ୍ ତାଙ୍କୁ ବିବାହ କରିଥିଲେ। ବିଲ୍ ଗେଟସ୍ ଓ ମେଲିଣ୍ଡା ଗେଟସଙ୍କର ତିନୋଟି ସନ୍ତାନ । ୨ଟି ଝିଅ ଏବଂ ଜଣେ ପୁଅ। ସେମାନଙ୍କ ନାଁ ହେଉଛି ଜେନିଫର୍‌ କ୍ୟାଥେରାଇନ ଗେଟସ (ଝିଅ), ରୋରୀ ଗେଟସ( ପୁଅ) ଓ ଫୋଏବ ଅଦେଲେ୍‌ ଗେଟସ୍(ଝିଅ)।

{"id":176646,"width":577,"height":551}

 ବିଲ୍ ଗେଟସଙ୍କ ବଡ଼ ଜେନିଫର ୧୯୯୬ ମସିହା ଏପ୍ରିଲ ମାସରେ ଜନ୍ମ ହୋଇଥିଲେ। ଏବେ ତାଙ୍କ ବୟସ ୨୩ ବର୍ଷ । ​ସେ ଷ୍ଟାନଫୋର୍ଡ ୟୁନିର୍ଭସିଟି(Stanford University)ରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଜେନିଫର ନିଜ ଫଟୋ ପୋଷ୍ଟ କରିଥାଆନ୍ତି।  ହର୍ସ ରାଇଡିଙ୍ଗ ପ୍ରତି ସେ ରୁଚି ରଖନ୍ତି। ୬ ବର୍ଷ ବୟସରୁ ଜେନିଫର ଘୋଡ଼ା ଚଢ଼ିବା ଆରମ୍ଭ କରିଥିଲେ।

{"id":176647,"width":580,"height":580}

ବିଲ୍ ଗେଟସଙ୍କ ସାନ ଝିଅ ଫୋଏବେ ୨୦୦୨ ମସିହା ସେପ୍ଟେମ୍ବର ୧୪ ତାରିଖରେ ଜନ୍ମ ହୋଇଥିଲେ। ଏବେ ତାଙ୍କ ବୟସ ୧୭ ବର୍ଷ। ସେ ପ୍ରଫେସନାଲ ଚିଲଡ୍ରେନ୍ସ ସ୍କୁଲ (Professional Children's School) ରେ ପାଠ ପଢ଼ନ୍ତି

{"id":176649,"width":575,"height":567}

ସେହିପରି ବିଲ୍ ଗେଟସଙ୍କ ପୁଅ ରୋରୀ ୧୯୯୯ ମସିହା ମେ ୨୩ ତାରିଖରେ ଜନ୍ମ ହୋଇଥିଲେ । ଏବେ ତାଙ୍କ ବୟସ ୨୦ ବର୍ଷ। ସେ ଲେକସାଇଡ୍‌ ସ୍କୁଲ(Lakeside School)ରେ ପାଠ ପଢ଼ନ୍ତି।

{"id":176650,"width":551,"height":546}

ବିଲ୍ ଗେଟସଙ୍କ କହିବା ଅନୁସାରେ ୧୪ ବର୍ଷ ପର୍ଯ୍ୟନ୍ତ ନିଜ ପିଲାଙ୍କୁ ଟେକ୍ନୋଲୋଜିଠାରୁ ଦୂରରେ ରଖିଥିଲେ। ବିଲ୍ ଗେଟସଙ୍କ ସ୍ତ୍ରୀ ମେଲିଣ୍ଡା ଟେକ୍ନୋଲୋଜିଠାରୁ ନିଜ ପିଲାଙ୍କୁ ଦୂରରେ ରଖିବା ଲାଗି ତାଙ୍କ ସ୍ବାମୀ କହିଥିଲେ। ଏମିତିକି ପିଲାଙ୍କ ବୟସ ୧୪ ବର୍ଷ ହେବା ପରେ ସେମାନଙ୍କୁ ମୋବାଇଲ ବ୍ୟବହାର କରିବା ପାଇଁ ଅନୁମତି ମିଳିଥିଲା।

{"id":176651,"width":587,"height":712}

ସେହିପରି ଟିଭି ଦେଖିବା ପାଇଁ ବିଲ୍ ଗେଟସ ନିଜ ପିଲାଙ୍କ ପ୍ରତି ପ୍ରତିବନ୍ଧକ ଲଗାଇଛନ୍ତି। ଟିଭି ଦେଖିବା ପାଇଁ ଏକ ନିଦ୍ଧିଷ୍ଟ ସମୟ ରହିଛି। ସେହି ସମୟକୁ ଛାଡ଼ି ଦେଲେ ବାକି ସମୟରେ କେହି ଟିଭି ଦେଖି ପାରିବେ ନାହିଁ ।  ପିଲାମାନଙ୍କ ପାଇଁ ଏଭଳି ନିୟମ ବିଲ୍ ଗେଟସ ନିଜ ଘରେ ତିଆରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.