Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

WHOକୁ ସହାୟତା ବନ୍ଦ ଲାଗି ଟ୍ରମ୍ପଙ୍କ ନିଷ୍ପତ୍ତିକୁ ମାଇକ୍ରୋସଫ୍ଟ ସଂସ୍ଥାପକଙ୍କ ନାପସନ୍ଦ, ଜାଣନ୍ତୁ ଟ୍ୱିଟ୍‌ରେ ଲେଖିଛନ୍ତି କ’ଣ?

15/04/2020 at 4:23 PM

ୱାସିଂଟନ : ବିଶ୍ୱରେ କରୋନା ମହାମାରୀର ପ୍ରସାର ହେଉଥିବା ବେଳେ ଆମେରିକା ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟସଙ୍ଗଠନ (ଡବ୍ଲୁଏଚଓ)କୁ ପାଣ୍ଠି ବନ୍ଦ ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ ଆମେରିକାର ନିଷ୍ପତ୍ତିକୁ ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟସ୍‌ ନାପସନ୍ଦ କରିଛନ୍ତି। ଏହି ମର୍ମରେ ଗେଟସ୍‌ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ବୈଶ୍ୱିକ ସ୍ୱାସ୍ଥ୍ୟ ସଂକଟ କାଳରେ ଏହି ନିଷ୍ପତ୍ତି ବିପଦଜନକ ହୋଇପାରେ ବୋଲି ଉଲ୍ଲେଖ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗେଟସ୍‌ ତାଙ୍କ ପୋଷ୍ଟରେ ଡବ୍ଲୁଏଚଓ ପକ୍ଷରୁ କରାଯାଉଥିବା ପ୍ରୟାସ ଯୋଗୁ କୋଭିଡ-୧୯ ଭୂତାଣୁ ସଂକ୍ରମଣର ବେଗକୁ ଆୟତ୍ତ କରାଯାଇପାରିଛି। ଏଥିଯୋଗୁ ଯଦି ଡବ୍ଲୁଏଚଓର କାମ ଥମିଯାଏ ବିଶ୍ୱର କୌଣସି ସଂସ୍ଥା ଏହି କାମ କରିପାରିବେ ନାହିଁ। ଏହା ଛଡା ଡବ୍ଲୁଏଚଓ କରୁଥିବା ଉଦ୍ୟମ ବର୍ତ୍ତମାନ ସମୟର ସବୁଠୁ ବଡ ଆବଶ୍ୟକତା ବୋଲି ଗେଟସ୍‌ କହିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଡବ୍ଲୁଏଚଓକୁ ଦିଆଯାଉଥିବା ଅନୁଦାନ ଅଟକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଟ୍ରମ୍ପ ହ୍ୱାଇଟ୍ ହାଉସ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଶାସନକୁ ଏଥିଲାଗି ନିର୍ଦ୍ଦେଶ ଦେଇସାରିଥିବା ସୂଚନା ଦେଇଥିଲେ। ଏହାଛଡା ଟ୍ରମ୍ପ କୋଭିଡ-୧୯କୁ ନେଇ ଡବ୍ଲୁଏଚଓଙ୍କ କୁପୁରିଚାଳନା ଓ ସଂକ୍ରମଣ ସଂଖ୍ୟା ଲୁଚାଇବାରେ ଥିବା ଭୂମିକା ସମୀକ୍ଷା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ପ୍ରତିବର୍ଷ ଡବ୍ଲୁଏଚଓକୁ ୪୦ରୁ ୫୦ କୋଟି ଡଲାର ସହାୟତା କରିଥାଏ।

   Related Posts