କରୋନା ସମ୍ପର୍କରେ ୫ ବର୍ଷ ପୂର୍ବରୁ ଚେତାବନୀ ଦେଇଥିଲେ ବିଲ ଗେଟ୍ସ “ବିଶ୍ୱକୁ ମାଡି ଆସୁଛି ଭୟଙ୍କର ମହାମାରୀ"

Published By : Prameya-News7 Bureau | March 23, 2020 IST

ୱାସିଂଟନ ୨୩/୦୩ : ମାଇକ୍ରୋସଫ୍ଟ ନିର୍ଦ୍ଦେଶକ ତଥା ଦୁନିଆର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟ୍ସ କରୋନା ଭାଇରସ ଭଳି ଭୟଙ୍କର ରୋଗ ସମ୍ବନ୍ଧରେ ୫ ବର୍ଷ ପୂର୍ବରୁ ଚେତାବନୀ ଦେଇଥିଲେ | ୱାର୍ଲଡ ଇକୋନୋମିକ ଫୋରମର ରିପୋର୍ଟ ଅନୁଯାୟୀ, ୨୦୧୫ ମସିହାରେ ଆଫ୍ରିକାର ଆତଙ୍କ ଖେଳାଇଥିବା ଇବୋଲା ଭାଇରସ ସମୟରେ ଏକ କନ୍ଫରେନ୍ସରେ ବିଲ ଗେଟ୍ସ କହିଥିଲେ ଆଗାମୀ ଦଶକରେ କୋଟି କୋଟି ଲୋକ ପ୍ରାଣ ହରାଇବେ | କିନ୍ତୁ କୌଣସି ଯୁଦ୍ଧ କିମ୍ବା ମିସାଇଲ ଯୋଗୁଁ ନୁହେଁ ବରଂ ଦ୍ରୁତ ଗତିରେ ବ୍ୟାପୁଥିବା କୌଣସି ଏକ ଭାଇରସରେ କୋଟି କୋଟି ଲୋକ ପ୍ରାଣ ହରାଇବେ |

ଇବୋଲା ଯୋଗୁଁ ୨ ବର୍ଷ ମଧ୍ୟରେ ୧୧ ହଜାର ଲୋକ ପ୍ରାଣ ହରାଇଥିଲେ | କରୋନାରେ ୫ ମାସ ମଧ୍ୟରେ ୧୩ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି |

ଗେଟ୍ସ କହିଥିଲେ ଯେ, ପରମାଣୁ ଆକ୍ରମଣରୁ ବଞ୍ଚିବା ପାଇଁ ଆମେ ବହୁତ ଖର୍ଚ୍ଚ କରୁଚୁ କିନ୍ତୁ ମହାମାରୀ ଭଳି ଭୟଙ୍କର ରୋଗରୁ ବଞ୍ଚିବା ପାଇଁ କୌଣସି ଦୃଢ ପଦକ୍ଷେପ ନେଉନାହୁଁ କିମ୍ବା ଅଧିକ ଖର୍ଚ୍ଚ କରୁନାହୁଁ | ସେଥିପାଇଁ ଆମେ ଆଉ କୌନସୁ ମହାମାରୀ ବିରୋଧରେ ସଂଘର୍ଷ କରିବା ପାଇଁ ପ୍ରସ୍ତୁତ ହୋଇନାହୁଁ | ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ଇବୋଲା ଭାଇରସରେ ସାରା ଦୁନିଆରେ ୨୮ ହଜାର ଲୋକ ସଂକ୍ରମିତ ହୋଇଥିଲେ | ୧୧ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା | ପଶ୍ଚିମ ଆଫ୍ରିକୀୟ ଦେଶରେ ଇବୋଲାର ପ୍ରଭାବ ଅଧିକ ଥିଲା | ଏପଟେ ୫ ମାସ ଭିତରେ କରୋନା ଭାଇରସ ବିଶ୍ୱର ୧୮୮ ଦେଶକୁ ବ୍ୟାପି ସାରିଲାଣି | ଏହି ଭୟଙ୍କର ଭାଇରସରେ ୧୩ ହଜାର ୩୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି | ଗତ ନଭେମ୍ବର ମାସରେ କରୋନା ଭାଇରସର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ | ସେହିଦିନ ଠାରୁ ଏହି ଭୟଙ୍କର ସାରା ଦୁନିଆରେ ବ୍ୟାପିବାରେ ଲାଗିଛି | ବର୍ତ୍ତମାନ ସାରା ବିଶ୍ୱ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି |

ଇବୋଲା ଏତେ ଦ୍ରୁତ ଗତିରେ ବ୍ୟାପି ନଥିଲା ବୋଲି କହିଛନ୍ତି ବିଲ ଗେଟ୍ସ | ଏହାର ପ୍ରଥମ କାରଣ ହେଲା, ଇବୋଲା ଭାଇରସ ବାୟୁ ମଣ୍ଡଳରେ ବ୍ୟାପଇନଥିଲା | ଦ୍ୱିତୀୟ କାରଣ ଥିଲା, ଅଧିକାଂଶ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ଥିଲା | ତୃତୀୟତଃ, ଅନେକ ସହରାଞ୍ଚଳରେ ଭାଇରସ ପହଞ୍ଚି ପାରିନଥିଲା | ଇବୋଲା ଭାଇରସକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ | ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସଂକ୍ରମିତ ଲୋକଙ୍କୁ ଖୋଜି ତାଙ୍କ ଚିକିତ୍ସା କରିଥିଲେ ଫଳରେ ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପି ନଥିଲା | ଯାଞ୍ଚ କିମ୍ବା ଚିକିତ୍ସା ପାଇଁ ଅଧିକ ମେଡିକାଲ ଟିମ କିମ୍ବା ଏକ୍ସପର୍ଟ ନଥାଇ ମଧ୍ୟ ସଂକ୍ରମଣ ବ୍ୟାପିବାରେ ରୋକା ଯାଇଥିଲା | କିନ୍ତୁ ଆଗକୁ ଆସିବାକୁ ଥିବା ଭାଇରସରେ ମଣିଷ ସମାଜ ଏତେଟା ଭାଗ୍ୟଶାଳୀ ନ ହୋଇପାରେ ବୋଲି ବିଲ ଗେଟ୍ସ କହିଥିଲେ | ଆଗକୁ ହେବାକୁ ଥିବା ଭାଇରସରେ ଅଧିକ ଲୋକଙ୍କ ମୃତ୍ୟୁ ସମ୍ଭାବନା ଅଛି ବୋଲି ଗେଟ୍ସ ପୂର୍ବାନୁମାନ କରିଥିଲେ |

ବିଲ ଗେଟ୍ସ ଚେତାବନୀ ଦେଇଥିଲେ ଯେ, ଆଗକୁ ଏମିତି ମଧ୍ୟ ହେବାର ସମ୍ଭାବନା ରହିଛି ଯେ ଲୋକେ ସଂକ୍ରମଣର ଶିକାର ହୋଇ ମଧ୍ୟ ସୁସ୍ଥ ଅନୁଭବ କରିବେ ଏବଂ ସଂକ୍ରମଣକୁ ଚିହ୍ନଟ କରିବାରେ ବିଫଳ ହେବେ | ଏହି ସଂକ୍ରମଣ ବଜାରରେ, ଟ୍ରେନରେ, ବିମାନରେ ଏବଂ ଅନ୍ୟ ଜାଗାମାନଙ୍କରେ ବ୍ୟାପିବାର ସମ୍ଭାବନା ରହିଛି | ବିଲ ଗେଟ୍ସଙ୍କ ଏହି ପୂର୍ବାନୁମାନକୁ କରୋନା ଭାଇରସ ସତ ପ୍ରମାଣ କରିଛି |

ସେତେବେଳେ ବିଲ ଗେଟ୍ସ କହିଥିଲେ, କୌଣସି ଭୟଙ୍କର ମହାମାରୀ ସମୟରେ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମୀଙ୍କ ଆବଶ୍ୟକ ପଡିବ | ମୋବାଇଲ ଫୋନ ଭଳି ଟେକନିକ ବ୍ୟବହାର କରି ଏକ ଭଲ ରେସପନ୍ସ ସିଷ୍ଟମ ତିଆରି କରିବାକୁ ପଡିବ ଯାହାଫଳରେ ଲୋକେ ଶୀଘ୍ର ସଂକ୍ରମଣ ସମ୍ପର୍କରେ ଜାଣିପାରିବେ | ବାୟୋଟେକନୋଲୋଜି କ୍ଷେତ୍ରରେ ମଧ୍ୟ ଏତେ ଆଡ଼ଭାନ୍ସ ହେବାକୁ ପଡିବ ଯେ ଠିକ ସମୟରେ ଟୀକା ଓ ଚିକିତ୍ସା ବ୍ୟବସ୍ଥା କରାଯାଇପାରୁଥିବ |

ଏହିଭଳି ଭୟଙ୍କର ମହାମାରୀରୁ ରକ୍ଷା ପାଇବା ପାଇଁ ବିଲ ଗେଟ୍ସ କିଛି ପରାମର୍ଶ ଦେଇଥିଲେ | ତାଙ୍କ ପରାମର୍ଶ ଅନୁଯାୟୀ, ଗରିବ ଦେଶମାନଙ୍କରେ ସ୍ୱାସ୍ଥ୍ୟ ସେବା ମଜବୁତ ହେବା ଆବଶ୍ୟକ | ପ୍ରଶିକ୍ଷିତ ଓ ବିଶେଷଜ୍ଞଙ୍କ ରିସର୍ଚ୍ଚ ଟିମ ଆକ୍ଟିଭ ହେବା ଆବଶ୍ୟକ | ମେଡିକାଲ ଓ ମିଲିଟାରୀ ଏକ୍ସପର୍ଟଙ୍କ କୋ-ଆଡ଼ମିସନ କରାଯିବ ଦରକାର ଯେଭଳି ପ୍ରଭାବିତ ଅଞ୍ଚଳରେ ମିଲିଟାରୀ ଫୋର୍ସ ଠିକ ସମୟରେ ସଂସାଧନା ଉପଲବ୍ଧ କରାଇପାରିବେ | ଏ ଦିଗରେ ସରକାର କେତେ ପ୍ରସ୍ତୁତ ସେନେଇ ଡ୍ରିଲ ହେବା ଆବଶ୍ୟକ | ଯାଞ୍ଚ କ୍ଷେତ୍ରରେ ଅଧିକରୁ ଅଧିକ ରିସର୍ଚ୍ଚ ହେବା ଆବଶ୍ୟକ | 

ଗିଲ ଗେଟ୍ସ ଓ ମିଲିଣ୍ଡା ଗେଟ୍ସ ଗେଟ୍ସ ଫାଉଣ୍ଡେସନ ଜରିଆରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜସେବା କରନ୍ତି | ତାଙ୍କ ଫାଉଣ୍ଡେସନ କରୋନା ଭାଇରସ ଯାଞ୍ଚ ଓ ତାର ଚିକିତ୍ସା ପାଇଁ ସହାୟତା କରିବାକୁ ଗତ ମାସରେ ୧୦ କୋଟି ଡଲାର(୭୫୦ କୋଟି ଟଙ୍କା) ଦାନ କରିବାକୁ ଘୋଷଣା କରିଥିଲେ | ବିଲ ଗେଟ୍ସ କିଛି ଦିନ ପୂର୍ବରୁ ଏକ ମେଡ଼ିସିନ ଜର୍ଣ୍ଣାଲରେ ଲେଖିଥିଲେ ଯେ, କରୋନା ଭାଇରସ ଦୁନିଆ ପାଇଁ ଅତ୍ୟନ୍ତ ବିପଦଜନକ | କାରଣ ଅନ୍ୟ ଭାଇରସ ତୁଳନାରେ ଏହା ଅଧିକ ଘାତକ ଓ ସଂକ୍ରାମକ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.