Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପିଏମ ମୋଦୀଙ୍କୁ ପ୍ରଶଂସା କଲେ ବିଲ୍ ଗେଟ୍ସ, ଚିଠି ଲେଖି କହିଲେ- ତୁମ ବଳିଷ୍ଠ ନେତୃତ୍ଵରେ ଭାରତରେ କରୋନା ହାର କମ ରହିଛି

22/04/2020 at 9:55 PM

ନୂଆଦିଲ୍ଲୀ ୨୨।୦୪: ଦୁନିଆର ପ୍ରସିଦ୍ଧ ଉଦ୍ୟୋଗପତି ତଥା ମାଇକ୍ରୋସୋଫ୍ଟର ସଂସ୍ଥାପକ ବିଲ୍ ଗେଟ୍ସ କୋଭିଡ୍-୧୯ର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଠାଯାଇଥିବା ପଦକ୍ଷେପର ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ନିଆଯାଇଥିବା କଠୋର ନିର୍ଣ୍ଣୟ କାରଣରୁ ଭାରତରେ କରୋନା ସଂକ୍ରମଣ ହାର କମ ରହିଛି, ଯାହା ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛି। ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜର ଭାବନା ବ୍ୟକ୍ତ କରିଛନ୍ତି।

ବିଲ୍ ଗେଟ୍ସ ନିଜର ଚିଠିରେ ଲେଖିଛନ୍ତି ଯେ, ଆମେ ଆପଣଙ୍କ ନେତୃତ୍ଵ ଓ ଆପଣଙ୍କ ସରକାରର ସକ୍ରିୟ ପଦକ୍ଷେପର ପ୍ରଶଂସା କରୁଛୁ। ଆପଣଙ୍କ ବଳିଷ୍ଠ ନେତୃତ୍ଵ ଏବଂ ପଦକ୍ଷେପ ଯୋଗୁଁ ଭାରତରେ କୋଭିଡ-୧୯ ସଂକ୍ରମଣ ହାର କମ ରହିଛି।

ସେ ଲେଖିଛନ୍ତି ଯେ, ଆପଣଙ୍କ ସରକାର ଦ୍ଵାରା ରାଷ୍ଟ୍ରୀୟ ଲକ୍‌ଡାଉନ୍ ଆପଣାଗଲା, କ୍ଵାରେଣ୍ଟାଇନ୍ କରିବା, ଆଇସୋଲେସନ ପାଇଁ ହଟ୍‌ସ୍ପଟ୍‌ ଚିହ୍ନଟ କରିବା, ପରୀକ୍ଷଣ ବଢାଇବା, ସ୍ଵାସ୍ଥ୍ୟ ପ୍ରଣାଳୀକୁ ମଜବୁତ କରିବା ପରି ପଦକ୍ଷେପ ଉଠାଇବା ପ୍ରଶଂସନୀୟ। ଏହା ବ୍ୟତୀତ ସ୍ଵାସ୍ଥ୍ୟ ବ୍ୟୟ ବୃଦ୍ଧି କରି ସ୍ଵାସ୍ଥ୍ୟ ପ୍ରଣାଳୀକୁ ମଜବୁତ କରିବା, ଆର ଆଣ୍ଡ ଡି ଓ ଡିଜିଟାଲକୁ ପ୍ରୋତ୍ସାହନ ଦେବା  ମଧ୍ୟ ପ୍ରଶଂସାଯୋଗ୍ୟ।

ବିଲ୍‌ ଗେଟ୍ସ ଲେଖିଛନ୍ତି, ମୋତେ ଖୁସି ଯେ, ଆପଣଙ୍କ ସରକାର କୋଭିଡ-୧୯ର ମୁକାବିଲା ପାଇଁ ଆସାଧାରଣ ଡିଜିଟାଲ କ୍ଷମତାର ପୂରା ଉପଯୋଗ କରୁଛନ୍ତି। ଆପଣଙ୍କ ସରକାର ଦ୍ଵାରା କରୋନା ଭାଇରସ୍‌ ଟ୍ରାକିଂ, ଯୋଗାଯୋଗ ଟ୍ରେସିଂ ଓ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ସହ ଯୋଡିବା ପାଇଁ ଆରୋଗ୍ୟ ସେତୁ ଡିଜିଟାଲ ଆପ୍ ଲଞ୍ଚ କରିବା ଏକ ଭଲ ପଦକ୍ଷେପ।

ମାଇକ୍ରୋସୋଫ୍ଟ ସଂସ୍ଥାପକ ଲେଖିଛନ୍ତି ମୁଁ ଆପଣଙ୍କୁ ସମସ୍ତ ଭାରତୀୟଙ୍କ ପାଇଁ ପର୍ଯ୍ୟାପ୍ତ ସାମାଜିକ ସୁନିଶ୍ଚିତ କରିବାର ଆବଶ୍ୟକତା ସହିତ ସ୍ଵାସ୍ଥ୍ୟ ବାଧ୍ୟତାମୂଳକତାକୁ ସନ୍ତୁଳିତ କରାଯାଉଥିବା ଦେଖି ମୁଁ କୃତଜ୍ଞ।

   Related Posts