ବିବାହ ଗାଉନ୍‌ରେ ଅପସରୀ ପରି ସୁନ୍ଦର ଦେଖାଯାଉଥିଲେ ବିଲ୍‌ ଗେଟ୍ସଙ୍କ ଝିଅ ଜେନିଫର, ଭାଇରାଲ୍ ହେଉଛି ଦୁହିଁ ଫଟୋ...

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦।୧୦ : ମାଇକ୍ରୋସପ୍ଟର କୋ-ଫାଉଣ୍ଡର ତଥା କୋଟିପତି ବିଲ ଗେଟ୍ସଙ୍କ ଝିଅ ଜେନିଫର ମିଶରର ବିଜନେସ୍‌ ମ୍ୟାନ ନାୟଲ ନାସରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ବିବାହ ଅକ୍ଟୋବର ୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହାରପର ଦିନ ଅର୍ଥାତ ୧୮ ତାରିଖରେ ଏହି ଖୁସିରେ ନ୍ୟୁୟର୍କରେ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରାଯାଇଥିଲା । ଯେଉଁଥିରେ ବାପା ବିଲ ଗେଟ୍ସ ଓ ମା’ ମେଲୀଣ୍ଡା ଗେଟ୍ସ ଉଭୟେ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଝିଅର ବିବାହ ଫଟୋକୁ ସେୟାର କରୁଛନ୍ତି । ଯାହା ଖୁବ୍‌ ଭାଇରାଲ ହେଉଛି । ଫଟୋ ଗୁଡିକରେ ଦେଖିବାକୁ ମିଳିଛି ଗେଟସ ପତିପତ୍ନୀ ଦୁହେଁ ଝିଅର ହାତ ଧରି ରିସେପ୍ସନ ପଏଣ୍ଟ ପର୍ଯ୍ୟନ୍ତ ଯାଇଛନ୍ତି । ରିସେପ୍ସନ ପାର୍ଟିରେ ଜେନିଫର ପ୍ରଖ୍ୟାତ ଡିଜାଇନର ବେରା ବ୍ୟାଙ୍ଗଙ୍କ ଦ୍ୱାରା ପ୍ରସ୍ତୁତ ଏକ ଗାଉନ ପିନ୍ଧିଥିବା ନଜର ଆସିଛନ୍ତି । ଗାଉନ ସହ ସେ ଏକ ଲଙ୍ଗ ବିଲ ଓ ସୁନ୍ଦର ଇୟର ରିଙ୍ଗ ପିନ୍ଧିଥିଲେ ।

wp:html
/wp:html

wp:html /wp:html

ତେବେ, ବିବାହ ବିଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ବିଲ ଓ ମେଲୀଣ୍ଡା ଏକାଠି ନଜର ଆସିଛନ୍ତି । ବିବାହର ଦୀର୍ଘ ୨୭ ବର୍ଷ ପରେ ପରସ୍ପର ବୁଝାମଣାରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଥିଲେ ଗେଟ୍ସ ଦମ୍ପତ୍ତି । ସେବେଠାରୁ ଝିଅ ବାହାଘରେ ହିଁ ଏକାଠି ଦେଖାଯାଇଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ରିସେପ୍ସନ ପାର୍ଟିର ଅନେକ ଗୁଡିଏ ଫଟୋ ସେୟାର କରିବା ସହ ଲେଖିଛନ୍ତି, “ଜେନ ଓ ନାୟଲ, ବିବାହ ଦିନ ତୁମ ଦୁହିଁଙ୍କୁ ଖୁସି ଥିବା ଦେଖି ମୋତେ ଖୁବ ଆନନ୍ଦ ଲାଗୁଛି ।

wp:html
/wp:html

ଯାହାକୁ ମୁଁ ଶବ୍ଦରେ ବ୍ୟାଖ୍ୟା କରିପାରିବି ନାହିଁ । ଜୀବନରେ ଏଯାବତ ତୁମେ ଯାହା ବି ହାସିଲ କରିଛ କିମ୍ବା ଆଗକୁ କରିବ ସେନେଇ ମୁଁ ଖୁବ ଗର୍ବିତ ଅଛି ।” ଯେବେକି ମେଲିଣ୍ଡା ରିସେପ୍ସନ ଫଟୋ ଗୁଡିକୁ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତିକି, ” ଗତ ସପ୍ତାହ ଜେନିଫର ଓ ନାୟଲ ସେଲିବ୍ରେଟ କରିବାରେ ଆମକୁ ଖୁବ ଖୁସି ଲାଗିଥିଲା । ଏହି ଦିନ ପାଇଁ ହିଁ ଆମେ ପୁଣିଥରେ ଏକାଠି ହୋଇପାରିଥିବାରୁ ଆମକୁ  ବି ଖୁବ୍‌ ଖୁସି ଲାଗୁଛି ।” ସୂଚନା ଅନୁଯାୟୀ ନାସର ଓ ଜେନିଫର ଦୁହେଁ ଭିନ୍ନ ଭିନ୍ନ ଧର୍ମର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.